• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଧାୟକ-ବିଡିଓ ମୁହାଁମୁହିଁ । ନବରଙ୍ଗପୁର ପାପଡ଼ାହାଣ୍ଡି ବିଡିଓ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମଧ୍ୟରେ କଥା କଟାକଟି । ଏପରିକି ସର୍ବ ସମ୍ମୁଖରେ ବିଡିଓଙ୍କୁ ଦୁର୍ନୀତିଗସ୍ତ ଅଧିକାରୀ ବୋଲି କହିଲେ ବିଧାୟକ ।

ପାପଡ଼ାହାଣ୍ଡି ବ୍ଲକରେ ବିଭିନ୍ନ ଦୂର୍ନୀତିମୂଳକ କାର୍ଯ୍ୟ ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ତେବେ ଏଥିରେ ସାମିଲ ହୋଇଥିବା ଜୟପୁର ବିଧାୟକ ତାରା ବାହିନୀପତି, ବିଡିଓ ରଞ୍ଜିତା ମଲ୍ଲିକଙ୍କୁ ଘେରିଥିଲେ । ସେ ଜଣେ ଦୁର୍ନୀତିଗସ୍ତ ଅଧିକାରୀ, ତାଙ୍କ ପାଇଁ ବ୍ଲକରେ ଦୁର୍ନୀତି ବଢ଼ୁଥିବା ସେ ଅଭିଯୋଗ କରିଥିଲେ । ଏପରିକି ସେ ମଧ୍ୟାହ୍ନ ଭୋଜନ ପାଇଁ ଯାଉଥିବା ବେଳେ ତାଙ୍କୁ ଛାଡ଼ି ନଥିଲେ ବିଧାୟକ ତାରା ବାହିନୀପତି ।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପାପଡ଼ାହାଣ୍ଡି ବିଡିଓ । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଛ । ତାଙ୍କୁ ବିଧାୟକ ଦୁର୍ବବ୍ୟହାର କରିବା ସହ ଆଜି ମଧ୍ୟାହ୍ନରେ ଖାଇବାକୁ ଯିବାକୁ ଦେଇନଥିବା କହିଛନ୍ତି । ଯାହାକୁ ନେଇ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇବେ ବୋଲି ଦୋହରାଇଛନ୍ତି ବିଡିଓ ।

ତେବେ ଏହାର କିଛି ଦିନ ପୂର୍ବରୁ ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଦେଓଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରିଛି ପୋଲିସ । ସେ ଏବେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରେ ଭର୍ତ୍ତି ହେବା ପରେ ସେ ଅଭିଯୋଗ କରିଥିଲେ ଯେ, ବିଜେଡି ସରକାରଙ୍କ ଚାପରେ ତାଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ସରକାରୀ ଅଧିକାରୀଙ୍କ ସୁରକ୍ଷା ଦାବି କରି ଅଫିସର ସଂଘ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ।