• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରେସମିଟ୍ କରି ଶାସକ ଦଳକୁ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜନବିରୋଧୀ ବୋଲି କହିଛନ୍ତି । ଗଣତନ୍ତ୍ରରେ ଶାସକ ଦଳ ରହିବେ, ବିରୋଧୀ ଦଳ ବି ରହିବେ। ସରକାରଙ୍କ ଦୋଷ ତ୍ରୁଟି ଧରିଲେ ବିରୋଧୀଙ୍କୁ ଜନବିରୋଧୀ କହୁଛନ୍ତି । ଆମେ ଜନବିରୋଧୀ ହୋଇଥିଲେ ଲୋକ ଆମକୁ ଜିତାଇଥାନ୍ତେ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏ ଉକ୍ତି ସମ୍ବିଧାନ ବିରୋଧୀ, ସେ ନିଜେ ଜନବିରୋଧୀ । ଏଥିସହ ଶ୍ରଦ୍ଧାଙ୍କ ସମ୍ପର୍କରେ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ ନିଜ ଆଡ଼ୁ ସଫେଇ ଦେଲେ ସେ ତାଙ୍କ ଫିଜିଓଥେରାପିଷ୍ଟ। ସେ ଯଦି ତାଙ୍କ ଫିଜିଓଥେରାପିଷ୍ଟ, ଆମର ଟିକେ ବି ଆପତ୍ତି ନାହିଁ’ । କିନ୍ତୁ କେଉଁ ହିସାବରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଗଲେ? ଭାଟିକାନ ସିଟିରେ ପୋପ୍‌ଙ୍କୁ କିଭଳି ଭେଟିଲେ, ଗିଫ୍ଟ କେମିତି ପାଇଲେ? ମୁଖ୍ୟମନ୍ତ୍ରୀ ଅନ୍ୟ ଦେଶ ଯାଇଥିଲେ ବି କେବଳ ଭାଟିକାନ କାହିଁକି ନେଲେ ? ଏହା ପୂର୍ବରୁ ଶ୍ରଦ୍ଧା କେଉଁଠି ଓ କ’ଣ କାମ କରୁଥିଲେ ବୋଲି ଜୟ ନାରାୟଣ ପ୍ରଶ୍ନ କରିଛନ୍ତି ।

‘ସେ ଫିଜିଓ ଥେରାପିଷ୍ଟ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କ୍ଲିୟରାନ୍ସ ଦେଇଛି କି ? ‘ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବାକୁ ତାଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ମିଳିଛି କି ନାହିଁ’ । ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନର ସର୍ବୋଚ୍ଚ କର୍ତ୍ତା, ତାଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଏ ସମସ୍ତ ବିଷୟରେ ତଦନ୍ତ ହେବା ଦରକାର ବୋଲି କହିଛନ୍ତି ଜୟନାରାୟଣ । ତେବେ ଜୟନାରାୟଣଙ୍କ ଆଜିର ମନ୍ତବ୍ୟ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିନଥିଲେ ବି ବିଜେଡି ବିଧାୟକ ଭାଗିରଥୀ ସେଠୀ ଏହି ପ୍ରସଙ୍ଗରେ ଗତକାଲି ପ୍ରତିକ୍ରିୟା ରଖିଥିଲେ।