Congress workers blockaded national highways
କୋରାପୁଟ ଜୟପୁରରେ କଂଗ୍ରେସର ଆନ୍ଦୋଳନ । କଂଗ୍ରେସ ପକ୍ଷରୁ ଜୟପୁର ଥାନା ଘେରାଉ ବିପର୍ଯ୍ୟସ୍ତ । ଆଇନ ଶୃଙ୍ଖଳା ପ୍ରତିବାଦରେ ଟାଉନ୍ ଥାନା ଘେରାଉ କରିଛି କଂଗ୍ରେସ । ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯାଇଛି ।
Advertisment
ଜାତୀୟ ରାଜପଥ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । ଜୟପୁର ସହର ଗୋପବନ୍ଧୁ ନଗରର ଯୁବକ କାର୍ତ୍ତିକ ନାଗକୁ ଅପହରଣ କରି ଗୁଳି କରି ଆକ୍ରମଣ ଅଭିଯୋଗରେ କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ କରାଯାଉଛି । ସୂଚନା ଅନୁଯାୟୀ ଗତକାଲି ଦୁର୍ବୃତ୍ତମାନେ ଯୁବକଙ୍କୁ ଅପହରଣ କରି ନିସ୍ତୁକ ମାଡ଼ମାରିଥିଲେ ଓ କୁମୁଲିପୁଟ ଠାରେ ମୁର୍ମୁଷୁ ଅବସ୍ଥାରେ ଛାଡ଼ିଥିବା ନେଇ କାର୍ତ୍ତିକଙ୍କ ଭଉଣୀ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
କାର୍ତ୍ତିକଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ବି କାହାରିକୁ ଗିରଫ କରାଯାଇନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)