/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724740831.jpg)
Jagannath Pradhan
ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ। ରାଜ୍ୟସଭା ଉପନିର୍ବାଚନ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଗତ ୨୧ ତାରିଖ ଦିନ ରାଜ୍ୟସଭା ପାଇଁ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ।
ଅଧିକ ପଢ଼ନ୍ତୁ: ନୂଆ ବିଧାୟକଙ୍କ ସଂଖ୍ୟାରେ ଆଶ୍ଚର୍ଯ୍ୟଜକନ ସଂଯୋଗ; ବିଧାନସଭାରେ ନମ୍ବର ନାଇନ୍ ମ୍ୟାଜିକ୍...
#ଓହରିଲେ_ଜଗନ୍ନାଥ
- ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ନାମାଙ୍କନ ପ୍ରତ୍ୟାହାର କଲେ
- ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି ମମତା ମହାନ୍ତ#RajyaSabha#BJP#Odisha#OTVpic.twitter.com/wbMdGU33TP— ଓଟିଭି (@otvkhabar) August 27, 2024
ତେବେ ସେହିଦନ ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ମଧ୍ୟ ରାଜ୍ୟସଭା ପାଇଁ ନାମାଙ୍କନ କରିଥିଲେ। ତାଙ୍କ ପ୍ରାର୍ଥୀପତ୍ରରେ ପ୍ରସ୍ତାବକ ଭାବେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହିଥିଲେ। ହେଲେ ଅପରାହ୍ନରେ ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଚର୍ଚ୍ଚା ଆଲୋଚନା ବଢ଼ିଥିଲା। ହେଲେ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଜଗନ୍ନାଥ ପ୍ରଧାନ ସୂଚନା ଦେବା ପରେ ଏବେ ମମତା ମହାନ୍ତ ପୁଣି ରାଜ୍ୟସଭା ଯିବା ପଥ ପରିସ୍କାର ହେବ।
ଏପଟେ ନାମାଙ୍କନ ପ୍ରତ୍ୟାହାର ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗନ୍ନାଥ ପ୍ରଧାନ । କହିଲ, ‘ ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ ନାମାଙ୍କନ ଦାଖଲ କରିଥିଲି । ଦଳ ନେତୃତ୍ୱର ନିଷ୍ପତ୍ତି ଅନୁସାରେ ନାମାଙ୍କନ ପ୍ରତ୍ୟାହାର କଲି । ପାର୍ଟିର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଦଳୀୟ ନିଷ୍ପତ୍ତି ପାଳନ କରିଛି । ଦଳର ଏହା ଆଭ୍ୟନ୍ତରୀଣ ଷ୍ଟ୍ରାଟେଜୀ ଥିଲା ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ: ନବୀନଙ୍କୁ ଗଡ଼ ରକ୍ଷା ଚିନ୍ତା, ହିଞ୍ଜିଳିରେ ଫାଟିଲାଣି ଶଙ୍ଖ! ବିଜେପି କ୍ୟାଂପରେ ବିଜେଡି କର୍ମୀ
ସୂଚନାଯୋଗ୍ୟଯେ, ମୟୁରଭଞ୍ଜ କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ୩ ଏପ୍ରିଲ ୨୦୨୦ରେ ମମତା ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨ ଏପ୍ରିଲ ୨୦୨୬ରେ ତାଙ୍କ କାର୍ଯ୍ୟକାଳ ସରିଥାନ୍ତା । ହେଲେ ୨୧ ମାସ ପୂର୍ବରୁ ରାଜ୍ୟସଭା ସଦସ୍ୟ ପଦ ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ । ବିଜେଡିରୁ ଇସ୍ତଫା ପରେ ସେ ବିଜେପିରେ ସାମିଲ ହୋଇଥିଲେ।
ଗତ ୨୧ ତାରିଖ ଦିନ ରାଜ୍ୟସଭା ପାଇଁ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ । ତେବେ ସେହିଦିନ ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ମଧ୍ୟ ରାଜ୍ୟସଭା ପାଇଁ ନାମାଙ୍କନ କରିଥିଲେ ।..#BJP#Bhubaneswar#Odisha#OTVpic.twitter.com/rYf8UEO4dv
— ଓଟିଭି (@otvkhabar) August 27, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)