Advertisment

ରାଜ୍ୟ ସରକାରଙ୍କୁ ଆଇନା ଦେଖାଇଲେ ରାଜ୍ୟପାଳ; କହିଲେ, ରାଜ୍ୟରେ ଠିକ୍‌ ଭାବେ ହୋଇନି ଜଳସେଚନ ବ୍ୟବସ୍ଥା

୭୦% ଲୋକେ ଗାଁରେ ବସବାସ କରି ଚାଷ ଉପରେ ନିର୍ଭର କରନ୍ତି। ବଡ଼ ଡ୍ୟାମ୍ ବଦଳରେ ଛୋଟ ଜଳସେଚନ ବ୍ୟବସ୍ଥା କଲେ ସୁଫଳ ମିଳନ୍ତା ବୋଲି କହିଛନ୍ତି ରାଜ୍ୟପାଳ ।

author-image
Santosh Kumar Sahoo
Governor Of Odisha

Governor Of Odisha

କୃଷି ଓଡ଼ିଶା ସମ୍ମିଳନୀ ସମାରୋହରେ ରାଜ୍ୟ ସରକାରଙ୍କୁ ଆଇନା ଦେଖାଇଲେ ରାଜ୍ୟପାଳ। ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି, ରାଜ୍ୟରେ ଜଳସେଚନ ବ୍ୟବସ୍ଥା ଯେଉଁଭଳି ହେବା କଥା, ତାହା ହୋଇନି। ୭୦% ଲୋକେ ଗାଁରେ ବସବାସ କରି ଚାଷ ଉପରେ ନିର୍ଭର କରନ୍ତି। ବଡ଼ ଡ୍ୟାମ୍ ବଦଳରେ ଛୋଟ ଜଳସେଚନ ବ୍ୟବସ୍ଥା କଲେ ସୁଫଳ ମିଳନ୍ତା ବୋଲି କହିଛନ୍ତି ରାଜ୍ୟପାଳ । ଏଥିସହ ରାଜ୍ୟର ଚାଷୀଙ୍କ ପାଖରେ ସଠିକ ଭାବେ ପ୍ରଧାନମନ୍ତ୍ରୀ କୃଷକ ସହାୟତା ଟଙ୍କା ପହଁଚିପାରୁନି, ତେଣୁ ସେମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ।

Advertisment

ସେପଟେ ସମ୍ମିଳନୀ ଶେଷରେ ରାଜ୍ୟ କୃଷି ମନ୍ତ୍ରୀ କହିଛନ୍ତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଏବଂ ଚାଷୀଙ୍କ ସହ ଆଲୋଚନା ବେଳେ ମିଳିଥିବା ତଥ୍ୟକୁ ଆଗାମୀ କୃଷି କ୍ୟାବିନେଟରେ ଉପସ୍ଥାପନ କରାଯିବ ଏବଂ କାର୍ଯ୍ୟକାରୀ କରାଯିବ।

Odisha Odisha Governor Raghubar Das
Advertisment
Advertisment