• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଧାନସଭାରେ ହେବ ଆଗତ ହେଉଛି ଚଳିତ ବର୍ଷର କାମଚଳା ବଜେଟ୍ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ବଜେଟ ଉପସ୍ଥାପନ ହେଉଛି । ନିର୍ବାଚନ ବର୍ଷ ଥିବାରୁ ଏହି କାମଚଳା ବଜେଟ୍ ବେଶ୍ ଗୁରୁତ୍ୱବହନ କରୁଛି।

ବଜେଟ୍‌ରେ ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି ଯେ,

ଏଥର ରାଜ୍ୟର ଅଭିବୃଦ୍ଧି ହାର ୭.୨୫% ରହିଛି, ଜାତୀୟ ହାରଠାରୁ ୧% ଅଧିକ ।

ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫% ଆକଳନ କରାଯାଇଛି । 

ଧାନ ମୂଲ୍ୟ ସଠିକ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟିର ରିଭଲ୍‌ଭିଂ ଫଣ୍ଡ କରାଯିବ ।

ଆଗାମୀ ୫ ବର୍ଷରେ ୧୮୫୮ ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ ।

ରୂପାନ୍ତରଣ ପାଇଁ ୫ ବର୍ଷରେ ୩୩୮୯ କୋଟି ବ୍ୟୟ କରାଯିବ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ ।

ଆମ ଓଡ଼ିଶା ନବୀନ ଓଡ଼ିଶାରେ ୪ ହଜାର କୋଟିରୁ ଅଧିକ ବ୍ୟୟ ଯୋଜନା ।

ଓଡ଼ିଶା ଏବେ ୧ ଶହ ବିଲିୟନ ଡଲାରରୁ ଅଧିକ ଅର୍ଥନୀତିରେ ପରିଣତ ହୋଇଛି ।

କୃଷି ପାଇଁ ବଜେଟରେ ୨୮ ହଜାର ୯୪୪ କୋଟିର ବ୍ୟୟ ବରାଦ କରାଯାଇଛି ।

୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପାଇଁ ୩୯୮୦ କୋଟି ।

ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟିର ବ୍ୟୟବରାଦ ।

ନୂଆ-ଓ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ବ୍ୟୟ ହେବ ୩୮୫ କୋଟି ।

ସଡ଼କ, ସେତୁ, ଏୟାରପୋର୍ଟ, ରେଲୱେ ବିକାଶ ପାଇଁ ୨୧ ହଜାର କୋଟି ।

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ ।

ଭୁବନେଶ୍ୱର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବ୍ୟୟ ବରାଦ ।

୨୦୨୪-୨୫ ଆର୍ଥିକ ବର୍ଷରେ ମେଟ୍ରୋ ପାଇଁ ୧ ହଜାର କୋଟି ।

ଲକ୍ଷ୍ମୀ ଯୋଜନାରେ ମୋଟ ୧୭୪୫ଟି ବସ୍‌ ଚଳାଚଳ କରିବାକୁ ଲକ୍ଷ୍ୟ ।

ଲକ୍ଷ୍ମୀ ଯୋଜନାରେ ଆଉ ୧୧୯୧ କୋଟି ଟଙ୍କାର ବ୍ୟୟବରାଦ ।

ମୋଟ ରାଜସ୍ୱ ଆୟ ୧ ଲକ୍ଷ ୮୫ ହଜାର ୫ଶହ କୋଟି ଟଙ୍କା ଆକଳନ ।

ମୋଟ ରାଜସ୍ୱ ବ୍ୟୟ ୧ ଲକ୍ଷ ୬୩ ହଜାର ୮୯ କୋଟି ଆକଳନ ।

ସଂଶୋଧିତ ଆକଳନ ଅନୁସାରେ ୨୨, ୪୧୧ କୋଟି ରାଜସ୍ୱ ବଳକା ।

ବିତ୍ତୀୟ ନିଅଣ୍ଟ ୨୪ ହଜାର ୯୮୨ କୋଟି ରହିବା ଆକଳନ ।

ବେତନ, ପେନସନ୍‌, ସୁଧ ବାବଦ ପ୍ରଶାସନିକ ଖର୍ଚ୍ଚ ୧ ଲକ୍ଷ ୩ ହଜାର ୫ ଶହ କୋଟି । 

ମୋଟ କାର୍ଯ୍ୟକ୍ରମ ବ୍ୟୟବରାଦ ୧ ଲକ୍ଷ ୪୦ ହଜାର କୋଟି ।