• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡି କନ୍ଦଳ ନିଆଁରେ ପୁଣି ଘିଅ ଢାଳିଲେ ସମ୍ବିତ ରାଉତରାୟ । ପ୍ରକାଶ ବେହେରା ଦଳ ଛାଡ଼ିବା ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଇଛନ୍ତି ସମ୍ବିତ । ଆମର କିଛିଟା ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି । ପ୍ରକାଶ ବେହେରା କେବେ ବିଜେଡିରେ ନଥିଲେ । ସେ କଂଗ୍ରେସରୁ ବିଜେପି ଓ ସେଠାରୁ ବିଜେଡିକୁ ଆସିଥିଲେ । ତାଙ୍କୁ ଦଳ ସମ୍ମାନ ଜନକ ବାରବାଟୀ କଟକରୁ ପ୍ରାର୍ଥୀ କରିଥିଲା । ତେବେ ସେତେବେଳେ ଆମର କିଛିଟା ଭୁଲ୍ ଲୋକ, ଭୁଲ୍ ନିଷ୍ପତ୍ତି ନେଇଥିଲେ ।

ସେ ଆହୁରି କହିଛନ୍ତି, ସେବେର ପରିସ୍ଥିତି ଦେଖି ଶୀର୍ଷ ନେତୃତ୍ବ ସେଭଳି ନିଷ୍ପତ୍ତି ନେଇଥିବେ । କିନ୍ତୁ ସେ ନିଷ୍ପତ୍ତି ଲୋକଙ୍କ ଆଖିକୁ, ଆମ ଆଖିକୁ ଠିକ୍ ଲାଗୁନଥିଲା । ଏବେ ଆମଦାନୀ ନେତା ଧୀରେ ଧୀରେ ସେମାନଙ୍କ ରଙ୍ଗ ଦେଖାଉଛନ୍ତି । ପରିସ୍ଥିତିରେ ପଡ଼ି ଆସିଥିଲେ, ଏବେ ସ୍ବାର୍ଥ ପାଇଁ ଛାଡ଼ି ପଳାଉଛନ୍ତି । ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି ସମ୍ବିତ କହିଛନ୍ତି । 

ପାଲଟା ଜବାବ ରଖି ସମ୍ବିତଙ୍କୁ ଧୂଲେଇ କରିଛନ୍ତି ପ୍ରକାଶ ବେହେରା । କହିଛନ୍ତି, ସମ୍ବିତ ଦଳରେ ଜଣେ ଅଲୋଡ଼ା ବ୍ୟକ୍ତି। ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଏବଂ ନିଜ ଦଳ ସ୍ଥିତି କ’ଣ ଦେଖନ୍ତୁ। ସମ୍ବିତ ଏଭଳି ବାଚାଳାମୀ ନକରି ତାଙ୍କ ହାଇକମାଣ୍ଡଙ୍କୁ ପଚାରନ୍ତୁ ।

 

OTV is now on Whatsapp

Join and get latest news update delivered to you via whatsapp

Join Now