Advertisment

କାନ୍ଦିଲେ ପ୍ରସାଦ, କହିଲେ ୨୦୨୪ରେ ଲଢିବିନି

ଆଜି ପ୍ରେସମିଟ୍ କରିବା ବେଳେ ପ୍ରସାଦ ଭାବବିହ୍ବଳ ହୋଇଯାଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Congress Leader Prasad Harichandan

Congress Leader Prasad Harichandan

ଭୁବନେଶ୍ୱର: ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନଦେବା ପ୍ରସଙ୍ଗରେ ଆଜି ପ୍ରେସମିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଦଳ ପକ୍ଷରୁ ଟିକେଟ ଦିଆଯିବା ସମ୍ପୂର୍ଣ୍ଣ ପିସିସି ସଭାପତିଙ୍କ ପ୍ରାଧିକୃତ ବୋଲି କହିଛନ୍ତି ପ୍ରସାଦ। ତେବେ ୨୦୨୪ ସାଧାରଣ ନିର୍ବାଚନ ସେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ପିସିସି ସଭାପତିଙ୍କ ସ୍ବାକ୍ଷରରେ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଥାଏ। ଏନେଇ ପିସିସି ପକ୍ଷରୁ ସ୍ପଷ୍ଟୀକରଣ ବା ପିସିସି ସଭାପତି କହିବେ ଭାବିଥିଲି। ଜଣେ କର୍ମୀଙ୍କୁ ଟିକେଟ ଦେଇ ପଠାଇଲେ, ମୁଁ ଦାୟିତ୍ୱ ବୁଝୁନଥିବାରୁ ମନାକଲି।

Advertisment

ସେ ରାଜନୀତିରୁ ଦୂରେଇ ନାହାନ୍ତି। ରାଜନୀତିରେ ଥିଲି, ଅଛି ଏବଂ ରହିବି ବୋଲି ସ୍ପଷ୍ଟ ଭାବେ କହିଛନ୍ତି ପ୍ରସାଦ ହରିଚନ୍ଦନ। ଆଜି ପ୍ରେସମିଟ୍ କରିବା ବେଳେ ପ୍ରସାଦ ଭାବବିହ୍ବଳ ହୋଇଯାଇଥିଲେ। କଂଗ୍ରେସ ଲୋକଙ୍କୁ ବ୍ୟୁହ ଭଳି ସଜେଇ ଦିଆଯାଇଛି। ନେତା ଏକଜୁଟ ହୋଇ ଲଢ଼ିବା କଥା, କିନ୍ତୁ ଏହା ନକରି ପଥରୋଧ କରାଯାଉଛି ବୋଲି କହି କାନ୍ଦି ପକାଇଥିଲେ।

ବିଜେଡି ନେତାଙ୍କ ସହ ସଂପର୍କ ଅଭିଯୋଗ ପ୍ରସଙ୍ଗରେ ମଧ୍ୟ ପ୍ରସାଦ ପ୍ରତିକ୍ରିୟା ରଖିଛନ୍ତି। ଏହାର ପ୍ରମାଣ ଦେବାକୁ ସେ ଚାଲେଂଜ କରିଛନ୍ତି। ଯେଉଁମାନେ ବେପାରରେ ଅଛନ୍ତି, ସେମାନେ ଡିଲ୍ କରିବେ କିନ୍ତୁ ମୋର ଖଣି କି ଟଙ୍କା ନାହିଁ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି।  

Advertisment
Congress Leader Odisha Panchayat Election
Advertisment
Advertisment