Advertisment

ଭୋଟ୍ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନସନ୍ ! ଟିକେଟ୍ କଟିଲେ କାହାକୁ କେମିତି ମ୍ୟାନେଜ୍ କରିବେ ନବୀନ ?

ନିର୍ବାଚନ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନ୍‌ସନ୍। କେମିତି ବିଦ୍ରୋହୀଙ୍କୁ ମ୍ୟାନେଜ କରିବେ ନବୀନ? କାହାକୁ କେଉଁ ଲଲିପପ୍ ଦେବେ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ।

author-image
Santosh Kumar Sahoo
undefined

BJD Tension

ବିଜେଡି ପାଇଁ ବୁମେରାଂ ସାଜିଲେଣି ବିଦ୍ରୋହୀ । ହେଲେ ୨୦୧୮ରେ ସଂକଳ୍ପ ବିଧାନସଭାରେ ପାରିତ ହେଲା ପରେ ବି ଏ ଯାଏଁ ହୋଇପାରିଲା ନାହିଁ ବିଧାନ ପରିଷଦ ଗଠନ। ତେଣୁ ଟିକେଟ କଟିଲେ ଆଶାୟୀଙ୍କୁ କେଉଁଠି ଥଇଥାନ କରିବେ ତାକୁ ନେଇ ଟେନସନରେ ଦଳ। କାହିଁକି ନା ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳୀରେ ଏବେ ୨ରୁ ଅଧିକ ଆଶାୟୀ।

Advertisment

ନିର୍ବାଚନ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନ୍‌ସନ୍। କେମିତି ବିଦ୍ରୋହୀଙ୍କୁ ମ୍ୟାନେଜ କରିବେ ନବୀନ? କାହାକୁ କେଉଁ ଲଲିପପ୍ ଦେବେ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା । ନଜର ପକାନ୍ତୁ କିଛି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସ୍ଥିତି ଉପରେ । ଭଦ୍ରକ ଆସନରୁ ବିଧାୟକ ଅଛନ୍ତି ସଞ୍ଜୀବ ମଲ୍ଲିକ। ହେଲେ ଏଠୁ ଗତଥର ଟିକେଟ ଦାବିଦାର ଥିଲେ ପାଞ୍ଚ ଥରର ବିଧାୟକ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ। ହେଲେ ଗତଥର ତାଙ୍କ ଟିକେଟ କାଟି ମ୍ୟାନେଜ କରିବାକୁ ଧରାଇ ଦେଲେ ମତ୍ସ୍ୟ ନିଗମ। କିନ୍ତୁ ବିଦ୍ରୋହ କାରଣରୁ ଏକ ପ୍ରକାର ଅସିତଙ୍କ ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଦଖଲ କଲେ ଭଦ୍ରକ ପୌର ପାଳିକା।

ସେହିପରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ସ୍ଥିତି ସଙ୍ଗୀନ। ଏଠି ଦିବଂଗତ ନେତା ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଟିକେଟ ଦାବିଦାର ଥିବା ବେଳେ ବିଦ୍ରୋହୀ ବିପିନ ପ୍ରଧାନ ବି ନଛଡ଼ୋବନ୍ଧା। ଦଳରୁ ବିଦା ହୋଇଥିଲେ ବି ସମର୍ଥକଙ୍କୁ ଧରି ବ୍ଲକ ହାତେଇଛନ୍ତି ବିପିନ। ସେହିପରି ଭୁବନେଶ୍ୱର ଉତ୍ତର ଆସନରୁ ଟିକେଟ ଦାବିଦାର ଏବେର ବିଧାୟକ ସୁଶାନ୍ତ ରାଉତଙ୍କୁ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର।

Advertisment

ବରୀ ନିର୍ବାଚନ ମଣ୍ଡଳୀରେ ତ ଦାବିଦାର ସଂଖ୍ୟା ୪ରୁ ଅଧିକ । ସେଥିରେ ଲବିରେ ଆଗରେ ବିଧାୟିକା ସୁନନ୍ଦା ଦାସ, ହେଭିୱେଟ୍ ଦେବାଶିଷ ନାୟକ ଓ ବିଶ୍ୱରଂଜନ ମଲ୍ଲିକ। ଟିକେଟ ଦେବା ପୂର୍ବରୁ ଏଠି ଏକାଧିକ ଗୋଷ୍ଠୀ ମଧ୍ୟରେ ଛକପଞ୍ଝା ଲାଗି ରହିଛି। ଏଭଳି ସ୍ଥିତିରେ ଟିକେଟ ଆଶାୟୀଙ୍କ କେମିତି ଥଇଥାନ କରାଯିବ ତାକୁ ନେଇ ଟେନସନରେ ଦଳ। ୨୦୧୯ ପୂର୍ବରୁ ବି ବିଦ୍ରୋହ ମ୍ୟାନେଜ କରିବାକୁ ବିଧାନ ପରିଷଦର ପରିକଳ୍ପନା କରିଥିଲା ବିଜେଡି। ଏ ନେଇ ୨୦୧୮ରେ ବିଧାନସଭାରେ ସଂକଳ୍ପ ପାରିତ ହୋଇ ଏବେ କେନ୍ଦ୍ର ନିକଟରେ ରହିଛି। ପରିଷଦ ହେଲେ ପ୍ରାୟ ୫୦ ନେତା ଥଇଥାନ ହୋଇପାରନ୍ତେ। କିନ୍ତୁ ତାହା ଏଯାଏଁ ହୋଇପାରିଲା ନାହିଁ। ସେପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ୨୪ ନିର୍ବାଚନ ନବୀନଙ୍କ ଶେଷ ନିର୍ବାଚନ ଭାବି ଆଶାୟୀଙ୍କ ସଂଖ୍ୟା ବଢୁଛି। ତେଣୁ ଥଇଥାନ ନବୀନଙ୍କ ପାଇଁ ବଡ଼ ଚାଲେଞ୍ଜ ହେବ।

ବଡ କଥା ହେଉଛି ୧୯ରେ ମଧ୍ୟ ଟିକେଟ କଟିବା ପରେ ରମେଶ ଚ୍ୟାଉପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଦେବାଶିଷ ନାୟକ ଏମିତି ଅନେକ ବରିଷ୍ଠଙ୍କୁ ରାଜ୍ୟସଭାରେ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ନବୀନ। ହେଲେ ସେ ପ୍ରତିଶ୍ରୁତି, ସେମିତି ରହିଗଲା। ଏବେ ବିଧାନ ପରିଷଦ ଗଠନ ହୋଇନଥିବା ବେଳେ ନବୀନ କାହାକୁ କ’ଣ ଥୋପ ଦେଇ ସନ୍ତୁଷ୍ଟ କରୁଛନ୍ତି ତା ଉପରେ ନଜର।

Odisha Naveen Patnaik BJD 2024 General Election
Advertisment
Advertisment