Advertisment

ରାଜନୀତି ମଇଦାନରେ ଭିନେଶ, କଂଗ୍ରେସ ପାଇଁ ଜୁଲାନାରୁ ଲଢ଼ିବେ ବିଧାନସଭା ନିର୍ବାଚନ

ଗଡ଼ି ସାଂପଲା କିଲୋଇରୁ ଭୂପିନ୍ଦର ସିଂ ହୁଡ୍ଡା ପ୍ରାର୍ଥୀ ହେବେ । ପ୍ରଦେଶ କଂଗ୍ରେସ ସଭାପତି ଉଦୟ ଭାନ ହେବେ ହୋଡାଲରୁ ପ୍ରାର୍ଥୀ ।

author-image
Satyendu Shekher Mishra
Vinesh Phogat

Vinesh Phogat

ରେସଲିଂ ମ୍ୟାଟ୍‌ରୁ ସିଧା ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ଭିନେଶ ଫୋଗଟ୍। କଂଗ୍ରେସରେ ଯୋଗ ଦେଉ ଦେଉ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମିଳିଲା ଟିକେଟ୍ । ଜୁଲାନାରୁ ଲଢ଼ିବେ ଭିନେଶ। ହରିୟାଣା ପାଇଁ ଆଜି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ, ୩୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଭିନେଶଙ୍କ ନାଁ ମଧ୍ୟ ରହିଛି । ଅକ୍ଟୋବର ୫ରେ ହରିଆଣାରେ ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିବ ଏବଂ ଅକ୍ଟୋବର ୮ରେ ଫଳାଫଳ ପ୍ରକାଶ ପାଇବ।

Advertisment

ଗତକାଲି ଦୁଇ ଭାରତୀୟ ଅଲିମ୍ପିଆନ୍ କୁସ୍ତି ଖେଳାଳି ଭିନେଶ ଫୋଗଟ୍ ଏବଂ ବଜରଙ୍ଗ ପୁନିଆ ରେଲୱେ ଚାକିରିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ। ସେପଟେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡାଙ୍କୁ ଗଡ଼ି ସାଂପଲା କିଲୋଇରୁ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଉଦୟ ଭାନଙ୍କୁ ହୋଡାଲରୁ ପ୍ରାର୍ଥୀ କରିଛି ଦଳ । 

ତେବେ ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ମିଳିଛି ବଳ। ଗତକାଲି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। କଂଗ୍ରେସରେ ସାମିଲ ହେବା ପୂର୍ବରୁ ଭିନେଶ ଓ ବଜରଙ୍ଗ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ। ଏହାପରେ ପାର୍ଟି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଥିଲେ। ତେବେ ଉଭୟଙ୍କ ଯୋଗଦାନ ବିଜେପି ଶାସିତ ରାଜ୍ୟ ଉପରେ କେତେ ପ୍ରଭାବ ପକାଉଛି ତା' ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ। 

Advertisment

କଂଗ୍ରେସରେ ଯୋଗଦେବା ପୂର୍ବରୁ ଭିନେଶ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ ରେଲୱେର ସ୍ୱତନ୍ତ୍ର ଡ୍ୱିଟି ଅଧିକାରୀ (OSD) ପଦରୁ ଇସ୍ତଫା ଦେଇଥିଲେ। ନିକଟରେ ସେ ମଧ୍ୟ ଚାଷୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏହାପରେ ସେ ରାଜନୀତିରେ ସାମିଲ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା।

ଗତ ବର୍ଷ ଭିନେଶ ଫୋଗାଟଙ୍କ ସମେତ ଅନ୍ୟ କେତକ ରେସଲର ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମୁଖ୍ୟ ବ୍ରିଜ ଭୂଷଣ ସିଂହଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ବ୍ରିଜ ଭୂଷଣଙ୍କୁ ଗିରଫ ଦାବିରେ ଫୋଗାଟଙ୍କ ସମେତ ଅନ୍ୟ ରେସରେଲ ଦିଲ୍ଲୀରେ ଆନ୍ଦୋଳନରେ ବସିଥିଲେ।

Vinesh Phogat Congress Haryana
Advertisment
Advertisment