Advertisment

କିଏ ଜିତିବ ଝାରସୁଗୁଡ଼ା ବାଜି ? ସକାଳ ୮ଟାରୁ ଗଣତି, ୧୪ଟି ଟେବୁଲରେ ୧୯ ରାଉଣ୍ଡ କାଉଣ୍ଟିଂ

ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା । ବିଜୟକୁ ନେଇ ତିନି ଦଳ ଆଶାବାଦୀ ।

ଅଦ୍ୟତନ ହୋଇଛି
Jharsuguda Bypoll

Jharsuguda Bypoll

Advertisment

କିଏ ଜିତିବ ଝାରସୁଗୁଡ଼ା ବାଜି ? କାହାକୁ ନେତା ବାଛିଛନ୍ତି ଜନତା ?କାଲି ଖୋଲିବ ଇଭିଏମରେ କଏଦ ପ୍ରାର୍ଥୀଙ୍କ ଭାଗ୍ୟ, ଜନତାଙ୍କ ରାୟ।...ତେଣୁ ମତ ଗଣନା ପାଇଁ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ବ୍ୟାପକ ବନ୍ଦୋବସ୍ତ। କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ୍। ୧୪ଟି ଟେବୁଲରେ ୧୯ ରାଉଣ୍ଡରେ ଗଣତି ହେବ ମୋଟ୍ ୨୫୩ଟି ବୁଥର ଭୋଟ୍। ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ପରେ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍ ଭୋଟର କାଉଣ୍ଟିଂ। ସବୁ ବୁଥର ଗଣତି ସରିଲେ ୫ଟି ବୁଥର ଭିଭିପାଟ୍ ଗଣତି କରାଯିବ।

Advertisment

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅପରାହ୍ଣ ୪ଟାରୁ ସଂଧ୍ୟା ୬ଟା ଭିତରେ ସଂପୂର୍ଣ୍ଣ ଫଳାଫଳ ଜଣାପଡ଼ିବା ନେଇ ଆଶା କରାଯାଉଛି। ରାଜ୍ୟ ନିର୍ବାଚନ ଅଫିସ ସମେତ results.eci.gov.in ୱବସାଇଟରେ ମଧ୍ୟ ଫଳାଫଳ ଉପଲବ୍ଧ ହେବ । ଗଣତି ପାଇଁ ସିଆରପିଏଫ୍, ରାଜ୍ୟ ସଶସ୍ତ୍ର ବାହିନୀ ଓ ଜିଲ୍ଲା ପୋଲିସକୁ ନେଇ ହୋଇଛି ତିନିଥାକିଆ ସୁରକ୍ଷା ବ୍ୟବସ୍ଥା।କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡ଼ାଯିବ।...

ଏପଟେ ଗଣତି ପୂର୍ବରୁ ପରିଣାମକୁ ନେଇ ବଢ଼ିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା । କାରଣ ମୈଦାନରେ ୯ ପ୍ରାର୍ଥୀ ଥିଲେ ମଧ୍ୟ ଲଢ଼େଇ ହୋଇଛି ବିଜେପି, ବିଜେଡିକଂଗ୍ରେସ ମଧ୍ୟରେ । ତେଣୁ ବିଜୟ ନେଇ ତିନି ଦଳ ଆଶାବାଦୀ। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିଜେପି ପାଇଁ ଲୋକ ଲଢ଼ିଥିଲେ,ବିଜୟ ସୁନିଶ୍ଚିତ। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ କହିଛନ୍ତି ବିଜୟ ନେଇ ସେ ଆଶାବାଦୀ ଅଛନ୍ତି, ନହେଲେ ଦ୍ୱିତୀୟ ସ୍ଥାନରେ ରହିବା ପକ୍କା । ସେପଟେ ବିଜେଡି ପ୍ରାର୍ଥିନୀ ଦୀପାଲି ଦାସ ପ୍ରତିକ୍ରିୟା ଦେଇ ନଥିଲେ ବି ଦଳୀୟ ନେତା କିନ୍ତୁ ଏଠି ବୃହତ ବିଜୟ ନେଇ ବେଶ୍ ଆଶାବାଦୀ।

Advertisment

ଝାରସୁଗୁଡ଼ା ନିର୍ବାଚନୀ ଇତିହାସକୁ ଗଲେ କଂଗ୍ରେସର ହସ୍ତମୁଦି ମାହାଲ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳିକୁ ପୂର୍ବରୁ ସ୍ୱର୍ଗତ କିଶୋର ମହାନ୍ତି ବିଜେଡିରୁ ଦୁଇଥର ଦଖଲକୁ ନେଇଥିଲେ। ପରେ ତତ୍କାଳୀନ ଟାଣୁଆ କଂଗ୍ରେସ ନେତା ନବ ଦାସଙ୍କୁ ନିଜ ଦଳର ପ୍ରାର୍ଥୀ କରି ଏଭଳି ସଫଳତା ଦୋହରାଇଥିଲା ଶାସକ ଦଳ। କଂଗ୍ରେସ ତୃତୀୟକୁ ଖସିଥିଲା। ବିଜେଡି ସହ ସିଧାସଳଖ ଟକ୍କର ଦେଇଥିଲେ ବି ୪୫ ହଜାରରୁ ଅଧିକ ଭୋଟ ପଛରେ ପଡ଼ିଯାଇ ଥିଲା ବିଜେପି । ହେଲେ ନବ ଦାସଙ୍କ ହତ୍ୟା ପରେ ତାଙ୍କ ଅବର୍ତ୍ତମାନରେ ହୋଇଥିବା ଏ ଉପନିର୍ବାଚନର ଫଳ କାହା ସପକ୍ଷରେ ଯାଉଛି, ହାରଜିତର ବ୍ୟବଧାନ କେତେ ରହୁଛି ତାକୁ ହିଁ ଅପେକ୍ଷା ।....

Bypoll ByElection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ