• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ସରକାରଙ୍କ ଉଦେଶ୍ୟରେ ପୁଣି ଟ୍ୱିଟ୍‌ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ଏଥର କିନ୍ତୁ ତାଙ୍କ ଟ୍ୱିଟ୍‌ ସରକାରଙ୍କୁ ଟାର୍ଗେଟ୍‌ କିମ୍ବା ସମାଲୋଚନା ଭଳି ନାହିଁ । ଏଥର ସିଧାସଳଖ ସରକାର ଭୁଲ ମାନିଛନ୍ତି, ଆଉ ନିଜ ଭୁଲକୁ ସ୍ୱୀକାର କରି ଆଗକୁ ସଠିକ୍‌ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଲେଖିଛନ୍ତି ଅପରାଜିତା । ତେବେ ତାଙ୍କର ଏହି ଟ୍ୱିଟ୍‌କୁ କେହି କେହି ତାତ୍ସଲ୍ୟ ବୋଲି କହିଛନ୍ତି । ଅର୍ଥାତ୍‌ ଅନେକଙ୍କ ମତରେ ଅପରାଜିତା ଏଭଳି ଟ୍ୱିଟ୍ କରି ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ବୋଲି କହିଛନ୍ତି । କାରଣ ସରକାର ଭୁଲ କରିଥିଲେ ଏବଂ ଶେଷରେ ଭୁଲ ମାନିଲେ ।

ଅପରାଜିତା ଅଭ୍ୟର୍ଥନା କେନ୍ଦ୍ର ସ୍ଥାନାନ୍ତର ପ୍ରସଙ୍ଗରେ ଟ୍ୱିଟ୍ କରି କହିଛନ୍ତି ଯେ, ବିଳମ୍ବରେ ହେଲେ ବି ସରକାର ତ୍ରୁଟି ସଂଶୋଧନ କରିଛନ୍ତି । ଆଗକୁ ଆମ୍‌ସାର୍‌ ଆକ୍ଟର ଅନୁପାଳନ ସଠିକ୍ ଭାବେ କରାଯାଉ । ଏହାସହ ଅନ୍ୟ କୀର୍ତ୍ତିରାଜିର ସୁରକ୍ଷା ନେଇ ସରକାର ଯତ୍ନବାନ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଅପରାଜିତା ।

 

ଅନ୍ୟପଟେ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି INTACH । ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଦାବି କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ରହିଛି । ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ ସ୍ଥଗିତ ରହିଲେ ପ୍ରକଳ୍ପ ପାଇଁ ଅସୁବିଧା ନାହିଁ ବୋଲି ଚିଠିରେ ଦର୍ଶାଯାଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପରେ ବେଆଇନ୍ ନିର୍ମାଣ ଓ ଖନନକୁ ନେଇ ଦାଏର ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ପୁରୀ ସିଭିଲ୍ ଜଜ୍ । ସିନିଅର ଡିଭିଜନ୍ ପୁରୀ ଓକିଲ ସଙ୍ଘ ପକ୍ଷରୁ ଦାଏର ମାମଲା 179/22କୁ କୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏଥିସହ କେନ୍ଦ୍ର ସଂସ୍କୃତି ବିଭାଗ, NMA, ASI, TATA, OBCC, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ମ୍ୟୁନିସିପାଲିଟିକୁ ନୋଟିସ ବି ଜାରି କରିଛନ୍ତି । ଆସନ୍ତା ଜୁନ୍ ୨୮ରେ ହାଜର ହୋଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।