Advertisment

‘ନବୀନଙ୍କର କେବଳ ଗୋଟିଏ ଭୟ, ପ୍ରଦୀପ ଭୟ’

ରାଜ୍ୟ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି। ଆମେ ତ କହୁଚୁ ଏକାକୀ ଲଢିବୁ। ବିଜେଡ଼ିର ଯଦି ଦମ୍ ଅଛି କହୁ ଯେ, ସେମାନେ ଏକାକୀ ଲଢ଼ିବେ ।

author-image
Satyendu Shekher Mishra
Pradeep Panigrahi

Pradeep Panigrahi

ବିଜେଡି ବିଧାୟକ ନୃସିଂହ ସାହୁଙ୍କ ୧୧୦ ଅଙ୍କକୁ କାଉଣ୍ଟର କରିଛନ୍ତି ବିଜେପି ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। କହିଲେ ବିଜେପି ଏକାକୀ ଲଢ଼ି ଓଡ଼ିଶାରେ ସରକାର ଗଠନ କରିବ। ଯାଜପୁର ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ ସଭା ମାଡ଼ରେ ବିଜେଡ଼ି ଆଜି ଭୟଭୀତ। ସବୁଠି ମୋଦି ମୟ। ମେଣ୍ଟର ପ୍ରଶ୍ନ ଉଠୁନି। ରାଜ୍ୟ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି। ଆମେ ତ କହୁଚୁ ଏକାକୀ ଲଢିବୁ। ବିଜେଡ଼ିର ଯଦି ଦମ୍ ଅଛି କହୁ ଯେ, ସେମାନେ ଏକାକୀ ଲଢ଼ିବେ ।

Advertisment

ବିଜେପି ସହ ମେଣ୍ଟ ହେବନି। ମୁଖ୍ୟମନ୍ତ୍ରୀଙ୍କୁ କେବଳ ଗୋଟିଏ ଭୟ, ସେ ହେଲା ପ୍ରଦୀପ ପାଣିଗ୍ରାହୀ ଭୟ । ଗଞ୍ଜାମରେ ତାଙ୍କର ସ୍ଥିତି ସାଂଘାତିକ, ହାରିବା ସୁନିଶ୍ଚିତ ବୋଲି କହିଛନ୍ତି ଗୋପାଳପୁର ବିଧାୟକ ତଥା ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ।

Advertisment

ସୂଚନାଯୋଗ୍ୟ, ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ସିଟରେ ଜିତିବ। ମେଣ୍ଟ ବାବଦରେ ଆମେ ବି ଶୁଣୁଛୁ । କିନ୍ତୁ ଚୂଡ଼ାନ୍ତ ନିଷ୍ପତି ନେବେ ମୁଖ୍ୟମନ୍ତ୍ରୀ। ଆମେ ସେ ନିଷ୍ପତିକୁ ମାନିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ। କହିଛନ୍ତି, ଓଡ଼ିଶାର ଲାଭ ହେବା ପାଇଁ ତ ମେଣ୍ଟ କରାଯାଉଛି। ଓଡ଼ିଶାର ସ୍ୱାର୍ଥ ପାଇଁ BJD ରାଜି ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି। ମେଣ୍ଟ ଦ୍ୱାରା କିଛି ଲୋକଙ୍କ ଟିକେଟ କଟିବ କିନ୍ତୁ କେହି ବିଦ୍ରୋହୀ ହେବେନି ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ।

BJD General Election 2024 BJP Congress Odisha Politics
Advertisment
Advertisment