Advertisment

୨୪ ମହାସମର ପୂର୍ବରୁ ଓଡ଼ିଶା ପାଇଁ ଜାତୀୟ ଦଳଙ୍କ କସରତ୍

୨୪ ନିର୍ବାଚନରେ ଟକ୍କର ବି ଜୋରଦାର ହୋଇପାରେ ବୋଲି ଆଶା କରାଯାଉଛି।

ଅଦ୍ୟତନ ହୋଇଛି
General election 2024

Odisha Politics

Advertisment

ଜାତୀୟ ଦଳଙ୍କ ଫୋକସରେ ଓଡ଼ିଶା। ନିର୍ବାଚନକୁ ଦେଢ ବର୍ଷରୁ କମ୍ ସମୟ ଥିବାରୁ ସଂଗଠନକୁ ସଜାଡି ସଫଳତା ପାଇବା ଆଶାରେ ଲାଗିପଡିଲେଣି ବିଜେପି, କଂଗ୍ରେସ ଓ ଆପର କେନ୍ଦ୍ରୀୟ କମିଟି। ମିଶନ ମୋଡରେ ଥିବା ବିଜେପି ରହିଛି ସବୁଠୁ ଆଗରେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏଇ ମାସ ଶେଷ କିମ୍ବା ଆସନ୍ତା ମାସରେ ଓଡିଶା ଆସିବାକୁ ଥିବା ବେଳେ ଏହା ପରେ ରହିଛି ପ୍ରଧାନମନ୍ତ୍ରୀ ମୋଦି ଙ୍କ କାର୍ଯ୍ୟକ୍ରମ। ବୁଥ୍ ସ୍ତରରୁ ସଂଗଠନକୁ ଶକ୍ତିଶାଳୀ କରିବା ସହ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରି କର୍ମୀଙ୍କ ମନରେ ଜୋସ୍ ଭରିବେ ବିଜେପିର ଏହି ଦୁଇ ଫାୟାର ବ୍ରାଣ୍ଡ ଲିଡର।

Advertisment

ସେହିପରି ରାଜ୍ୟରେ ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ପାଇଁ ସଞ୍ଜିବନୀ ଧରି ଆସୁଛନ୍ତି ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଓ ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି। ଫେବୃଆରୀରେ ଉଭୟ ହାତ୍ ସେ ହାତ୍ ଯୋଡ଼ୋ କାର୍ଯ୍ୟକ୍ରମରେ ଯୋଗ ଦେବେ। ସାଧାରଣ ସଭା ସହ କର୍ମୀ ସମ୍ମିଳନୀ ବି କରିବେ। ସେହିପରି ଆମ ଆଦମୀ ପାର୍ଟିର ନଜର ବି ଅଛି। ରାଜ୍ୟ ଉପରେ ଫେବୃଆରୀରେ ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓଡ଼ିଶା ଆସୁଛନ୍ତି। ସାଧାରଣ ନିର୍ବାଚନ ଲାଗି ଦଳର କର୍ମୀଙ୍କୁ ଉତ୍ସାହିତ କରି ଭୋଟରଙ୍କୁ ବାର୍ତ୍ତା ବି ଦେବେ କେଜ୍ରିଓ୍ୱାଲ୍। ବିଧାନସଭା ସାଙ୍ଗକୁ ରାଜ୍ୟର ୨୧ ଲୋକସଭା ସିଟ୍ ଉପରେ ଏ ତିନି ତିନିଟି ଜାତୀୟ ଦଳର ଗୁରୁତ୍ୱ ହେଲେ ଶାସକ ବିଜେଡି କିନ୍ତୁ କହିଛି, ଯିଏ ଯେତେ ଆସିଲେ ବି କିଛି ଫରକ୍ ପଡ଼ିବନି।

ଅଧିକ ପଢ଼ନ୍ତୁ:୨୪ ନିର୍ବାଚନ ପାଇଁ ୨୩ରେ ଆହ୍ୱାନ : ସବୁ ଦଳ ଲାଗି ନିଜକୁ ସଜାଡ଼ିବାର ଶେଷ ବର୍ଷ

Advertisment

ଏହାରି ଭିତରେ ଗଲାକାଲି ସାମ୍ନାକୁ ଆସିଥିବା ଏ ରୋଚକ ଫଟୋକୁ ନେଇ ଚର୍ଚ୍ଚା ବିଜେପିରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ ଓ ତାଙ୍କ ପୁଅ ତଥା ବିଜେପି ନେତା ଶିଶିର ଗମାଙ୍ଗୋ। ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି -BRSର ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି।  ଗତବର୍ଷ ଅକ୍ଟୋବରରେ ତେଲେଙ୍ଗାନା ରାଷ୍ଟ୍ର ସମିତି, ଭାରତ ରାଷ୍ଟ୍ର ସମିତିକୁ ରୂପାନ୍ତରିତ ହୋଇ କୁ ଜାତୀୟ ସ୍ତରରେ ଗ୍ରହଣିୟତା ବଢ଼ାଇବାକୁ ପ୍ରୟାସ ଚଳାଇଛି। ତେଣୁ ବିଆରଏସ୍ ଫୋକସରେ ବି ରହିଛି ପଡୋଶୀ ଓଡିଶା। ତେଣୁ ଓଡ଼ିଶାରେ ବିଆରଏସ୍‌ର ନେତୃତ୍ୱ ନେବା ଲାଗି ଗିରିଧାରୀ ଗମାଙ୍ଗୋଙ୍କୁ କେସିଆର୍ ଅଫର୍ ଦେଇଥିବା କହିଛନ୍ତି ପୁଅ ଶିଶିର।

ନିର୍ବାଚନ ସମୟ ପାଖେଇଲେ ସାଧାରଣତଃ ଜାତୀୟ ଦଳ ଗୁଡ଼ିକର ନଜର ଓଡିଶା ଆଡ଼କୁ ପଡେ ମାତ୍ର ଏବେ କିନ୍ତୁ ଦୁଇରୁ ଅଧିକ ସକ୍ରିୟ ଜାତୀୟ ଦଳର ଫୋକସରେ ଓଡ଼ିଶା ରହୁଛି। ଏଥିଲାଗି ୨୪ ନିର୍ବାଚନରେ ଟକ୍କର ବି ଜୋରଦାର ହୋଇପାରେ ବୋଲି ଆଶା କରାଯାଉଛି।

Advertisment

(ଭୁବନେଶ୍ୱରରୁ ହରିହର ଚାନ୍ଦ ଓ ଜଗଦୀଶ ଦାସଙ୍କ ରିପୋର୍ଟ)

BJD BJP General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ