/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730201436.jpg)
Gandia Block Chairperson
ବିଜେପିରେ ମିଶିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ବିଜେଡି ଛାଡ଼ି ସେ ଆଜି ବିଧିବଦ୍ଧ ଭାବେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନଠାରେ ବିଜେପିରେ ମିଶିଛନ୍ତି । ରୀନାଙ୍କ ସହ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟ ମଧ୍ୟ ପଦ୍ମ ଧରିଛନ୍ତି ।
Advertisment
ବିଜେଡି ଛାଡ଼ିବା ପଛରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦାୟୀ କରିଛନ୍ତି ରୀନା ରାଣୀ। ସେ ଅଭିଯୋଗ କରିଛନ୍ତି- ଦଳ ପରାଜିତ ହେବା ପରଠୁ ଆଉ ଲୋକଙ୍କ ସହ ରହୁନି । ଲୋକଙ୍କ ସମସ୍ୟା ନେଇ ବାରମ୍ବାର ସୁଧୀର ସାମଲକୁ ଜଣାଇ ଥିଲେ ବି ସେ କିଛି ଶୁଣୁ ନାହାନ୍ତି । ତେବେ ଏ ନେଇ ସୁଧୀର ସାମଲଙ୍କ ପ୍ରତିକ୍ରିୟା ମିଳିନାହିଁ।
ସେପଟେ ରୀନାଙ୍କୁ ବିଜେପିରେମିଶାଇଥିବା ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି- ରୀନାରାଣୀଙ୍କ ଯୋଗଦାନ ଆମକୁ ଶକ୍ତିଶାଳୀ କରିବ। ଆଜି ସକାଳେ ରୀନାରାଣୀଙ୍କୁ ବିଜେଡି ନିଲମ୍ବନ କରିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)