/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757594822.jpg)
Harishankar Rout Quits BJD
ବିଜେଡି ଛାଡ଼ିଲେ ଛାତ୍ରନେତା ହରିଶଙ୍କର ରାଉତ । ଦଳ ଛାଡ଼ିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି । ଏବେବି ପାଣ୍ଡିଆନ ବିଜେଡିକୁ କବଜା କରି ରଖିଛନ୍ତି। ଅଣଓଡ଼ିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି, ସେପଟେ ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି । ପାଣ୍ଡିଆନଙ୍କ ଯୋଗୁଁ ଆଜି ଦଳର ଏମିତି ସ୍ଥିତି ବୋଲି କହିଛନ୍ତି ହରିଶଙ୍କର ।
ସେ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନରେ ଲୋକେ ଜବାବ ଦେଲେ । ଏହା ସତ୍ତ୍ବେ ବି ନବୀନଙ୍କ ପାଣ୍ଡିଆନ ପ୍ରୀତି ଯାଇନି । ବିଜେଡିରେ କୋଟେରୀ ଗ୍ରୁପ୍ କାମ କରୁଛି । ଏଥିରେ କିଛି ବରିଷ୍ଠ ନେତା ଅଛନ୍ତି । ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତା ଏଥିରେ ସାମିଲ୍ ଅଛନ୍ତି । ଏସବୁ ନେତା ପାଣ୍ଡିଆନଙ୍କ ଚାମଚା ସାଜିଛନ୍ତି ବୋଲି କହିଛନ୍ତି ହରିଶଙ୍କର । ତିନି ଫର୍ଦ୍ଦର ଅଭିଯୋଗ ଦାଖଲ କରି ସେ ଦଳ ଛାଡିଛନ୍ତି । ହରିଶଙ୍କର ଦଳୀୟ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ କାରଣ ଦର୍ଶାଇ ଏବଂ ବରିଷ୍ଠ ବ୍ୟୁରୋକ୍ରାଟରୁ ରାଜନୈତିକ ରଣନୀତିଜ୍ଞ ହୋଇଥିବା ଭିକେ ପାଣ୍ଡିଆନଙ୍କ ଉପରେ ଦଳୀୟ ନିଷ୍ପତ୍ତି ଏକଚାଟିଆ କରିବାର ଅଭିଯୋଗ ଆଣି ବିଜେଡିରୁ ଇସ୍ତଫା ଦେଇଛନ୍ତି ।
ହରିଶଙ୍କର କହିଛନ୍ତି, ଯେଉଁମାନେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ସେମାନଙ୍କୁ ପଦପଦବୀ ମିଳୁଛି । ମୋତେ ତିନି ତିନିଥର ପ୍ରତିଶ୍ରୁତି ଦେଇ ଧୋକା ଦେଇଛନ୍ତି । ଜଣେ ଅଣଓଡ଼ିଆ ପାଣ୍ଡିଆନଙ୍କ ଯୋଗୁଁ ଦଳ ୨୦୨୪ ନିର୍ବାଚନରେ ପରାଜିତ ହେଲା । ସେ ନବୀନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ରଖିଛନ୍ତି । ପାଣ୍ଡିଆନଙ୍କ ଯୋଗୁଁ ଆଜି ଦଳର ଏହି ଅବସ୍ଥା । ଆଗକୁ ଦଳ ସମ୍ପୂର୍ଣ୍ଣ ଭାଙ୍ଗିଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ହରିଶଙ୍କର । ଏଥିସହିତ ସେ ଏହା ବି କହିଛନ୍ତି ଯେ, ମୁଁ ଦଳ ସହ କେବେ ବିଶ୍ୱାସଘାତ କାମ କରିନି, ନିଷ୍ଠାର ସହ ୨୦ ବର୍ଷ କାମ କରିଛି। କିନ୍ତୁ ଦଳ ମୋତେ ୩ ଥର ମିଥ୍ୟା ପ୍ରତିଶୃତି ଦେଇ ମୋ ପ୍ରତି ଅବିଚାର କରିଛି । ଦଳରେ ମୋର ୨୦ ବର୍ଷର ତପସ୍ୟାକୁ ନଷ୍ଟ କରିଥିବା ନେତୃତ୍ୱଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ନିଶ୍ଚିତ ଭାବେ ଉତ୍ତର ଦେବେ । କେବେଳ ସମୟକୁ ଅପେକ୍ଷା ।
କିଛିଦିନ ତଳେ ହରିଶଙ୍କର ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଥିଲେ । ଛାତ୍ର ସଭାପତି ହେବା ନେଇ ବିଜେଡି ତାଙ୍କୁ ବାରମ୍ୱାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା କଥା ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ତେବେ ତାଙ୍କୁ ଷଡ଼ଯନ୍ତ୍ର କରି ଦବାଇ ଦେବାକୁ ଚେଷ୍ଟା କରାଯାଉଛି ବୋଲି ସେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି କହିଥିଲେ । ତେବେ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)