Advertisment

BJD Crisis: ବରିଷ୍ଠ ନେତାଙ୍କ ଚେତାବନୀ; କହିଲେ ଦଳ ଠିକରେ ନଚାଲିଲେ ଛାଡ଼ିଦେବି

ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ଦଳ ଏବେ ଆଉ ପୂର୍ବ ବିଚାର ଧାରାରେ ନାହିଁ ।

author-image
Debadatta Aryashrestha
Prafulla Mallik on BJD

Prafulla Mallik on BJD

ଠିକ ଢଙ୍ଗରେ ନଚାଲିଲେ ଦଳ ଠାରୁ ଦୂରେଇବି । ବିଜେଡିକୁ ଏମିତି ଚେତାବନୀ ଦେଇଛନ୍ତି ଭେଟେରାନ ନେତା ପ୍ରଫୁଲ ମଲ୍ଲିକ । ଦୀର୍ଘଦିନ ପରେ ମୁହଁ ଖୋଲି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ମୁଁ ଏବେ ବିଜେଡିରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି । ଆଗକୁ ଯଦି ଦଳ ଠିକ ଭାବରେ ନଚାଲେ, ତେବେ ଦଳଠାରୁ ମୁଁ ଦୂରେଇ ଯିବି ।

Advertisment

ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଏହା ମଧ୍ୟ କହିଛନ୍ତି ଯେ, ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ଦଳ ଏବେ ଆଉ ପୂର୍ବ ବିଚାର ଧାରାରେ ନାହିଁ । ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ । PAC, ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନାହିଁ । ମୋ ସହିତ କେହି ଆଲୋଚନା କରିନାହାଁନ୍ତି କି ମୁଁ କାହାକୁ ଭେଟିନି । ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ । ପୁରୁଣା ବିଜେଡିକୁ ସଠିକ ଭାବେ ଚଳାଇବାକୁ ପଡିବ ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ଉଲ୍ଲେଖଯୋଗ୍ୟ, ବିଜେଡିରେ ଏବେ ପ୍ରତିଦିନ ହେଉଛି ବିସ୍ଫୋରଣ । ଜଣକ ପରେ ଜଣେ ବରିଷ୍ଠ ନେତା ଦଳ ବିରୋଧରେ ସ୍ୱର ଉଠାଉଛନ୍ତି । କିଏ ପରୋକ୍ଷରେ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି ତ କିଏ ନବୀନଙ୍କ ନୀରବତାକୁ ଦଳର ନିଷ୍କ୍ରିୟତା ପାଇଁ ଦାୟୀ କରୁଛନ୍ତି । ଏହି କ୍ରମରେ ଗତକାଲି ନୂଆ ବିଜେଡି ଗଠନ ନେଇ ସଂକେତ ଦେଇଥିଲେ ବରିଷ୍ଠ ରାଜନେତା ଅମର ଶତପଥୀ । ବିଜେଡି ଲୋକ ହିଁ ନୂଆ ବିଜେଡି ଗଠନ କରିବେ ବୋଲି ସେ କହିଥିଲେ । ବର୍ତ୍ତମାନର ବିଜେଡି ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବୋଲି ସେ ଅନୁଭବ କରୁଥିବା କହିଥିଲେ । ଏବେ ବିଜେଡିରେ ଯାହା ଘଟୁଛି, ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ଦଳ ନଚାଲିଲେ ଆଗକୁ ଆହୁରି ନେତା, କର୍ମୀ ଦଳଠାରୁ ଦୂରେଇ ଯିବେ । ଏହା ପୂର୍ବରୁ ପୂର୍ବତନ ସାଂସଦ ତଥାଗତ ଶତପଥୀ ମଧ୍ୟ ଏନେଇ ଇଙ୍ଗିତ ଦେଇଥିଲେ । କହିଥିଲେ ବିଜେଡି ସମ୍ପୂର୍ଣ୍ଣ ରାଜନୈତିକ ଅସ୍ତିତ୍ୱ ହରାଉଛି । ଦଳକୁ କ୍ରମାଗତ ବରିଷ୍ଠ ନେତାଙ୍କ ଆକ୍ରମଣ ମଧ୍ୟରେ ପ୍ରଫୁଲ୍ଲ ମଲ୍ଲିକଙ୍କ ବୟାନକୁ ନେଇ ତେଜିଛି ରାଜନୀତି ।

Advertisment

Odisha News BJD Odisha Politics Prafulla Mallik
Advertisment
Advertisment