Advertisment

ପ୍ରସାଦଙ୍କୁ ଭଲ ବହୁତ ଭଲପାଆନ୍ତି ମୁଖ୍ୟମନ୍ତ୍ରୀ: ବିଜେଡ଼ିରେ ସାମିଲ ହେବେ କି ପ୍ରସାଦ?

ପ୍ରସାଦଙ୍କୁ କେତେ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ? ଯିଏ ପଛରେ କହେ, ତା’ର ସାମ୍ନାରେ କହିବାକୁ ସାହସ ନଥାଏ...

author-image
Pallipuspa Samal
ଅଦ୍ୟତନ ହୋଇଛି
khola katha

khola katha

କଂଗ୍ରେସ ନେତା ପ୍ରସାଦଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। କାରଣ ସେ କୁଆଡ଼େ ବିଜେଡ଼ି ନେତାଙ୍କ ଭାରି ପ୍ରିୟ। କଥା ଏତିକିରେ ସରିନି, ଚର୍ଚ୍ଚା ହେଉଛି ସିଏ କୁଆଡ଼େ ବିଜେଡ଼ି ଶିବିରରେ ଯୋଗ ଦେବେ ଏବଂ ବଡ଼ ପଦବୀ ପାଇବେ। କିନ୍ତୁ ଏହାକୁ ଖଣ୍ଡନ କରିବା ସହ ଖୋଲକଥାରେ ମନଖୋଲି ପ୍ରଶ୍ନର ଉତ୍ତର ଦେଇଛନ୍ତି କଂଗ୍ରେସର ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

Advertisment

ଓଟିଭି: ସାରା ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ଚାଲିଛି, ରାଜନୀତି ସରଗରମ୍ ଅଛି । ପ୍ରସାଦ ବାବୁ ଖାଲି ଖାଲି ?

ପ୍ରସାଦ ହରିଚନ୍ଦନ: ରାଜନୀତିରେ ମୁଁ ଖାଲି ନାହିଁ । ମୁଁ ମୋର ଦାୟିତ୍ୱକୁ ନେଇ ନିଷ୍ଠାର ସହ କରୁଛି ଏବଂ କରିବି ମଧ୍ୟ ।

Advertisment

ଓଟିଭି: ଆପଣଙ୍କ ନୀରବତାକୁ ନେଇ ସହଯୋଗୀ ବିଭିନ୍ନ କଥା ଓ ପ୍ରଶ୍ନ ଉଠାଇଛନ୍ତି ?

ପ୍ରସାଦ ହରିଚନ୍ଦନ: ସହଯୋଗୀ ବିଭିନ୍ନ କଥା ଓ ପ୍ରଶ୍ନ ଉଠାଇଛନ୍ତି ବୋଲି ତ ମୁହଁ ଖୋଲିଲି ।

ଓଟିଭି: ପ୍ରସାଦ ହରିଚନ୍ଦନଙ୍କ ଭଳିଆ ନେତୃତ୍ୱ ସତ୍ୟବାଦୀ ବ୍ଲକ୍ ରେ ଥାଇ କି ସେଇଠି କଂଗ୍ରେସ ୱାକ୍ ଓଭର୍ ଦେଇଦେଲା ? କଂଗ୍ରେସ ମୁକ୍ତ ହୋଇଗଲେ ?

ପ୍ରସାଦ ହରିଚନ୍ଦନ: ଗୋଟିଏ ପଞ୍ଚାୟତ ନିର୍ବାଚନରେ ଯାହା ହେଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । କିନ୍ତୁ ଗୋଟିଏ ପଞ୍ଚାୟତ ନିର୍ବାଚନକୁ କଂଗ୍ରେସ ମୁକ୍ତ ବ୍ଲକ୍ କହିବା ଅତ୍ୟୁକ୍ତି ନୁହଁ ।

ଓଟିଭି: ଚର୍ଚ୍ଚା ହେଉଛି ଯେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଖୁବ୍ ଭଲ ପାଆନ୍ତି ଓ ଆପଣ ବିଜେଡିର ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି, ଏ ପ୍ରସଙ୍ଗକୁ ନେଇ କଣ କହିବେ?

ପ୍ରସାଦ ହରିଚନ୍ଦନ: ଚର୍ଚ୍ଚା ଯେଉଁ କଥାରେ ହୁଏ,ଯେଉଁ କଥା ଆଗରେ କହିବାର ସାହସ ନଥାଏ ।

ଓଟିଭି: ପୁରୀ ଜିଲ୍ଲାରେ କଂଗ୍ରେସର ସଭାପତି ନାହାନ୍ତି ।ଏହାକୁ ନେଇ ଆପଣ କଣ କହିବେ ?

ପ୍ରସାଦ ହରିଚନ୍ଦନ: ଏହି ପ୍ରଶ୍ନ ଆପଣ ପିସିସି ସଭାପତିଙ୍କୁ ପଚାରନ୍ତେ । ଯେ କାହିଁ ସେଠି ଜିଲ୍ଲା ସଭାପତି ନାହାଁନ୍ତି ।

ଓଟିଭି: ତିନି ବର୍ଷ ହେଲା ଆପଣ ଦଳୀୟ କାର୍ଯ୍ୟରେ ସକ୍ରିୟ ନାହାଁନ୍ତି ?

ପ୍ରସାଦ ହରିଚନ୍ଦନ: ମୁଁ ନମ୍ରତାର ସହିତ ସ୍ୱୀକାର କରୁଛି, ମୁଁ ଆଶାନୁରୂପ ସକ୍ରିୟ ହୋଇ ନାହିଁ ।

ଓଟିଭି::ତିନି ବର୍ଷର ସାମୂହିକ ସନ୍ୟାସ କଣ ପାଇଁ?

ପ୍ରସାଦ ହରିଚନ୍ଦନ: ମୁଁ ରାଜନୀତିରୁ ସନ୍ୟାସ ନେଇ ନାହିଁ । ରାଜନୀତିରେ ଥିଲି ,ରହିଛି ଓ ରହିବି ।

OTV Khola Katha
Advertisment
Advertisment