Advertisment

ବିଜେଡିରେ ବିଜୟ ନନ୍ଦନ; ଆଶୀର୍ବାଦ ଦେଲାବେଳେ ନବୀନ କହିଲେ ‘ବାପାଙ୍କୁ ଜଣାଇଦେବ’...

ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ବାପା ବିଦାର ୨୪ ବର୍ଷ ପରେ ବିଜେଡିରେ ମିଶିଲେ ପୁଅ ଅରବିନ୍ଦ । ଆଶୀର୍ବାଦ ଦେଲାବେଳେ ‘ବାପାଙ୍କୁ ଜଣାଇଦେବ’ କହିଲେ ନବୀନ ।

author-image
Sujit kumar Swain
undefined

Bijoy Mohapatra Son Arabinda Joins BJD

ବିଜେଡିରେ ବିଜୟ ନନ୍ଦନ । ବିଜେଡିରୁ ବାପା ବିଦା ହେବାର ୨୪ ବର୍ଷ ପରେ ଶଙ୍ଖ ଧରିରେ ବିଜୟ ନନ୍ଦନ। ସମର୍ଥକଙ୍କ ଗହଣରେ ନବୀନ ନିବାସ ଯାଇ ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଅରବିନ୍ଦଙ୍କୁ ଆଶୀର୍ବାଦ ଦେଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ବି କହିଛନ୍ତି- ବାପାଙ୍କୁ ଜଣାଇଦେବ । କିଛି ଦିନ ତଳେ ବିଜୁ ପରିବାରର ପ୍ରମୁଖ ସଦସ୍ୟ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ବିଜେଡିରେ ମିଶିଥିଲେ । ଆଉ ଆଜି ଅରବିନ୍ଦ ବି ନବୀନ ପରିବାରର ସଦସ୍ୟ ହେବାକୁ ନେଇ ସରଗରମ କେନ୍ଦ୍ରାପଡ଼ା ରାଜନୀତି।

Advertisment

୧୯୮୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଜୟ ମହାପାତ୍ରଙ୍କ ଗଡ଼ଥିଲା ପାଟକୁରା। ଲଗାତର ୪ ଥର ଜିତିବା ପରେ ତୃତୀୟ ପାଳିରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଜଳସେଚନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ ବିଜୟ । ହେଲେ ୨୦୦୦ ନିର୍ବାଚନରେ ବିଜେଡିରୁ ତାଙ୍କ ଟିକେଟକୁ ଅପ୍ରତ୍ୟାଶିତ ଢଙ୍ଗରେ କଟାଯିବା ପରଠୁ ନୂଆ ଦଳ ଓଡ଼ିଶା ଗଣ ପରିଷଦ ଗଢ଼ିବା ହେଉ କି ଦଳ ବଦଳାଇ ଏନସିପିରୁ,ବିଜେପିରେ ସାମିଲ ହେବା ହେଉ । ସେବେଠୁ କିନ୍ତୁ ବିଧାନସଭା ମୁହଁ ଦେଖି ନାହାନ୍ତି ବିଜୟ । 

ଏପରିକି ଗଲାଥର ବିଜେପି ଟିକେଟରେ ପାଟକୁରାରୁ ଲଢ଼ିଥିଲେ ବି ହାରିବା ପରଠୁ ନିର୍ବାଚନ ମଣ୍ଡଳୀରେ ପୁଅ ଅରବିନ୍ଦଙ୍କୁ ସଂଗଠନ ଗଢୁଥିବା ଦେଖିବାକୁ ମିଳୁଥିଲା । ଆଉ ଶେଷରେ ପାଟକୁରା ପାଇଁ ନିଜ ଦାବିଦାରୀ ବଢ଼ାଇ ଆଜି ଶଙ୍ଖ ଧରିଛନ୍ତି ଅରବିନ୍ଦ।

Advertisment

କିଛି ଦିନ ତଳେ ସମାନ ଢଙ୍ଗରେ ଶଙ୍ଖ ଧରିଥିଲେ ଏକଦା ବିଜୁ ପରିବାରର ଆଉ ଜଣେ ପ୍ରମୁଖ ସଦସ୍ୟ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି । ଦୁର୍ନୀତି ଅଭିଯୋଗରେ ଦଳରୁ ବିଦା ହେବା ପରେ ପ୍ରଥମେ ସେ ନିଜେ କଂଗ୍ରେସରୁ ଭାଗ୍ୟ ପରୀକ୍ଷା କରି ସଫଳ ହେଲେ, ତାଙ୍କ ଅବର୍ତ୍ତମାନରେ ଅଂଶୁମାନ ବି ସେଇ କଂଗ୍ରେସ ଟିକେଟରୁ ବାପାଙ୍କ ଆସନ ରାଜନଗରରୁ ବିଧାୟକ ଭାବେ ନିର୍ବାଚିତ ହେଲେ । ତେବେ ପରିବର୍ତ୍ତିତ ପାଣିପାଗରେ ଏ ଦୁଇ ବିଜୁ ପରିବାର ଦାୟଦ ଏବେ ନବୀନ ପରିବାରର ସଦସ୍ୟ ହେବା କେନ୍ଦ୍ରାପଡ଼ା ରାଜନୀତିକୁ କେତେ ପ୍ରଭାବିତ କରୁଛି, ତାକୁ ନେଇ ଚର୍ଚ୍ଚା ।

BJD Bijoy Mohaptra
Advertisment
Advertisment