Advertisment

ଖୁବଶୀଘ୍ର ବିଜେପିରେ ମିଶିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱରରୁ ୫ ଥର ସାଂସଦ ଥିଲେ ପ୍ରସନ୍ନ ପାଟ୍ଟଶାଣୀ । ୧୯୯୮ରୁ ୨୦୧୯ ଯାଏ ସେ ସାଂସଦ ଥିଲେ ।

author-image
Santosh Kumar Sahoo
Prasanna Patasani

Prasanna Patasani

ପଦ୍ମ ଧରିବେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଖୁବଶୀଘ୍ର ବିଧିବଦ୍ଧ ଭାବରେ ସେ ପଦ୍ମ ଦଳରେ ଯୋଗ ଦେବେ। ଏବେ ସେ ଦିଲ୍ଲୀରେ ଅଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ସହ ପାଟ୍ଟଶାଣୀଙ୍କ ଆଲୋଚନା କରିଥିବା ସୂଚନା ମିଳିଛି । ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ପଦ୍ମ ଧରିବେ ପ୍ରସନ୍ନ ପାଟ୍ଟଶାଣୀ ।

Advertisment

ଭୁବନେଶ୍ୱରରୁ ୫ ଥର ସାଂସଦ ଥିଲେ ପ୍ରସନ୍ନ ପାଟ୍ଟଶାଣୀ । ୧୯୯୮ରୁ ୨୦୧୯ ଯାଏ ସେ ସାଂସଦ ଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କ ଟିକେଟ କାଟିଥିଲା । ପାଟ୍ଟଶାଣୀଙ୍କ ପରିବର୍ତ୍ତେ ବିଜେଡି ଦଳରେ ନୂଆ କରି ଯୋଗ ଦେଇଥିବା ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । କିନ୍ତୁ ଅରୂପ ବିଜେପିର ଅପରାଜିତା ଷଡଙ୍ଗୀଙ୍କଠାରୁ ପରାଜୟ ବରଣ କରିଥିଲେ । ତେବେ ୨୦୨୪ ନିର୍ବାଚନ ପାଇଁ ମଧ୍ୟ ଟିକେଟ୍‌ ରେସ୍‌ରେ ଥିଲେ ପ୍ରସନ୍ନ ପଟ୍ଟଶାଣୀ । କିନ୍ତୁ ଚଳିତ ଥର ମଧ୍ୟ ବିଜେଡି ତାଙ୍କୁ ଟିକେଟ୍‌ ନଦେଇ ନିରାଶ କରିଥିଲା । ଏଥର ମଧ୍ୟ ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଥିଲା । ଅରୂପ ପଟ୍ଟନାୟକଙ୍କ ସ୍ଥାନରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । କିନ୍ତୁ ସେ ମଧ୍ୟ ପରାଜୟର ସ୍ୱାଦ ଚାଖିଥିଲେ।

ସେପଟେ କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଲାଗିରହିଛି ନାନା ଚର୍ଚ୍ଚା, ନାନା କଳ୍ପନା ଜଳ୍ପନା । ରେସରେ ଅନେକ ନେତା ଅଛନ୍ତି । ଆଉ ଚର୍ଚ୍ଚାର ସବୁଠୁ ଆଗରେ ରହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେହିପରି ନବନିର୍ବାଚିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ, ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କ ଭଳି ବହୁ ହେଭିୱେଟଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି ।

Advertisment

ଏସବୁ ଭିତରେ ଆସନ୍ତା ୧୦ ତାରିଖ ସକାଳେ ବିଜେପିର ନବ ନିର୍ବାଚିତ ବିଧାୟକ ଦଳ ବୈଠକ ବସିବ ବୋଲି କୁହାଯାଉଛି । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ନାଁ ଶୁଣାଇବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ବିଧାୟକ ଦଳ ବୈଠକରେ ସହମତି ପରେ ବିଧିବଦ୍ଧ ଭାବେ ନୂଆ ମୁଖମନ୍ତ୍ରୀଙ୍କ ନାଁ ଘୋଷଣା ହେବ ଏବଂ ପୂର୍ବ ଘୋଷଣା ଅନୁଯାୟୀ, ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି । 

BJP Former MP Prasanna Patasani
Advertisment
Advertisment