Advertisment

ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ହେବେ ସାମିଲ !

୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ।

ଅଦ୍ୟତନ ହୋଇଛି
Former Odisha Chief Secretary Bijay Patnaik To Join Congress

Bijay Pattnaik

Advertisment

କଂଗ୍ରେସରେ ଯୋଗ ଦେଇ ପାରନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ । କଂଗ୍ରେସ ନେତା ଅମୀୟ ପାଣ୍ଡବ ଆଜି ଏ ନେଇ ସୋସିଆଲ୍ ମିଡିଆ ରେ ସୂଚନା ଦେବା ପରେ ଚର୍ଚ୍ଚା ଜୋର୍ ଧରିଛି । ଅମୀୟ ନିଜ ସୋସିଆଲ୍ ମିଡିଆ ପେଜ୍‌ରେ ଆଜି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ଯୋଗଦେବେ ଏବଂ ତାଙ୍କୁ ସ୍ୱାଗତଂ ବୋଲି ଲେଖିଛନ୍ତି ।

Advertisment

୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଭାବେ କାମ କରିଥିଲେ । ସେ ୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୩ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିଥିଲେ।

ତେବେ ୨୦୨୨ ମସିହା ମେ’ ମାସରେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ସେ ଏନେଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା କରିଥିବା କୁହାଯାଉଥିଲା । ହେଲେ ସେତେବେଳେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦାନ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରାଜନୀତିରେ ଆଗ୍ରହ ନଥିବା ଗଣମାଧ୍ୟମକୁ କହିଥିଲେ।  ତେବେ ଆଜି କଂଗ୍ରେସ ନେତା ଅମୀୟଙ୍କ ସୂଚନା ପରେ ଏହି ଜାତୀୟ ଦଳରେ ଯୋଗଦାନକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ବିଜୟ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦେବା ନେଇ ବିଧାୟକ ସୁର ରାଉତରାଏ କହିଛନ୍ତି, ଏହା ବହୁତ ଭଲ କଥା । ସେ ଆସିଲେ ଦଳ ଆହୁରି ସୁଦୃଢ଼ ହେବ । ସେ ଜଣେ ଭଲ ପ୍ରଶାସକ । ତାଙ୍କର ଜ୍ଞାନ ଅଛି । ଆମେ ତାଙ୍କୁ ସ୍ୱାଗତ କରିବୁ ।

Advertisment

BJD BJP Congress Bijay Pattnaik Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ