Advertisment

ସିସୋଦିଆଙ୍କ ଗିରଫ ପରେ ଗର୍ଜୁଛି ଆପ୍

ଗିରଫ ପରେ ଗତକାଲି ସିସୋଦିଆ ସିବିଆଇ ମୁଖ୍ୟାଳୟରେ ରାତି କଟାଇଥିବା ବେଳେ ଆଜି ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ । ତାଙ୍କୁ ଅଧିକ ଜେରା ପାଇଁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ ।

ଅଦ୍ୟତନ ହୋଇଛି
Manish Sisodia Arrested News

Manish SIsodia

Advertisment

ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରି ପରେ ତେଜିଲା ବିଜେପି-ଆପ୍ ଲଢେଇ। ସିସୋଦିଆଙ୍କ ଗିରଫ ପ୍ରତିବାଦରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ଆମ ଆଦମୀ ପାର୍ଟିରେ ହଲ୍ଲାବୋଲ କରିଛି। ଦଳୀୟ ନେତା, କର୍ମୀ ଓ ସମର୍ଥକମାନେ ବହୁ ସଂଖ୍ୟାରେ ଆନ୍ଦୋଳନକୁ ଓହ୍ଲାଇ ଅଚଳ କରିଛନ୍ତି ଦିଲ୍ଲୀ ରାଜରାସ୍ତା।

Advertisment

ଆଜି ସକାଳୁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ସହ ବିଜେପି ର ମୁଖ୍ୟ କାର୍ଯ୍ୟାଳୟ ଆଗରେ ତୀବ୍ର ପ୍ରତିବାଦ କରିଛନ୍ତି ଦଳୀୟ କର୍ମୀ। ସେହିଭଳି ଭୁବନେଶ୍ୱର ରେ ବିଜେପି କାର୍ଯ୍ୟାଳୟ ଘେରିବାକୁ ଉଦ୍ୟମ କରିଥିଲ ଦଳ। ଦଳର ବହୁ କର୍ମୀ ବିଜେପି କାର୍ଯ୍ୟାଳୟ ଆଡ଼କୁ ରାଲିରେ ଆସୁଥିବା ବେଳେ ସେମାନଙ୍କୁ ଗିରଫ କରିଥିଲା ପୋଲିସ।

ଅଧିକ ପଢ଼ନ୍ତୁ: ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି, ଦେଲେ ଏମିତି ସଙ୍କେତ...

Advertisment

ସିସୋଦିଆ ଗିରଫ ହେବା ପରେ ଗତକାଲି ସିବିଆଇ ମୁଖ୍ୟାଳୟରେ ରାତି କଟାଇଥିବା ବେଳେ ଆଜି ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ । ତାଙ୍କୁ ଅଧିକ ଜେରା ପାଇଁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ।

ଗତକାଲି ସିସୋଦିଆଙ୍କୁ ୮ ଘଣ୍ଟାର ଜେରା ପରେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇନଥିବାରୁ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ଦର୍ଶାଇଛି । ଦିଲ୍ଲୀ ଅବକାରୀ ନୀତିରେ ବ୍ୟବସାୟୀଙ୍କୁ ମୁନାଫା ପାଇଁ ସେ ଅପରାଧିକ ଷଡ଼ଯନ୍ତ୍ର କରିଥିବା ଏବଂ ତଥ୍ୟ ଲୁଚାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା କହିଛି ସିବିଆଇ । ସେପଟେ ମାମଲାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍ ।

Advertisment

୨୦୨୧ରେ ଦିଲ୍ଲୀର ଆପ୍ ସରକାର ରାଜ୍ୟରେ ନୂଆ ଅବକାରୀ ନୀତି ପାଇଁ ଯେଉଁ ବିଧେୟକ ଆଣିଥିଲେ, ସେଥିରେ ବ୍ୟବସାୟୀଙ୍କୁ ୫ରୁ ୧୨ ପ୍ରତିଶତ ଲାଭ ପ୍ରସ୍ତାବ ରଖାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ଏଥିରେ ବ୍ୟବସାୟୀଙ୍କୁ ମୁନାଫା ଲାଗି ବ୍ୟବସ୍ଥା କରାଯାଇ ଆପ୍ ଦୁର୍ନୀତି କରିଥିବା ଅଭିଯୋଗ ଆଣି ଏହାର ସିବିଆଇ ତଦନ୍ତ ଦାବି କରିଥିଲେ ଦିଲ୍ଲୀ ପ୍ରଶାସନର ଜଣେ ଟପ୍ ବ୍ୟୁରୋକ୍ରାଟ୍ ।

ଏ ତ୍ରୁଟିପୂର୍ଣ୍ଣ ଅବକରୀ ନୀତି ପାଇଁ ଦିଲ୍ଲୀ ସରକାର ୨୮ ଶହ କୋଟି ରାଜସ୍ୱ ହରାଇଥିବା ଅଭିଯୋଗ ହୋଇଥିଲା । ପରେ ସିବିଆଇ ଏ ମାମଲାର ତଦନ୍ତ ଭାର ନେଇ ତତ୍କାଳୀନ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିଲା । ପୂର୍ବରୁ ଏ ମାମଲାରେ ସିସୋଦିଆଙ୍କୁ ଏକାଧିକ ବାର ସମନ୍ କରିଥିବା ବେଳେ ତାଙ୍କ ଘର, ଅଫିସ୍ ଓ ସମ୍ପର୍କୀୟ ଘରେ ଏକାଧିକ ବାର ଛାପା ମାରିଥିଲା ।

CBI Manish Sisodia AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ