Advertisment

‘ମୁଁ ନିର୍ଦ୍ଦଳୀୟ, ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ଆସିଛି’

ରାଜନୀତି ପ୍ରସଙ୍ଗରେ ମୁହଁ ଖୋଲିଲେନି ତଥାଗତ

ଅଦ୍ୟତନ ହୋଇଛି
Tathagata Satpathy

Tathagata Satpathy

Advertisment

ବିଜେଡିର ନୂତନ ମୁଖ୍ୟ କାର୍ଯ୍ୟାଳୟ ଲୋକାର୍ପଣ ଅବସରରେ ଯୋଗଦେଲେ ଦଳର ପୂର୍ବତନ ସାଂସଦ ତଥାଗତ ସତପଥୀ । ଏହି ଅବସରରେ ସେ ତାଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ କହିଛନ୍ତି ‘ମୁଁ ନିର୍ଦ୍ଦଳୀୟ । ମୁଁ କୌଣସି ଦଳରେ ନାହିଁ । ମତେ ନବୀନ ବାବୁ ନିମନ୍ତ୍ରଣ କରିଥିବାରୁ ମୁଁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛି । ହେଲେ ଆଗାମୀ ସାଧାରଣ ନିର୍ବାଚନ କିମ୍ବା ଢେଙ୍କାନାଳ ଅନୁଗୁଳ ରାଜନୀତିକୁ ନେଇ ମୁହଁ ଖୋଲି ନାହାନ୍ତି ତଥାଗତ ।

Advertisment

ଅଧିକ ପଢ଼ନ୍ତୁ: BJDର ବ୍ରାଣ୍ଡ ନ୍ୟୁ ପାର୍ଟି ଅଫିସ୍ ! ଫାଇଭ୍‌ ଷ୍ଟାର ହୋଟଲ୍‌ଠୁ କମ୍‌ ନୁହେଁ, ଦେଖନ୍ତୁ ଭିଡିଓ...

ସେପଟେ ଆଜି ବିଜେଡିର ନୂତନ ମୁଖ୍ୟ କାର୍ଯ୍ୟାଳୟ ଲୋକାର୍ପଣ ହୋଇଛି । ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ୟୁନିଟ ୬ ସ୍ଥିତ ସେହି ପୁରୁଣା ଜାଗାରେ ହିଁ ନିର୍ମାଣ ହୋଇଛି ବିଜେଡିର ନୂତନ କାର୍ଯ୍ୟାଳୟ । ଓଡ଼ିଶାର କଳା, ଭାସ୍କର୍ଯ୍ୟର ଛାପ ପଦର୍ଶନ କରୁଥିବା ପଥରର କାରୁକାର୍ଯ୍ୟ ଏଥିରେ ସ୍ଥାନ ପାଇଛି । ବେସମେଣ୍ଟରେ ରହିଛି ବିରାଟ ପାର୍କିଂ ବ୍ୟବସ୍ଥା । ଯେଉଁଥିରେ ପ୍ରାୟ ୪୦ଟି କାର ପାର୍କିଂ କରିବା ଭଳି ସ୍ଥାନ ରହିଛି ।

Advertisment

ବେସମେଣ୍ଟ ଉପରେ ରହିଛି ୩ ମହଲା କୋଠା । ପ୍ରଥମ ମହଲାରେ ବିରାଟ ହଲ ଓ ପ୍ରେସ କନଫରେନ୍ସ ହଲ ପାଇଁ ବ୍ୟବସ୍ଥା ରହିଛି । ଏହାସହ ପ୍ରାୟ ୨୫୦ ଆସନ ବିଶିଷ୍ଟ ଗୋଟିଏ ଅଡ଼ିଟୋରିଅମ ରହିଛି । ବିଲଡିଂରେ କ୍ୟାଣ୍ଟିନ ବ୍ୟବସ୍ଥା ମଧ୍ୟ ରଖାଯାଇଛି । ଦ୍ୱତୀୟ ମହଲାରେ ଛାମୁଆ ସଂଗଠନ, ସଭାପତି ଓ ଦଳର ରାଜ୍ୟ ପଦାଧିକାରୀ ଙ୍କ କାର୍ଯ୍ୟାଳୟ ରହିଛି । ଏହାସହ ଆଇଟି ସେଲ ମଧ୍ୟ ବିଲଡିଂରେ କାର୍ଯ୍ୟ କରିବ ।

ଏଥିସହ ପ୍ରାୟ ୩୦ଟି ପ୍ରକୋଷ୍ଟ ମଧ୍ୟ ରହିଛି । ବିଲଡିଂର ଦଳର ସଭାପତିଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ରହିଛି ।

Advertisment
BJD Tathagata Satpathy BJD Party Office
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ