• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୋକିମଙ୍କ ନିର୍ବାଚନ ଅସିଦ୍ଧ । କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷଣା । ମୋକିମଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ । ନାମାଙ୍କନ ବେଳେ ସବିଶେଷ ତଥ୍ୟ ଦେଇ ନଥିବା ଅଭିଯୋଗ କରିଥିଲେ ।

ଅନ୍ୟପଟେ ଗତ କିଛିଦିନ ତଳେ କଂଗ୍ରେସକୁ ଫେରିଥିଲେ ମୋକିମ । ଦବଦବା ଥିବା ନିଲମ୍ୱିତ ନେତାଙ୍କୁ ଫେରାଇ ଦଳ ଗୋଟାଇଥିଲା ବଳ । କିନ୍ତୁ ବର୍ତ୍ତମାନ ହାଇକୋର୍ଟଙ୍କ ଏପରି ଘୋଷଣା କଂଗ୍ରେସ ଆଶାରେ ପାଣି ପକାଇ ଦେଇଛି । ଗତ ଜାନୁଆରୀରେ ପ୍ରଭାରୀ ଅଜୟ କୁମାର, ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ଉଠାଇ ଦେଇଥିଲେ ।

ସୂଚନା ଅନୁସାରେ ୧୫ ଜୁଲାଇ ୨୦୨୩ରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କରିଥିଲା କଂଗ୍ରେସ । ସୂଚନା ଭବନରେ ଆୟୋଜିତ ‘ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଉଭୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।

ଯେଉଁଥିପାଇଁ AICC ଶୃଙ୍ଖଳା କମିଟି ଉଭୟଙ୍କୁ ସସ୍‌ପେଣ୍ଡ କରିଥିଲା । ଅନ୍ୟପଟେ ମାର୍ଚ୍ଚ ପହିଲାରେ କଂଗ୍ରେସର ଟିକେଟ୍‌ ବଣ୍ଟନ ହୋଇଥାଆନ୍ତା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଆସନରେ ଟିକେଟ ଘୋଷଣା କରାଯିବ ବୋଲି ଗତ କିଛିଦିନ ତଳେ ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସି ସଭାପତି ଶତର ପଟ୍ଟନାୟକ ସୂଚନା ଦେଇଥିଲେ ।