Advertisment

ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ନିଆରା ପ୍ରଚାର

ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ନିଆରା ପ୍ରଚାର । ଥାଳିରେ ପାନ, ଗୁଆ, ହଳଦୀ ରଖି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଭଲ ପ୍ରାର୍ଥୀ ଚୟନ ପାଇଁ ଶିକ୍ଷା ଦେଉଛନ୍ତି ସରପଞ୍ଚ ଆଶାୟୀ ।

author-image
Pallipuspa Samal
 Election campaign continues to attract voters

Election campaign continues to attract voters

ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ନିଆରା ପ୍ରଚାର । ଖୋର୍ଦ୍ଧା ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ,ପିତଳ ଥାଳିରେ ପାନ,ଗୁଆ,ହଳଦୀ,ଅରୁଆ ଚାଉଳ ଭୋଟରଙ୍କୁ ଦେଇ ପାଦ ଛୁଇଁ ଭୋଟ ଭିକ୍ଷା କରୁଛନ୍ତି ।

Advertisment

ସେପଟେ ନିଜ ପାଇଁ ଭୋଟ ନମାଗି ଯିଏ ଭଲ କାମ କରିବ ତାକୁ ଭୋଟ ଦିଅ ବୋଲି ଲୋକଙ୍କୁ ବୁଝାଉଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ୱର ପଂଚାୟତର ସମିତିସଭ୍ୟ ପ୍ରାର୍ଥୀ ପଦ୍ମ ଚରଣ ସାହୁ । ଜଣେ ଅବସରପ୍ରାପ୍ତ ସ୍କୁଲ ଏସଆଇ ପଦ୍ମ ଚରଣ ସାହୁଙ୍କ ଏଭଳି ନିଆରା ପ୍ରଚାର ଭୋଟରଙ୍କୁ ଆକୃଷ୍ଟ କରିଛି ।

ଏଥର ପଞ୍ଚାୟତ ନିର୍ବାଚନରେ ସର୍ବକନିଷ୍ଠ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ଉଚ୍ଚଶିକ୍ଷିତ ଆଶିଷ କୁମାର ପଣ୍ଡା ଏବଂ ହିମାଂଶୁ ସାହୁ । ଏମ୍ବିଏ ପଢି ,ଏଲ୍ଏଲ୍‌ବି କରୁଥିବା ଆଶିଷ ଜୟପୁର ବ୍ଲକ ଅନ୍ତା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ହୋଇଥିବାବେଳେ ହିଂମାଶୁ ସାଲେପୁର ତେନ୍ତୋଳ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ । ଉଭୟ ପୁସିଂ କାର୍ଡ ଓ ବ୍ୟାନର ବିନା କେବଳ ହାତ ଲେଖା ଇସ୍ତାହାର ନେଇ ପହଞ୍ଚିଛନ୍ତି ଲୋକଙ୍କ ପାଖରେ ।

Advertisment

ସେହିପରି ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭଗବାନ ସାହୁ ଓ ସମିତି ସଭ୍ୟ ପ୍ରାର୍ଥୀ ରବୀନ୍ଦ୍ର ଭଞ୍ଜ ଦୁହେଁ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ଗରିବଙ୍କ ସୁଖ ଦୁଃଖର ସାଥି ହେବାପାଇଁ ଆଗେଇ ଆସିଛନ୍ତି ର୍ନିବାଚନ ଲଢ଼ିବାକୁ ପୋଷ୍ଟର ବ୍ୟାନର ଲଗାଇବାକୁ ଅର୍ଥ ନଥିବାରୁ ଘରକୁ ଘର ବୁଲି ମାଗୁଛନ୍ତି ଭିକ୍ଷା ଚାଉଳ, ମୁଢ଼ି,ପଇସା,ଯିଏ ଯାହା ଦେଉଛନ୍ତି ଖୁସିରେ ଗ୍ରହଣ କରୁଛନ୍ତି ।

ଭୋଟରଙ୍କୁ ନିଜ ଆଡକୁ ମନାଇବାକୁ ପ୍ରାର୍ଥୀ ନୂଆ ତରିକାରେ ପ୍ରଚାର ଚଳାଇଥିବାବେଳେ ବିଚାର ଜନତାଙ୍କର ।

Election Campaign
Advertisment
Advertisment