Advertisment

ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ପୁଣି ଅଣ୍ଡାମାଡ଼

ଆଗରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ପଦ୍ମନାଭ ବେହେରାଙ୍କୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା।

author-image
Chandan Shishu
Egg Hurled Minister Vehicle

Egg Hurled Minister Vehicle

ବରଗଡ଼: ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି । ପ୍ରତିବାଦ କରିବାକୁ ଯାଇ ନୂଆ ଫଣ୍ଡା ଆପଣାଇଛନ୍ତି ବିରୋଧୀ। କଳାପତାକା ସହ ଅଣ୍ଡାମାଡ଼ କରୁଛନ୍ତି, ଟାର୍ଗେଟ୍‌ରେ ଅଛନ୍ତି ଶାସକ ଦଳର ମନ୍ତ୍ରୀ।

Advertisment

ଏହି କ୍ରମରେ ପୁଣି ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। କଳାହାଣ୍ଡି ମହାଲିଙ୍ଗ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲା ଏବଂ ବରଗଡ଼ରେ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ମାମଲାକୁ ନେଇ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରିଛି ଯୁବ ଓ ଛାତ୍ର କଂଗ୍ରେସ। ବରଗଡ଼ LIC ଅଫିସ ପାଖରେ ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ କାର୍ଯ୍ୟକ୍ରମ ରହିଛି।

Advertisment

ଆଗରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ପଦ୍ମନାଭ ବେହେରାଙ୍କୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା।  

Odisha Youth Congress Mamita Murder Case
Advertisment
Advertisment