Advertisment

Double Engine: ବିକାଶକୁ ଦୁଇ ଗୁଣ କରିବ ଡବଲ ଇଞ୍ଜିନ- ପୃଥ୍ବୀରାଜ

ଓଡ଼ିଶାର ବିକାଶକୁ ତ୍ବରାନ୍ବିତ କରିବ ଡବଲ ଇଞ୍ଜିନ ସରକାର। ତାକୁ ନେଇ ଓଟିଭି ଫୋରସାଇଟ୍-୨୦୨୫ରେ ହୋଇଛି ସାରଗର୍ଭକ ଆଲୋଚନା। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ୨୦୩୬ ବିକଶିତ ଓଡ଼ିଶା ପାଇଁ ମୂଳଦୁଆ ପଡ଼ି ସାରିଛି, ଡବଲ୍ ଇଞ୍ଜିନ ସରକାର ଯୋଗୁଁ କ୍ଷମତାକୁ ଆସୁ ଆସୁ ସୁଭଦ୍ରା ଯୋଜନା ଓ ଧାନ ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି ଭଳି ଅନେକ ନିଷ୍ପତ୍ତି ନେଇ ପାରିଛନ୍ତି।

undefined

Double Engine

Advertisment

ଓଡ଼ିଶାର ବିକାଶକୁ ତ୍ବରାନ୍ବିତ କରିବ ଡବଲ ଇଞ୍ଜିନ ସରକାର। ତାକୁ ନେଇ ଓଟିଭି ଫୋରସାଇଟ୍-୨୦୨୫ରେ ହୋଇଛି ସାରଗର୍ଭକ ଆଲୋଚନା। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ୨୦୩୬ ବିକଶିତ ଓଡ଼ିଶା ପାଇଁ ମୂଳଦୁଆ ପଡ଼ି ସାରିଛି, ଡବଲ୍ ଇଞ୍ଜିନ ସରକାର ଯୋଗୁଁ କ୍ଷମତାକୁ ଆସୁ ଆସୁ ସୁଭଦ୍ରା ଯୋଜନା ଓ ଧାନ ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି ଭଳି ଅନେକ ନିଷ୍ପତ୍ତି ନେଇ ପାରିଛନ୍ତି। ବିଜେଡି ବିଧାୟକ ଅରୁଣ ସାହୁ ଡବଲ ଇଞ୍ଜିନ ସରକାରକୁ ସମାଲୋଚନା କରି କୋଲ ରୟାଲିଟି ବୃଦ୍ଧି ଓ ସ୍ପେଶାଲ୍ ପ୍ୟାକେଜ୍ ପାଇଁ ଓଡ଼ିଶା ଇଞ୍ଜିନ୍ ଦାବି କରୁ ବୋଲି କହିଛନ୍ତି। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଗଲା ୯ ମାସରେ ଓଡ଼ିଶାକୁ କଣ ମିଳିଛି ବୋଲି ପ୍ରଶ୍ନ କରିଛନ୍ତି।

Advertisment

ଅଧିକ ପଢନ୍ତୁ: ସୁଭଦ୍ରା ଯୋଜନାରୁ ଡିଜିପି ସମ୍ମିଳନୀ, ମନେରହିବ ଏହି ସବୁ ଘଟଣା

ରାଜ୍ୟର ବିକାଶ ପାଇଁ ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ ହେବା ଦରକାର।ଏଥିପାଇଁ କୃଷି, ଜଳସେଚନ ଓ ଉଦ୍ୟାନ କୃଷିକୁ ଗୁରୁତ୍ବ ଦେଉଛୁ ବୋଲି ଓଟିଭିର ଫୋରସାଇଟରେ ବିସ୍ତୃତ ତଥ୍ୟ ରଖି ବୁଝାଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପୃଥ୍ବୀରାଜ କହିଥିଲେ- ରାଜ୍ୟ ବଜେଟ୍ ୨୦୨୫-୨୬ରେ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ବ୍ୟବସ୍ଥା ସହ ବହୁ ଯୋଜନା ହୋଇଛି। ରାଜ୍ୟରେ ବିଜେପି ସରକାର ଶପଥ ନେବା ମାତ୍ରେ ହିଁ ବଡ଼ ପଦକ୍ଷେପ କ୍ରମେ ଧାନ ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି, ଶ୍ରୀମନ୍ଦିର ୪ଦ୍ବାର ଖୋଲିବା ହେଉ କି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସହାୟତା ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ଯୋଗୁଁ ରାଜ୍ୟକୁ ୧୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଉତ୍କର୍ଷ ଓଡ଼ିଶା ଜରିଆରେ ଏମଓୟୁ ସ୍ବାକ୍ଷରିତ ହୋଇଛି ଏବଂ ୧୬ ଲକ୍ଷ କୋଟିର ପୁଞ୍ଜି ନିବେଶ ପ୍ରତିଶ୍ରୁତି ବି ମିଳିଛି।

ତେବେ ଓଟିଭି ଫୋରସାଇଟ୍ ମହାମଞ୍ଚ ଆଲୋଚନାରେ ଭାଗ ନେଇ ଡବଲ ଇଞ୍ଜିନକୁ ଗିମିକ୍ କହି ଆଇନ ମନ୍ତ୍ରୀଙ୍କୁ କାଉଣ୍ଟର କରିଥିଲେ ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ। ଅରୁଣ କହିଥିଲେ- କେନ୍ଦ୍ରରୁ ଡବଲ୍ ଇଞ୍ଜିନ ସରକାରକୁ କିଛି ଅଧିକ ମିଳିନି। ଓଡ଼ିଶାରୁ ୨୦ ବିଜେପି ସାଂସଦ ଅଛନ୍ତି ତେଣୁ ସେମାନେ ପ୍ରଥମେ କୋଲ୍ ରୟାଲିଟି ବୃଦ୍ଧି ପାଇଁ ଦାବି କରନ୍ତୁ। ତାସହ ସ୍ପେଶାଲ ଷ୍ଟେଟ୍ ନହେଲା ନାହିଁ ଓଡ଼ିଶା ପାଇଁ ସ୍ପେଶାଲ ପ୍ୟାକେଜ ମାଗନ୍ତୁ। କେନ୍ଦ୍ରର ପୋଲାଭରମ ବ୍ୟୟ ବରାଦ ନେଇ ଓଡ଼ିଶା ଇଞ୍ଜିନ, ଦିଲ୍ଲୀ ଇଞ୍ଜିନକୁ ଜଣାଉ ବୋଲି କହିଥିଲେ ଅରୁଣ। ତାସହ ଫାଇଭ-ଟି ହିଁ ବିଜେଡି ବିପର୍ଯ୍ୟୟର କାରଣ ବୋଲି ମାନିଛନ୍ତି ବିଧାୟକ ଅରୁଣ ସାହୁ।

Advertisment

ବିତର୍କର ମହାମଞ୍ଚରେ ସାମିଲ ହୋଇ ନବାଗତା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ଓଡ଼ିଶାର ବିକାଶରେ ଡବଲ ଇଞ୍ଜିନ ସରକାରର ସହଯୋଗିତାକୁ ତାଙ୍କ ଦଳ ବିରୋଧ କରିବ ନାହିଁ ବୋଲି କହିଥିଲେ। ହେଲେ ଗଲା ୯ ମାସରେ କେନ୍ଦ୍ରରୁ ଓଡ଼ିଶାକୁ ମିଳିଛି କ’ଣ ବୋଲି ପ୍ରଶ୍ନ କରିଥିଲେ ସୋଫିଆ। ତାଛଡ଼ା ୩ଶହ ୟୁନିଟ୍ ମାଗଣା ବିଜୁଳି, ସୁଭଦ୍ରାରେ ବର୍ଷକୁ ୫୦ ହଜାର ଟଙ୍କା ଓ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ଭଳି ନିର୍ବାଚନୀ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବି ପଚାରିଥିଲେ। ସବୁ ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବେଶ୍ ଉପାଦେୟ ହେବ ବୋଲି ମତ ରଖିଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଅଧିକ ପଢନ୍ତୁ: ବାବା ବଳିଆ ରଖିଲେ ପ୍ରସ୍ତାବ, ‘ମହିଳା କମିଶନ ଭଳି ପୁରୁଷ କମିଶନ ବି ଜରୁରୀ’

Advertisment
Odisha Double Engine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ