/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697704676.jpg)
Dharmendra Pradhan
‘ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାଁରେ ଟାଇଲ ପକାଇ ହଜାର ହଜାର ବର୍ଷ ତଳର ଓଡ଼ିଆ କୀର୍ତ୍ତିରାଜି ଇତିହାସକୁ ନଷ୍ଟ କରାଯିବା ଓଡ଼ିଆ ଭାବରେ ମୋତେ କଷ୍ଟ ଦିଏ । ସୌନ୍ଦର୍ଯ୍ୟକରଣ ଏବଂ ପୁନଃ ନିର୍ମାଣର ଅର୍ଥ ନୁହେଁ ଚତୁର୍ଥ, ପଞ୍ଚମ ଓ ସପ୍ତମ ଶତାବ୍ଦୀର ମୂର୍ତ୍ତି, ସ୍ଥାପତ୍ୟ ଓ କୀର୍ତ୍ତିରାଜିକୁ ନଷ୍ଟ କରି ଟାଇଲ ପକାଇ ରାସ୍ତା ସମ୍ପ୍ରସାରଣ କରିବା।’ ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦିଲ୍ଲୀରେ ଆୟୋଜିତ ଭର୍ଣ୍ଣାକୁଲାରାଇଜିଂ ପାଷ୍ଟ, ‘ଓଡ଼ିଶା ମହାଭାରତ୍ ଟୁ ମଡର୍ଣ୍ଣଟି’ ପୁସ୍ତକର ଆଲୋଚନାଚକ୍ରରେ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତି ଦ୍ୱାରା ଆୟୋଜିତ ଆଲୋଚନଚକ୍ରରେ ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଓଡ଼ିଆ ସ୍ଥାପତ୍ୟ ଓ କୀର୍ତ୍ତିରାଜି ଅନନ୍ୟ ଓ ଚିତାକର୍ଷକ ।
ଏକ ପୁରୁଣା ଖବରକାଗଜରେ ସେହି ଅତୀତର ସୁକ୍ଷ୍ମ କାରିଗରୀକୁ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ। ମାତ୍ର ବର୍ତ୍ତମାନ ସମୟରେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାଁରେ ଟାଇଲ ପକାଇ ହଜାର ହଜାର ବର୍ଷ ତଳର ଓଡ଼ିଆ କୀର୍ତ୍ତିରାଜି ଇତିହାସକୁ ନଷ୍ଟ କରାଯାଉଛି। ସୌନ୍ଦର୍ଯ୍ୟକରଣ ଏବଂ ପୁନଃ ନିର୍ମାଣର ଅର୍ଥ ନୁହେଁ ଚତୁର୍ଥ, ପଞ୍ଚମ ଶତାବ୍ଦୀର ସପ୍ତମ ଶତାବ୍ଦୀର ମୂର୍ତ୍ତି, ସ୍ଥାପତ୍ୟ ଓ କୀର୍ତ୍ତିରାଜିକୁ ନଷ୍ଟ କରି ଟାଇଲ ପକାଇ ରାସ୍ତା ସମ୍ପ୍ରସାରଣ କରିବା । ଏହା ଓଡ଼ିଆ ଭାବରେ ମୋତେ କଷ୍ଟ ଦିଏ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି ।
‘ପ୍ରବାସୀ ଓଡ଼ିଆ ବିକାଶ ସମିତି’ ଦ୍ୱାରା ଆୟୋଜିତ ‘ଭର୍ଣ୍ଣାକୁଲାରାଇଜିଂ ପାଷ୍ଟ୍ସ, ଓଡ଼ିଶା: ମହାଭାରତ ଟୁ ମଡର୍ଣ୍ଣିଟି’ ପୁସ୍ତକର ଆଲୋଚନାଚକ୍ରରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ଯୋଗଦେଲି । ମହାଭାରତ କାଳରୁ ଆଜି ପର୍ଯ୍ୟନ୍ତ ହୋଇଥିବା ଇତିହାସ ଓ ସାହିତ୍ୟ କଥାକୁ ନେଇ ପ୍ରସ୍ତୁତ ଓଡ଼ିଶାର ଏହି ଗବେଷଣା ଆଧାରିତ ପୁସ୍ତକ ପ୍ରଶଂସନୀୟ ।… pic.twitter.com/nQO3WkrFJ4
— Dharmendra Pradhan (@dpradhanbjp) October 18, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)