/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710854371.jpg)
Deputy CM of Chhattisgarh
ଦିନିକିଆ ଉମରକୋଟ ଗସ୍ତରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ସେ ସ୍ଥାନୀୟବାସିନ୍ଦା, ବ୍ୟବସାୟୀ ଓ ବିଜେପି କର୍ମୀଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାସମ୍ପର୍କରେ ଆଲୋଚନା କରିଥିଲେ । ଦୁଇ ରାଜ୍ୟ ମଧ୍ୟରେ ଥିବା ସମ୍ପର୍କ ଓ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଜେପି ସପକ୍ଷରେ ଭୋଟ ଦେବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ ।
ହେଲିକପ୍ଟର ଯୋଗେ ଉମରକୋଟ ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା । ଏକ ମୋଟରସାଇକଲ ରାଲି ମାଧ୍ୟମରେ ସହର ପରିକ୍ରମା କରାଯାଇଥିଲା । ଛତିଶଗଡ଼ ଉପରେ ଉମରକୋଟର ବ୍ୟବସାୟୀ ମାନେ ବହୁ ମାତ୍ରାରେ ନିର୍ଭର କରୁଥିବାରୁ ସେମାନଙ୍କ ବ୍ୟବସାୟରେ ସୁବିଧା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି କହିଥିଲେ ବିଜୟ ଶର୍ମା ।
ସେପଟେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୟ । ଇଥାନଲ ପ୍ଲାଣ୍ଟ, ରେଲୱେ ପାଇଁ ଓଡ଼ିଶା ସରକାର କାହିଁକି ଜମି ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଓଡ଼ିଶାରେ ଚାଷୀଙ୍କ ପାଇଁ କୌଣସି ଜଳସେଚନ ବ୍ୟବସ୍ଥା ହୋଇନଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ଛତିଶଗଡ଼ ଉପ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)