/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708579106.jpg)
Defence Minister Rajnath Singh
ନବରଙ୍ଗପୁରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଜନାଥ ନବରଙ୍ଗପୁରରେ ପହଞ୍ଚିଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବା ସହ ପ୍ରଥମେ ବିଜେପି କୋର କମିଟି ବୈଠକରେ ଯୋଗଦେଇ ପରେ ନବରଙ୍ଗପୁରରୁ ବ୍ରହ୍ମପୁର ଓ ସେଠାରୁ ବାରିପଦା ଯିବାର କାର୍ଯ୍ୟକ୍ରମ ରହିଛି ।
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଦିନ ୧୧ଟାରେ ନବରଙ୍ଗପୁରରେ କୋର୍ କମିଟି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସାମିଲ୍ ହେବାର କର୍ଯ୍ୟକ୍ରମ ରହିଥିଲା । ଏହାପରେ ଦିନ ୧୨ଟା ୩୦ ମିନିଟରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହାପରେ ଯିବେ ବାରିପଦା । ବାରିପଦାରେ ଅପରାହ୍ଣ ୪ଟାରେ ସାଧାରଣ ସଭାରେ ଉଦବୋଧନ ଦେବେ । ବାରପିଦାରେ ବିଜୟ ସଂକଳ୍ପ ସମାବେଶ ରହିଛି ।
କେନ୍ଦ୍ର ସରକାରଙ୍କ ଜନ ହିତକର କାର୍ଯ୍ୟ ଓ ସଫଳତାର ବାର୍ତ୍ତା କିପରି ସାଧାରଣ ଲୋକଙ୍କ ପାଖେ ପହଞ୍ଚିବ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସେ ବାବଦରେ ମନ୍ତ୍ର ଦେବେ ରାଜନାଥ ସିଂ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)