Advertisment

ସାଂସଦ ଅମର ପଟ୍ଟନାୟକଙ୍କ ଫେସବୁକ୍ ପେଜ୍‌ରେ ସେୟାର ପୋଷ୍ଟକୁ ନେଇ ଚର୍ଚ୍ଚା

ସୁଜାତା ଆର୍. କାର୍ତ୍ତିକେୟନ ଫ୍ୟାନ୍ କ୍ଳବର ଏକ ପୋଷ୍ଟକୁ ସେୟାର କରାଯାଇଛି। ଏହି ପୋଷ୍ଟରେ ମିଶନ ଶକ୍ତି ସଚିବ ସୁଜାତା ଆର୍. କାର୍ତ୍ତିକେୟନଙ୍କ ସଂପର୍କରେ ମତାମତ ମଗାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
MP Amar Patnaik’s Facebook Post

MP Amar Patnaik’s facebook post

ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଫେସବୁକ୍ ପେଜ୍‌ରେରେ ସେୟାର ହୋଇଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା। ଯେଉଁଥିରେ ସୁଜାତା ଆର୍. କାର୍ତ୍ତିକେୟନ ଫ୍ୟାନ୍ କ୍ଳବର ଏକ ପୋଷ୍ଟକୁ ସେୟାର କରାଯାଇଛି। ଏହି ପୋଷ୍ଟରେ ମିଶନ ଶକ୍ତି ସଚିବ ସୁଜାତା ଆର୍. କାର୍ତ୍ତିକେୟନଙ୍କ ସଂପର୍କରେ ମତାମତ ମଗାଯାଇଛି।

Advertisment

ଲେଖାଯାଇଛି, ଯଦି ସୁଜାତା କାର୍ତ୍ତିକେୟନ ସରକାରୀ ଚାକିରି ଛାଡ଼ି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ପାଟକୁରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୁଅନ୍ତି ସେନେଇ ଆପଣଙ୍କ ମତାମତ କଣ? ଅମର ପଟ୍ଟନାୟକଙ୍କ ଫେସବୁକ୍ ପେଜ୍‌ରୁ ଏହି ପୋଷ୍ଟ ଭାଇରାଲ୍ ହେବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଅମର।

ସୁଜାତା ଆର୍. କାର୍ତ୍ତିକେୟନ ଫ୍ୟାନ୍ କ୍ଳବର ଏକ ପୋଷ୍ଟ ହୋଇଛି ସେୟାର (ସୁଜାତା ଆର୍. କାର୍ତ୍ତିକେୟନ ଫ୍ୟାନ୍ କ୍ଳବର ଏକ ପୋଷ୍ଟ ହୋଇଛି ସେୟାର)

ତାଙ୍କ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରି ଏହି ବିଷୟ ବସ୍ତୁକୁ ପୋଷ୍ଟ କରାଯାଇଛି। ଏବଂ ଏହା ଉପରେ ଅନୁସନ୍ଧାନ ଜାରି ରହିଛି। ଏହାକୁ ଗୁରୁତ୍ୱ ନଦେବା ଲାଗି ସେ ଅନୁରୋଧ କରିଛନ୍ତି।

Advertisment
Amar Patnaik
Advertisment
Advertisment