Advertisment

ଚାନ୍ଦା ନେଇ ତଥ୍ୟ ଦେଲାନି ବିଜେଡି . . .

ବିଜେଡି ଦ୍ୱିତୀ ଆଞ୍ଚଳିକ ଧନୀ ଦଳ ଓ ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେବା ପରେ ପାର୍ଟି ଚାନ୍ଦା ତଥ୍ୟ ଦେବାକୁ ଦଳ କାହିଁକି ପଛଘୁଞ୍ଚା ଦେଲା?

author-image
Prangyan Parimita
ଅଦ୍ୟତନ ହୋଇଛି
undefined

ADR report

ଚାନ୍ଦା ନେଇ ତଥ୍ୟ ଦେଲାନି ବିଜେଡି । ADR ରିପୋର୍ଟରେ ଦଳ ଓ ଦଳପତି ଧନୀ ହେବା ପରେ ଏଥର କିନ୍ତୁ କେଉଁ ଉତ୍ସରୁ କେତେ ପାଣ୍ଠି ଆସିଛି ସେନେଇ ଦଳ ଆଦୌ ତଥ୍ୟ ଦେଇନି, ଯାହାକୁ ନେଇ ରାଜନୀତି ସରଗରମ । ବିରୋଧୀ କଳାଧନ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିଥିବା ବେଳେ ଉତ୍ତରରେ ଶାସକ ଦଳ କହିଛି କୌଣସି ତଥ୍ୟ ଲୁଚାଯାଇନି।...

Advertisment

ବିଜେଡିକୁ ମିଳିଛି କେତେ ଚାନ୍ଦା? କାହିଁକି ଦଳ ଚାନ୍ଦା ବାବଦରେ ତଥ୍ୟ ଦେଇନି? ବିଜେଡି ଦ୍ୱିତୀ ଆଞ୍ଚଳିକ ଧନୀ ଦଳ ଓ ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେବା ପରେ ପାର୍ଟି ଚାନ୍ଦା ତଥ୍ୟ ଦେବାକୁ ଦଳ କାହିଁକି ପଛଘୁଞ୍ଚା ଦେଲା? ୩୦୮ କୋଟି ପାଣ୍ଠି ଥିବା ସତ୍ତ୍ୱେ ଦଳ ଚାନ୍ଦା ବାବଦରେ ଚୁପ୍ କାହିଁକି ? ସଦ୍ୟ ପ୍ରକାଶିତ ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ, ଏଡିଆର୍ ରିପୋର୍ଟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ବିଜେଡିକୁ କେତେ ଚାନ୍ଦା ଆସିଛି ସେନେଇ ତଥ୍ୟ ଦେଇନି ଦଳ।

କେଉଁ ଉତ୍ସରୁ ଦଳକୁ ଆସିଛି ଅର୍ଥ ତାହା ବି ସ୍ପଷ୍ଟ କରିନି। ୨୦୨୧-୨୨ ଏଡିଆର ଡୋନେସନ୍ ରିପୋର୍ଟ କହୁଛି ୨୬ ଟି ଆଞ୍ଚଳିକ ଦଳକୁ ମିଳିଛି ୧୮୯ କୋଟି ଟଙ୍କା । ସେଥିରୁ ୮୫ ପ୍ରତିଶତ ଯାଇଛି କେବଳ ପାଞ୍ଚ ଦଳକୁ। ADRରେ ରହିଛି, ଦେଶର ୫୪ ଆଞ୍ଚଳିକ ଦଳ ମଧ୍ୟରୁ ୩୩ଟି ଦଳର ତଥ୍ୟ। ୧୯ ଟି ଦଳ ସେମାନଙ୍କ ଚାନ୍ଦା ବାବଦରେ ସଠିକ ସମୟରେ ତଥ୍ୟ ରଖିଥିବାବେଳେ ୧୪ଟି ଦଳ ବିଳମ୍ବରେ ତଥ୍ୟ ଦାଖଲ କରିଛନ୍ତି । ବିଜେଡି ଭଳି AIADMK, NDPP, SDF, ଭଳି ୬ ଟି ଆଞ୍ଚଳିକ ଦଳ ମଧ୍ୟ ଚାନ୍ଦା ବାବଦରେ କୌଣସି ତଥ୍ୟ ଦେଇନାହାନ୍ତି।

Advertisment

ପ୍ରଥମ ଏଡିଆର୍ ରିପୋର୍ଟରେ ଦେଶର ଦ୍ୱିତୀୟ ଧନୀ ଦଳ ହୋଇଥିଲା ବିଜେଡି । ଦଳ ପାଖରେ ୩୦୮ କୋଟି ଟଙ୍କାର ସମ୍ପତ୍ତି ଥିବା ଦର୍ଶାଇଥିଲା। ଆଉ ଦ୍ୱିତୀୟ ଏଡିଆର୍ ରିପୋର୍ଟ କହୁଛି ନବୀନ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । କିନ୍ତୁ ଏବେ ଦଳ କାହିଁକି ଚାନ୍ଦା ତଥ୍ୟ ଦେଇନି ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି କହିଛି ବିଜେଡି ପାଖରେ ପ୍ରଚୁର ଅର୍ଥ ଅଛି। ଯେହେତୁ ଏହା ପ୍ରକୃତ ଉତ୍ସରୁ ଆସିନି ସେଥିଲାଗି ତଥ୍ୟ ଲୁଚାଇଛି ଦଳ। କଂଗ୍ରେସ ବି କଳାଧନ କଥା ଉଠାଇ ସରକାରୀ ଦଳକୁ ଆକ୍ରମଣ କରିଛ। ଜବାବରେ ବିଜେଡି କହିଛି ଆମେ କୌଣସି ତଥ୍ୟ ଲୁଚାଇନାହୁଁ ।

BJD ADR Report
Advertisment
Advertisment