/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756200614.jpg)
Cuttack Politics
ସୋଫିଆ-ସୁବାସ ମୁହାଁମୁହିଁ । ସିଏମସି ମେୟରଙ୍କୁ ନ ଡାକି ସମୀକ୍ଷା ବୈଠକ କଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କମିଶନର ଓ ଅଧିକାରୀଙ୍କ ସହ ସୋଫିଆ ଫିର୍ଦ୍ଦୋସଙ୍କ ବୈଠକକୁ ନେଇ ଖପ୍ପା ହେଲେ ସିଏମସି ମେୟର ସୁବାସ ସିଂ । ସୋଫିଆ କହିଛନ୍ତି, ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି । ସମୀକ୍ଷା କରି ପାରୁନାହାଁନ୍ତି । ବିଧାୟିକା ହିସାବରେ ସମୀକ୍ଷା କରିପାରିବି ଓ ସେଥିପାଇଁ କରୁଛି ।
ଜବାବରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ MLA କହି ତାତ୍ସଲ୍ୟ କଲେ ମେୟର ସୁବାସ ସିଂ । ଏଥିସହ ପ୍ରଶ୍ନ କରିଛନ୍ତି ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ । ସେ ପ୍ରସ୍ତାବ ଦେଇପାରିବେ । କଟକକୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛି ଓ ପୋଖରୀ ପୋତି ବ୍ୟବସ୍ୟାୟ କରିଛନ୍ତି । ଏଭଳି ବିଧାୟିକାଙ୍କୁ ଦେଖିବା କଟକବାସୀଙ୍କ ପାଇଁ ଦୁର୍ଭାଗ୍ୟ ବୋଲି କହିଛନ୍ତି ସୁବାସ ସିଂ ।
ଏମିତିକି ଉଭୟ ଉଭୟଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବାକୁ ମଧ୍ୟ ପଛେଇ ନାହାଁନ୍ତି । ସିଏମସିରେ ବିଧାୟିକାଙ୍କର ଆଜି ଥିଲା ସମୀକ୍ଷା ବୈଠକ ହେଲେ ମେୟରଙ୍କୁ ବୈଠକକୁ ନଡାକି କମିଶନର ଏବଂ ଅଧିକାରୀଙ୍କ ସହ ବୈଠକ କରିଥିଲେ ଶୋଫିଆ । ଏ ବାବଦରେ ଶୋଫିଆଙ୍କୁ ପଚାରିବାରୁ ସେ କହିଥିଲେ ମେୟର କଟକ ସହରକୁ ବୁଡାଇଦେଇଛନ୍ତି । ସେ ନିଜେ ସଠିକ ଭାବେ ସମୀକ୍ଷା କରି ପାରୁନାହାଁନ୍ତି ଫଳରେ ଅନେକ କାମ ହୋଇପାରୁନାହିଁ । ରାସ୍ତାଘାଟ ସମସ୍ୟା ଠାରୁ ଲୋକଙ୍କ ସମସ୍ୟା ଆମେ ବୁଝୁଛୁ ।
ମିଟିଂରେ ସେ ବସି ଅଧାରୁ ପଳଉଛନ୍ତି, ଲୋକଙ୍କ କଥା ବୁଝୁନାହାଁନ୍ତି, ସେ ତାଙ୍କ କାମ କରି ପାରୁନାହାଁନ୍ତି ସେଥିପାଇଁ ଆମେ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରୁଛୁ । ମୁଁ ବିଧାୟିକା ହିସାବରେ ସମୀକ୍ଷା କରିପାରିବି ସେଥିପାଇଁ କରୁଛି । ଅନ୍ୟପଟେ ସୁବାଷ ସିଂ ସୋଫିଆଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସୁବାସ କହିଛନ୍ତି, ଶୋଫିଆ ହେଉଛନ୍ତି ଆକ୍ସିଡେଣ୍ଟାଲ ଏମଏଲଏ । ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ, ସେ ପ୍ରସ୍ତାବ ଦେଇପାରିବେ ।
ସେ କଟକରେ ଇଟା ଖଣ୍ଡେ ଯୋଖିନାହାଁନ୍ତି, କଟକକୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛି, ପୋଖରୀ ପୋତି ବ୍ୟବସ୍ୟାୟ କରିଛନ୍ତି ସେ ବ୍ୟବସ୍ୟୟୀ ଲୋକ । ବିଧାୟକ ପାଣ୍ଠି ସିଏମସି ଅଞ୍ଚଳରେ ଖର୍ଚ୍ଚ ନକରି ଅନ୍ୟ ସ୍ଥାନରେ ଦେଉଛନ୍ତି ସେ କ’ଣ ସିଏମସି ବାବଦରେ କହିବେ । ତାଙ୍କ ବାପାଙ୍କୁ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । କଟକବାସୀ ଦୁର୍ଭାଗ୍ୟ ଏଭଳି ବିଧାୟକ ଦେଖିବା ବୋଲି ମେୟା ସୁବାସ ସିଂ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)