Advertisment

କୋଭିଡ୍ ନେଇଛି କେତେ ଜୀବନ ? ଖୋଲୁଛି ରାଜ୍ୟ ସରକାରଙ୍କ ମିଛ ମୁଖା କହିଲେ ବିରୋଧୀ

ରାଜ୍ୟ ସରକାରଙ୍କ ତଥ୍ୟକୁ ମାନିବାକୁ ବିରୋଧୀ ନାରାଜ । ଶ୍ୱେତପତ୍ର ଆଣିବାକୁ ବିଜେପିର ଦାବି । ରାଜ୍ୟ ସରକାରଙ୍କୁ କଂଗ୍ରେସ ବି କଲା ଟାର୍ଗେଟ୍ ।

ଅଦ୍ୟତନ ହୋଇଛି
undefined

Corona Report

Advertisment

ଭୁବନେଶ୍ୱରର ସତ୍ୟନଗର ହେଉ କି କଟକର ସତୀ ଚଉରା । କରୋନା କାଳରେ ମାସ ମାସ ଧରି ଲିଭୁନଥିଲା ରାଜ୍ୟର ଏମିତି ଅନେକ ଶ୍ମଶାନର ନିଆଁ । ଏମିତିକି ଗୋଟିଏ ଜୁଇରୁ ନିଆଁ ନ ଲିଭୁଣୁ, ସେଇ ଜୁଇରେ ଆଉ ଏକ ଶବ ଲଦା ହେବା ଭଳି ଅତି ଭୟଙ୍କର ପରିସ୍ଥିତିି ସୃଷ୍ଟି କରିଥିଲା COVID-19 ମହାମାରୀ । ହେଲେ ପ୍ରକୃତରେ ରାଜ୍ୟରେ କରୋନା ମହାମାରୀ ନେଇଛି କେତେ ଲୋକଙ୍କ ଜୀବନ ?

Advertisment

ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସ୍‌ବୋର୍ଡର ମୃତ୍ୟୁ ତଥ୍ୟ ଦେଖିଲେ ଗତ ନଭେମ୍ବର ୯ ତାରିଖ ସୁଦ୍ଧା କୋଭିଡ୍‌ରେ ମୋଟ୍ ୯ ହଜାର ୨୦୪ ଜଣ ପ୍ରାଣ ହରାଇଛନ୍ତି । ହେଲେ ସେଇ ରାଜ୍ୟ ସରକାର ଆଜି ବିଧାନସଭାରେ କହିଛନ୍ତି ୨୦୨୦ରୁ ୨୦୨୨ ଭିତରେ ଅଦ୍ୟାବଧି କୋଭିଡ୍-୧୯ ମହାମାରୀରେ ପ୍ରାଣ ହରାଇଛନ୍ତି ୨୦ ହଜାରରୁ ଅଧିକ ବ୍ୟକ୍ତି । ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ।

ହେଲେ ମୃତ୍ୟୁ ସଂଖ୍ୟା ଖାଲି ୨୦ ହଜାରରୁ ଅଧିକ ଦର୍ଶାଯାଇଛି, କିନ୍ତୁ ନିର୍ଦ୍ଦିଷ୍ଟ ସଂଖ୍ୟା ନାହିଁ ଯାହାକୁ ନେଇ ବର୍ଷିଛନ୍ତି ବିରୋଧୀ । ବିଜେପି ଅଭିଯୋଗ କରିଛି, ମୃତ୍ୟୁ ସଂଖ୍ୟାକୁ ଲୁଚାଇ କୋଭିଡ୍ ପରିଚାଳନାର ବିଫଳତାକୁ ଢାଙ୍କିବା ପାଇଁ ସରକାର କରୁଥିବା ପ୍ରୟାସ ଏବେ ପଦାରେ ପଡ଼ିଛି । ହେଲେ ଏତିକି ନୁହେଁ, ମୃତ୍ୟୁସଂଖ୍ୟା ୟାଠୁ ଢେର ଅଧିକ । ତେଣୁ ପ୍ରକୃତରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ କେତେ ହୋଇଛି ସେନେଇ ସତକୁ ଆଉ ଘଣ୍ଟ ନ ଘୋଡ଼ାଇ ଶ୍ୱେତପତ୍ର ଆଣନ୍ତୁ ।

Advertisment

ଅଧିକ ପଢ଼ନ୍ତୁ: କୋଭିଡରେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ, ବିରୋଧୀ କହିଲେ ତଥ୍ୟ ଲୁଚାଇଥିଲେ ସରକାର

ସେପଟେ କଂଗ୍ରେସ ମଧ୍ୟ କହିଛି କୋଭିଡ୍ ପରିଚାଳନାରେ ଓଡ଼ିଶା ଭାରତରେ ଏକ ନମ୍ବର ବୋଲି ରାଜ୍ୟ ସରକାର ଯେଉଁ ମିଛ ମୁଖା ପିନ୍ଧିଥିଲେ, ତାହା ଆଜି ଖୋଲିଯାଇଛି ।

Advertisment

କୋଭିଡ୍-୧୯ର ଦୁଇଟି ଲହର ବିଶେଷ କରି ଦ୍ୱିତୀୟ ଲହରର ଡେଲ୍ଟା ଭାଇରସ ପାଇଁ ରାଜ୍ୟରେ ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା । କୋଭିଡ୍‌ରେ ପ୍ରକୃତ ମୃତ୍ୟୁ ସଂଖ୍ୟାଠୁ ରାଜ୍ୟ ସରକାର ଯଥେଷ୍ଟ କମ୍ ମୃତ୍ୟୁ ଦର୍ଶାଉଥିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଆସୁଥିଲେ ବିରୋଧୀ । ଆଉ ଆଜି ବି ବିଧାନସଭାରେ ମୃତ୍ୟୁ ତଥ୍ୟକୁ ନେଇ ଟାର୍ଗେଟ୍ କରିଛନ୍ତି । ହେଲେ ରାଜସ୍ୱମନ୍ତ୍ରୀ କହିଛନ୍ତି ସରକାର କୌଣସି ତଥ୍ୟ ଲୁଚାଇ ନାହାନ୍ତି ଯଦି ବିରୋଧୀଙ୍କ ପାଖରେ ତଥ୍ୟ ଅଛି, ତାହେଲେ ସେମାନେ ଦିଅନ୍ତୁ ।

ରାଜ୍ୟରୁ କୋଭିଡ୍‌ର ପ୍ରଭାବ ଯିବା ପରେ ମୃତ୍ୟୁକୁ ନେଇ ବିବାଦ ଛିଡୁନି । ଏପରିକି କୋଭିଡ୍ ଡ୍ୟାସ୍‌ବୋର୍ଡରେ ଗୋଟିଏ ତଥ୍ୟ ଥିଲାବେଳେ ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟରେ ଅମେଳକୁ ନେଇ ବି କେଉଁଟା ଠିକ୍ କେଉଁଟା ଭୁଲ୍ ତାକୁ ନେଇ ପ୍ରଶ୍ନ ଉଠିଛି ।

COVID-19 Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ