Advertisment

Corruption Allegations Leveled Against Berhampur Mayor: ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବିଜେଡି କଳି; ବିକ୍ରମ-ରମେଶ ଗୋଷ୍ଠୀ ଅନ୍ତର୍କନ୍ଦଳକୁ ନେଇ ହଟଚମଟ !

ପୁଣି ବ୍ରହ୍ମପୁର ରାଜନୀତିରେ ବଡ଼ ହଟଚମଟ ! ପୁଣିଥରେ ପଦାରେ ପଡ଼ିଲା ବିଜେଡି ଅନ୍ତର୍କନ୍ଦଳ ! ମୁହାଁମୁହିଁ ମହାନଗର ନିଗମର ଦୁଇ କର୍ପୋରେଟର ଗୋଷ୍ଠୀ ! ବ୍ରହ୍ମପୁର ମେୟରଙ୍କୁ ଗାଦିଚ୍ୟୁତ କରିବାକୁ ଚାଲିଛି କି ମସୁଧା?

ଅଦ୍ୟତନ ହୋଇଛି
undefined

Corruption Allegations Leveled Against Berhampur Mayor

Advertisment

ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବ୍ରହ୍ମପୁର ବିଜେଡି କଳି। ଦୁଇ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ରମେଶ ଚ୍ୟାଉପଟ୍ଟନାୟକ ଗୋଷ୍ଠୀ ମଧ୍ୟରେ ଅନ୍ତର୍କନ୍ଦଳ ଧୀରେ ଧୀରେ ଉଗ୍ରରୂପ ନେଉଥିବା ଚର୍ଚ୍ଚା ହେଉଛି। ଯାହାର ଝଲକ୍ ମିଳିଛି ଚ୍ୟାଉପଟ୍ଟନାୟକ ସମର୍ଥିତ ମେୟର ଥିବା ସଂଘମିତ୍ର ଦଳାଇଙ୍କ ବିରୋଧରେ ଅନେକ ବିଜେଡି କର୍ପୋରେଟରଙ୍କ ମେଳି। ୬୩ ଲକ୍ଷ ଟଙ୍କାର ଏକ ଚେକ୍‌କୁ କେନ୍ଦ୍ର କରି ବ୍ରହ୍ମପୁର ମହାନଗର ନିଗମରେ ବ୍ୟାପକ ଦୁର୍ନୀତି ଚାଲିଥିବା ସେମାନେ ଅଭିଯୋଗ ଆଣିଛନ୍ତି। କିନ୍ତୁ ମେୟର ଏହାକୁ ଖଣ୍ଡନ କରିଛନ୍ତି।

Advertisment

ପୁଣି ବ୍ରହ୍ମପୁର ରାଜନୀତିରେ ବଡ଼ ହଟଚମଟ ! ପୁଣିଥରେ ପଦାରେ ପଡ଼ିଲା ବିଜେଡି ଅନ୍ତର୍କନ୍ଦଳ ! ମୁହାଁମୁହିଁ ମହାନଗର ନିଗମର ଦୁଇ କର୍ପୋରେଟର ଗୋଷ୍ଠୀ ! ବ୍ରହ୍ମପୁର ମେୟରଙ୍କୁ ଗାଦିଚ୍ୟୁତ କରିବାକୁ ଚାଲିଛି କି ମସୁଧା? ଗୋଟିଏ ପଟେ ଜିଲ୍ଲାପାଳଙ୍କୁ ଫେରାଦ ହେଉଛନ୍ତି ମେୟର ବିରୋଧୀ ଗୋଷ୍ଠୀ, ଏପଟେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ପାଖରେ ମେୟରଙ୍କ ସମର୍ଥକ ଗୋଷ୍ଠୀ। କୁହାଯାଉଛି, ୨୪ ନିର୍ବାଚନ ପରେ ବିଜେଡିରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ଏବେ ଶକ୍ତି ପ୍ରଦର୍ଶନର ରୂପ ନେଇଛି। ଗତ ୩ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ ପ୍ରାୟ ୨୦ କର୍ପୋରେଟର। ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ବାବଦରେ ଏକ ଟ୍ରଷ୍ଟକୁ ୬୨ ଲକ୍ଷ ୯୬ ହଜାର ଟଙ୍କାର ଚେକ୍ ଦିଆଯିବାକୁ ନେଇ ଆଣିଥିଲେ ଦୁର୍ନୀତି ଅଭିଯୋଗ। କର୍ପୋରେସନ ବୈଠକରେ ସାର୍ବଜନୀନ ନକରି ପ୍ରାୟ ୬୩ ଲକ୍ଷ ଟଙ୍କାର ଚେକ୍ କିପରି ଦିଆଗଲା, ତାହାର ତଦନ୍ତ ପାଇଁ ଦାବି କରିଥିଲେ ଜିଲ୍ଲାପାଳଙ୍କ ନିକଟରେ। କେବଳ ବିଇଏମ୍‌ସି କମିଶନର ନୁହଁନ୍ତି, ଦୁର୍ନୀତି ଅଭିଯୋଗରେ ମେୟରଙ୍କୁ ବି ଟାର୍ଗେଟ୍ କରିଛନ୍ତି ସେମାନେ। ଆଉ ଆଜି ବି ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ଆଗରେ ଆଣିଛନ୍ତି ଦୁର୍ନୀତି ଅଭିଯୋଗ।

ଅଧିକ ପଢ଼ନ୍ତୁ: ସିଏମ ସସପେନ୍ସରେ ପୂର୍ଣ୍ଣଚ୍ଛେଦ; ଫଡନାଭିସ୍ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ

Advertisment

ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ୪୨ଟି ୱାର୍ଡ ଥିବା ବେଳେ, ବିଜେଡି ହାତରେ ୩୬, ବିଜେପିର ୫ ଓ କଂଗ୍ରେସ ପାଖରେ ଗୋଟିଏ ୱାର୍ଡ ରହିଛି। ହେଲେ ନିର୍ବାଚନ ପରେ ବିଜେଡି ଦୁଇ ଗୋଷ୍ଠୀ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଦୁଇ ପୂର୍ବତନ ବିଧାୟକ ନିଜ ନିଜ ଗୋଷ୍ଠୀ କରିଛନ୍ତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ। ତାଙ୍କ ମତରେ, ମେୟର ସଂଘମିତ୍ରା ଦଳାଇଙ୍କ ବିରୋଧରେ ବିକ୍ରମ ପଣ୍ଡାଙ୍କ ଗୋଷ୍ଠୀ ଲାଗିଥିବା ବେଳେ, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଗୋଷ୍ଠୀ ମେୟରଙ୍କୁ ସମର୍ଥନ କରୁଛି। ରାଜନୈତିକ ଅଭିସନ୍ଧି ରଖି, ଅନାସ୍ଥା ପ୍ରସ୍ତାବ ପାଇଁ ମସୁଧା ଚାଲିଥିବା ସେ ଆଶଙ୍କା କରିଛନ୍ତି।

ମଙ୍ଗଳବାର ଗୋଟିଏ ଗୋଷ୍ଠୀ କର୍ପୋରେଟର, ଜିଲ୍ଲାପାଳଙ୍କୁ ଭେଟିବା ପରେ, ଗତକାଲି କମିଶନରଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ ମେୟରଙ୍କ ସମର୍ଥକ କର୍ପୋରେଟର। ସେପଟେ ବ୍ରହ୍ମପୁର ମେୟର ଓ କମିଶନର ଦୁର୍ନିୀତି ଅଭିଯୋଗକୁ ସଫାସଫା ଖଣ୍ଡନ କରିଛନ୍ତି । କହିଛନ୍ତି, ରାମଲିଙ୍ଗେଶ୍ବର ପାର୍କ ବାବଦରେ ଉକ୍ତ ଟ୍ରଷ୍ଟକୁ ଗତ ୩-୪ ବର୍ଷ ହେଲା ଭଡ଼ା ଟଙ୍କା ପୈଠ ହୋଇନଥିଲା। ତେଣୁ ଚେକ୍ ଆକାରରେ ଯେଉଁ ଅର୍ଥ ପୈଠ ହୋଇଛି ତାହା ପୂର୍ବ ଚୁକ୍ତି ଅନୁସାରେ ଓ ଆଇନ ସମ୍ମତ ଭାବେ ଦିଆଯାଇଛି। ଏନେଇ ଦୁଇ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଅଧିକ ପଢ଼ନ୍ତୁ: କ'ଣ ଏହି ସିବିଲ୍ ସ୍କୋର? ଲୋନ୍ ନେବା ବେଳେ କାହିଁକି ପଡ଼େ ଦରକାର ...

BJD Berhampur Corruption BJD Members
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ