Advertisment

ଅର୍ବାନ ହାଟ ପିଣ୍ଡି ବଣ୍ଟନରେ ଅନିୟମିତତା ଅଭିଯୋଗ, କାଲିଠୁ ଜାରି ରହିଛି କର୍ପୋରେଟରଙ୍କ ଧାରଣା

ଆଜି ଧାରଣରତ କର୍ପୋରେଟରଙ୍କୁ ଭେଟି ଆଲୋଚନା କରିଛନ୍ତି ବିଧାୟକ ମହମ୍ମଦ ମୋକିମ। ଏ ବିବାଦର ଶୀଘ୍ର ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଆଜି ସିଏମସି ଅଫିସକୁ ଯାଇ କର୍ପୋରେଟରଙ୍କୁ ଭେଟିଛନ୍ତି ।

author-image
Santosh Kumar Sahoo
Corporators Protest At CMC Office

Corporators Protest At CMC Office

ନାରାବାଜୀ ଓ ପ୍ରଶାସନ ବିରୋଧୀ ସ୍ଲୋଗାନରେ ଫାଟି ପଡୁଛି ସିଏମସି ଅଫିସ୍ । ସୋମବାର ଅପରାହ୍ମରୁ କନଫରେନ୍ସ ହଲରେ ଧାରଣା ଦେଇଛନ୍ତି କଂଗ୍ରେସ ଓ ବିଜେପି କର୍ପୋରେଟର। ରାତିରେ ବି ବନ୍ଦ ହୋଇନି ପ୍ରତିବାଦ । ଗୋଟିଏ ଦାବି, ଯେ ପର୍ଯ୍ୟନ୍ତ ମେୟର କିମ୍ବା କମିଶନର ଆଲୋଚନା ପାଇଁ ଆସିନାହାଁନ୍ତି ଏବଂ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇନାହାନ୍ତି, ସେଯାଏଁ ଧାରଣାରୁ ଉଠିବେନି । ଗତକାଲି କାଉନସିଲ ବୈଠକରେ କଟକ ଛତ୍ରବଜାର ଅର୍ବାନ ହାଟ ପିଣ୍ଡି ବଣ୍ଟନରେ ଅନିୟମିତତା ପ୍ରସଙ୍ଗ ଉଠାଇଥିଲେ କର୍ପୋରେଟର। ତେବେ ମେୟର ଓ କମିଶନର ଅଧାରୁ ଉଠି ଚାଲିଯିବାରୁ ଅଫିସରେ ଧାରଣା ଦେଇଛନ୍ତି କର୍ପୋରେଟର।

Advertisment

ବିରୋଧୀ କର୍ପୋରେଟରଙ୍କ ଧାରଣା ପଛରେ ରହିଛି ତିନିଟି ପ୍ରମୁଖ କାରଣ । କଟକରେ ରାସ୍ତା କଡରେ ବସିଥିବା ବ୍ୟାବସାୟୀଙ୍କ ପାଇଁ ସରକାର ଅର୍ବାନ ହାଟ ତିଆରି କରିଥିଲେ। ସିଏମସି ପକ୍ଷରୁ ୨୧ ଜଣିଆ କମିଟି ଗଠନ ହେଲା। ତେବେ ପ୍ରକୃତ ହିତାଧୀକାରୀଙ୍କ ବଦଳରେ ଟଙ୍କା ନେଇ ପିଣ୍ଡି ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ବାଲିଯାତ୍ରାରେ ବିଭିନ୍ନ କାମ ପାଇଁ ସ୍ୱର୍ଣ୍ଣାଦେବୀ ଏଜେନ୍ସିକୁ ଟେଣ୍ଡର ଦିଆଯାଇଥିଲା। ଏହି ଏଜେନ୍ସି ସିଏମସିରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କର ଏବଂ ଟଙ୍କା କାରବାର କରି ତାଙ୍କୁ ହିଁ ସମସ୍ତ ଟେଣ୍ଡର ଦିଆଯାଉଥିବା କର୍ପୋରେଟର ଅଭିଯୋଗ କରିଛନ୍ତି । ଏଥିସହ କଟକ ହାଡିଆପଠାର ବହୁମୂଲ୍ୟ ସରକାରୀ ଜମିକୁ ପୂର୍ବତନ କମିଶନରଙ୍କ ଜାଲ ଦସ୍ତଖତ ଜରିଆରେ ହଡପ କରାଯାଇଥିବା ଅଭିଯୋଗ ଆଣି ମେୟର ଓ କମିଶନରଙ୍କୁ ଜବାବ ମାଗୁଛନ୍ତି କର୍ପୋରେଟର ।

ସେପଟେ ଆଜି ଧାରଣରତ କର୍ପୋରେଟରଙ୍କୁ ଭେଟି ଆଲୋଚନା କରିଛନ୍ତି ବିଧାୟକ ମହମ୍ମଦ ମୋକିମ। ଏ ବିବାଦର ଶୀଘ୍ର ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଆଜି ସିଏମସି ଅଫିସକୁ ଯାଇ କର୍ପୋରେଟରଙ୍କୁ ଭେଟିଛନ୍ତି ।

Advertisment
Odisha Cuttack CMC Mohammed Moquim
Advertisment
Advertisment