Advertisment

ନିଲମ୍ୱିତ ନେତାଙ୍କୁ ଫେରାଇ ବଳ ଗୋଟାଉଛି ରାଜ୍ୟ କଂଗ୍ରେସ

ମୋକିମ୍, ସଗରିଆ ଓ ଚିରଞ୍ଜୀବଙ୍କ ଉପରୁ ହଟିଲା ସସପେନସନ୍ । ୨୪ ଲଢ଼େଇ ପାଇଁ ବିଜେଡି-ବିଜେପି ବିରୋଧରେ କଂଗ୍ରେସର ଦୃଢ ରଣନୀତି ।

author-image
Satyendu Shekher Mishra
Odisha Politics

Odisha Politics

କଂଗ୍ରେସକୁ ଫେରିଲେ ମୋକିମ, ଚିରଞ୍ଜୀବ ଓ ସଗରିଆ। କଂଗ୍ରେସର ନୂଆ ରଣନୀତି । ଦବଦବା ଥିବା ନିଲମ୍ୱିତ ନେତାଙ୍କୁ ଫେରାଇ ଦଳ ଗୋଟାଉଛି ବଳ । ଫୋକସରେ ୯ ରୁ ୯୦ ମିଶନ । ଆଜି ପ୍ରଭାରୀ ଅଜୟ କୁମାର, ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଉଠାଇଦେଇଛନ୍ତି। ସେହିପରି ବହିଷ୍କୃତ ନେତା କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ ପ୍ରତ୍ୟାହୃତ ହୋଇଛି।

Advertisment

ସାଧାରଣ ନିର୍ବାଚନକୁ ଖୁବ୍ କମ୍ ସମୟ ବାକି ଥିବା ବେଳେ ଦଳ ଏହି ତିନି ନେତାଙ୍କୁ ଭରସାକୁ ନେଇଛି। ବର୍ତ୍ତମାନର କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ସଂଗଠନ ନିର୍ବାଚନ ମଣ୍ଡଳୀରେ ଭଲ ରହିଛି। ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଭୋଟରଙ୍କ ସହ ଯୋଡି ହୋଇ ରହିଛନ୍ତି ।

ଉପକୂଳ ଓ ଦକ୍ଷିଣ ଓଡିଶାରେ କଂଗ୍ରେସ ନିଜ ସିଟ୍ ସଂଖ୍ୟା ବଢାଇବାକୁ ପୁରୁଖା ନେତାଙ୍କୁ ଘରକୁ ଆଣୁଛି। ଯେଉଁଥିପାଇଁ ନିକଟରେ ଗମାଙ୍ଗ ପରିବାର କଂଗ୍ରେସକୁ ଫେରିଛନ୍ତି। ମାତ୍ର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଉପରୁ ବହିଷ୍କାର ଆଦେଶ ଉଠି ନାହିଁ।

Advertisment

ସେପଟେ ରାଜ୍ୟ କଂଗ୍ରେସ ତାର ଆଭିମୁଖ୍ୟ ବି ସ୍ପଷ୍ଟ କରିଛି। କଂଗ୍ରେସ ପ୍ରଭାରୀ ଅଜୟ କୁମାର ଆଜି ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପିରେ ରାଜ୍ୟରେ କୌଣସି ନେତା ନଥିବା ଅଭିଯୋଗ କରିଥିବା ବେଳେ ବିଜେଡି ପୋଷ୍ଟରରୁ ଏବେ ବିଜୁ ବାବୁ ଗାୟବ ହୋଇଗଲେଣି ବୋଲି କହିଛନ୍ତି। ଆଉ କିଛି ଦିନ ପରେ ନବୀନଙ୍କ ଫଟୋ ବଦଳରେ ପାଣ୍ଡିଆନ୍‌ଙ୍କୁ ଫଟୋ ରହିବ। ବିପକ୍ଷରେ ଥିଲେ ବି ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଥିବା କହି ଶାସକ ଦଳକୁ କଡା ସମାଲୋଚନା କରିଛନ୍ତି ଅଜୟ କୁମାର।

ବିଜେପିର କାଉଣ୍ଟର ହେଲା ନିଜ ସ୍ଥିତିକୁ କଂଗ୍ରେସ ଆଗ ଦେଖୁ, ନିଜେ ସ୍ପଷ୍ଟ କରନ୍ତୁ ତାଙ୍କ ନେତା କିଏ। ଏନେଇ କିନ୍ତୁ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

୨୦୧୯ ଅପେକ୍ଷା ଏଆଇସିସି ଏଥର କିନ୍ତୁ ଓଡିଶାକୁ ଅଧିକ ଫୋକସ୍ କରୁଛି । ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଫେବୃଆରୀରେ ଓଡିଶାରେ ପହଞ୍ଚିବାକୁ ନେଇ କର୍ମୀ ଉତ୍ସାହିତ। ସେପଟେ ନିର୍ବାଚନ ମଣ୍ଡଳୀ ସଂଯୋଜକଙ୍କୁ ନେଇ ଗୁପ୍ତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି। ତେବେ ବିଳମ୍ୱରେ ପ୍ରସ୍ତୁତି ଆରମ୍ଭ କରୁଥିବା କଂଗ୍ରେସକୁ ୯ ରୁ ୯୦ ମିଶନରେ ସଫଳତା ମିଳିବା ବେଶ୍ ଚାଲେଞ୍ଜିଂ ହୋଇପାରେ।

BJD BJP Congress Odisha Politics
Advertisment
Advertisment