• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପିଲାଦିନେ ଦୂରଦର୍ଶନରେ ପ୍ରସାରିତ ଗୋଟେ ସିରୟଲ ଆପଣମାନେ ଦେଖୁଥିବେ । ବହୁତ ଲୋକପ୍ରିୟ ଥିଲା ସିରୟଲଟି । ନାଁ ଥିଲା ୟେ ଜୋ ହେ ଜିନ୍ଦେଗି । ତା’ର ଏକ ପପୁଲାର ଡାଇଲଗ ବି ଥିଲା..‘ରାଜା ୟେ କ୍ୟା ହୋ ରାହା ହେ’ । ଯେତେବେଳେ ରାଜ୍ୟରେ କଂଗ୍ରେସର ଦାରୁଣ ବିର୍ଯ୍ୟୟକୁ ଦେଖିବାକୁ ମିଳୁଛି । ଦିନକୁ ଦିନ ସବୁଠାରୁ ପୁରୁଣା ଦଳ କଂଗ୍ରେସ ଆଜି ନିଜର ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରୁଛି । ରାଜ୍ୟରେ ପ୍ରତ୍ୟେକଟି ଉପ- ନିର୍ବାଚନରେ ଦୟନୀୟ, ଶୋଚନୀୟ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଏହାଠାରୁ ଆଉ ଖରାପ ସମୟ କଂଗ୍ରେସ ପାଇଁ ବା କ’ଣ ହୋଇପାରେ  । 

ରାଜ୍ୟରେ ଯେତୋଟି ବି ଉପ-ନିର୍ବାଚନ ହୋଇଛି । ସେଥିମଧ୍ୟରୁ ଦଳ ପ୍ରାୟତଃ ହାର୍‌ର ସାମନା କରିଛି, କେବଳ ବ୍ରଜାରାଜନଗର ଏବଂ ତିର୍ତ୍ତୋଲକୁ ଛାଡିଦେଲେ ଦଳ ଅନ୍ୟ ସବୁଠି ପ୍ରାୟତଃ ଅମାନତ ହରାଇଛି  । ବିଡମ୍ବନାର କଥା ହେଉଛି ଦଳ ପରାଜୟରୁ କିଛି ଶିଖୁନି ଲାଗୁଛି , ସତେ ଯ଼େମିତି ଦଳ ଉପ ନିର୍ବାଚନରେ ନିଜର କେବଳ ହାଜିରା ପକାଉଛି  । 

କଂଗ୍ରେସ ଦଳ କୁହେ ଯେ ଆମେ ସମୀକ୍ଷା କରିବୁ । ହେଲେ କ’ଣ ସମୀକ୍ଷା କରାଯାଏ କେଜାଣି, ପୁଣି ପରବର୍ତ୍ତୀ ନିର୍ବାଚନରେ ସେହି ସମାନ ଅବସ୍ଥା । କେତେବେଳେ ସରକାରୀ କଳ, ବଳ, କୌଶଳ, ନ ହେଲେ ଶାସକ ଦଳ କ୍ଷମତାରେ ଅଛି ତେଣୁ କେଉଁ ଉପାୟରେ ନିର୍ବାଚନ ଜିତି ଯାଉଛି ତାହା ସେମାନେ ଜାଣିପାରୁନାହାନ୍ତି । ସଭାପତି କହୁଛନ୍ତି ଆମେ ଅକ୍ଲାନ୍ତ ପରିଶ୍ରମ କରୁଛି  । ଅକ୍ଲାନ୍ତ ପରିଶ୍ରମ କରି ପାଞ୍ଚ ହଜାର ଭୋଟ ବି ହେଉନି । ୪,୪୯୬ ଭୋଟରେ ଦଳ ସୀମିତ ହେଉଛି, ସେଠାରେ ଆଉ କ’ଣ କରାଯାଇପାରିବ ।

ଆଗକୁ ଏଭଳି ସ୍ଥିତି ଦେଖି ୧୪୭ ନିର୍ବାଚନ ମଣ୍ତଳୀରେ ଲଢିବା ପାଇଁ କଂଗ୍ରେସ ନେତା ଟିକେଟ ନେବା ବଡ଼ ରିସ୍କ ବୋଲି ଭାବିବେ । ଯ଼େଉଁ ଆଶଙ୍କା କିଛି ଦିନ ପୂର୍ବରୁ ଚିରଞ୍ଜିବ ବିଶ୍ବାଳ ମଧ୍ୟ କରିଛନ୍ତି । କେଉଁ ଆଧାରରେ ଦଳ ୯ରୁ-୯୦ରେ ପହଁଚିବ  । କିଛି ନେତା କହୁଛନ୍ତି କଂଗ୍ରେସରେ ବହୁତ ଅହଂକାର ଅଛି । ତାକୁ ସମାଧାନ କରିବାକୁ ପଡିବ । ଯ଼େଉଁଠି ଦଳର ଏହି ଅବସ୍ଥା ସେଠି ଅହଂକାର ବା କେମିତି ଆସୁଛି ? ଏ ପରିସ୍ଥିତିରେ ଆଉ କ’ଣ ବା କୁହାଯାଇପାରିବ  । 

କଂଗ୍ରେସର ଜଣ ବଡ ନେତା ଟିଭି ବିତର୍କରେ ବି ସ୍ୱୀକାର କଲେ ଯେ ‘ମୁଁ ଜାଣିଛି ରେଜଲ୍ଟ କ’ଣ ହେବ । ତେଣୁ ପ୍ରଚାର କରିବାକୁ ଯାଏ ନାହିଁ  । କେତେ ହାଲକା ଭାବେ ନେଉଛି ଦଳ ନିର୍ବାଚନକୁ । ଲଢିବାର ମାନସିକତା ନେଇ ଦଳ ଲଢୁନାହିଁ  । ରାଜନୈତିକ ମନୋବୃତ୍ତି ବି ନାହିଁ । ୨୦୨୪ ନିର୍ବାଚନରେ ଦଳ ଏକାଠି ହୋଇ ଲଢିବା ବି ମୁସ୍କିଲ । ଫଳାଫଳ ପୂର୍ବରୁ ଜିତିବାର ଦମ୍ଭୋକ୍ତିରେ କେବେ ହେଳା ନାହିଁ । ୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ଖୁବ ଗୁରତ୍ବ ରଖୁଥିଲା, ହେଲେ ଦଳର ପ୍ରଦର୍ଶନ ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ? 

୨୪ରେ ଦଳକୁ ଆଉ ଗମ୍ଭୀରତାର ସହ ନେବେ ତ ଭୋଟର ... ? କଂଗ୍ରେସ କମବ୍ୟାକ କରିପାରିବ ତ .... ? କଂଗ୍ରେସ ପକେଟ ଭୋଟ ନିଜ ପାଖକୁ ଆଣିପାରିବ ତ ? ପୂର୍ବ ଗରିମା ଫେରିପାଇବ ତ କଂଗ୍ରେସ ? କଂଗ୍ରେସର ଭୋଟ ନିଜ ପାଖରେ ରହିବ ତ ? କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତାରେ ରହିପାରିବ ତ ? ଏମିତି ଅନେକ ଚ୍ୟାଲେଞ୍ଜ ବା ଆହ୍ୱାନ କଂଗ୍ରେସ ପାଖରେ ଏବେ ଲାଗୁଛି ।

କଂଗ୍ରେସ ଯ଼ଦି ହାଲକା ଭାବେ ନେବ ତେବେ ଦଳ ଆଗାମୀ ସମୟରେ ରାଜ୍ଯରେ ତାର ପ୍ରାସଙ୍ଗିକତା ହରାଇବ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କଂଗ୍ରେସ ପାଇଁ ଏ ଗୀତଟି ବର୍ତ୍ତମାନ ପାଇଁ ବଡ ପ୍ରଯ଼ୁଜ୍ଯ, କୋଇ ଲଟାଦେ ମେରେ ବିତେ ହୁଏ ଦିନ....। ବିକଳ୍ପ ହେବାକୁ ହେଲେ ସମୟ ନୁହେଁ ପ୍ରତିବଦ୍ଧତା ଦରକାର । ଯ଼ାହା କଂଗ୍ରେସ ପାଖରେ ଆଦୌ ନାହିଁ । ବର୍ତ୍ତମାନ ସମଯରେ ତେଣୁ ସମୟ ସୀମିତ, ଆହ୍ୱାନ ଅପ୍ରମୀତ କଂଗ୍ରେସ ପାଇଁ ।

(ରିପୋର୍ଟ- ଭବାନୀ ମହାପାତ୍ର)