Advertisment

KIIT Nepali Student Case: ତାରା ମାରିଲେ ବାଣ: କହିଲେ- IAS, IPS ଅଫିସରଙ୍କ ପତ୍ନୀମାନେ କିଟ୍‌ରେ କାମ କରୁଛନ୍ତି

ଗଣମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିନାହାନ୍ତି? ସରକାରଙ୍କ ବହୁ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରଙ୍କ ପତ୍ନୀମାନେ ସେଠାରେ କାମ କରୁଛନ୍ତି। ତେଣୁ ସରକାରଙ୍କ ଉପରେ ଚାପ ଅଛି କି?

ଅଦ୍ୟତନ ହୋଇଛି
Congress MLA Tara Prasad Bahinipati Over KIIT Nepali Girl Student Death Case

Congress

Advertisment

କିଟ୍‌ରେ ଛାତ୍ରୀ ଆତ୍ମହତ୍ୟା ଓ ପରେ ଘଟିଥିବା ଘଟଣାକୁ ନେଇ ବିଶ୍ୱ ଦରବାରରେ ନିନ୍ଦିତ ହେଉଛି ଓଡ଼ିଶା। ଆଉ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ହେଲେ ରାଜ୍ୟ ସରକାରଙ୍କ ନୀରବତା ଅନେକ କିଛି କଥା ବଖାଣୁଛି। ତେବେ ରାଜ୍ୟ ସରକାରଙ୍କ ସ୍ଥାଣୁତାକୁ ନେଇ ଆଜି ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ଆଉ କହିଛନ୍ତି, ରାଜ୍ୟ ସରକାରଙ୍କ IAS ଓ IPS ଅଫିସରଙ୍କ ପତ୍ନୀମାନେ କିଟ୍‌ରେ କାମ କରୁଛନ୍ତି। ତେଣୁ ସରକାରଙ୍କ ଉପରେ ଚାପ ରହିଛି କି?

Advertisment

ଅଧିକ ପଢ଼ନ୍ତୁ: ତଦନ୍ତ ରିପୋର୍ଟ ଆସିଲେ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, କହିଲେ ବୈଷୟିକ ଶିକ୍ଷାମନ୍ତ୍ରୀ

ଗଣମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିନାହାନ୍ତି? ସରକାରଙ୍କ ବହୁ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରଙ୍କ ପତ୍ନୀମାନେ ସେଠାରେ କାମ କରୁଛନ୍ତି। ତେଣୁ ସରକାରଙ୍କ ଉପରେ ଚାପ ଅଛି କି? ମୋ ସହିତ ଅଚ୍ୟୁତ ସାମନ୍ତଙ୍କର ଭଲ ସମ୍ପର୍କ ରହିଛି। ମାଆ ଓ ମାଟିକୁ ପ୍ରଥମେ ସୁରକ୍ଷା ଦରକାର। ଓଡ଼ିଶାର ସ୍ୱାଭିମାନ ପ୍ରଥମେ ଦରକାର। ସମଗ୍ର ବିଶ୍ୱ ଆଜି କିଟ୍‌ ଘଟଣାକୁ ନିନ୍ଦା କରୁଛି। ଓଡ଼ିଶାର ଲୋକଙ୍କ ଅନ୍ତରାତ୍ମା ଆଜି କାନ୍ଦୁଛି। ତାହାହେଲେ କାହିଁକି ସରକାର ତା’ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି? କାହିଁ ସେମାନଙ୍କୁ ଗିରଫ କରୁନାହାନ୍ତି? ସିଏ ପୁରୁଷ ହୁଅନ୍ତୁ ବା ସ୍ତ୍ରୀ ଲୋକ ହୁଅନ୍ତୁ, ଏଇଟା ଲଜ୍ଜାଜନକ ଓ ନିନ୍ଦନୀୟ କଥା। ତାକୁ ଗିରଫ କରିବା ଦରକାର ବୋଲି ତାରା କହିଛନ୍ତି।

Advertisment

 

ସୂଚନାରୁ ପ୍ରକାଶ, ଗତ ରବିବାର ସନ୍ଧ୍ୟାରେ କିଟ୍‌ ବିଶ୍ୱବିଦ୍ୟାଳୟରେ ପାଳିତ ହେଉଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ସେହି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ କର୍ମଚାରୀ ଓ ଛାତ୍ରଛାତ୍ରୀ। କୋଳାହଳ ଭିତରେ ବି-ଟେକ୍‌ ଇଞ୍ଜିନିୟରିଂ ପଢ଼ୁଥିବା ନେପାଳ ଛାତ୍ରୀ ନିଜ ରୁମ୍‌ରେ ଝୁଲି ପଡ଼ିଥିଲେ। ସେହି ଖବର ବିଦ୍ୟୁତ୍‌ ବେଗରେ ବ୍ୟାପୀ ଯାଇଥିଲା। ଆଉ ଏକତ୍ର ହୋଇଥିଲେ ସମସ୍ତ ନେପାଳୀ ଛାତ୍ରଛାତ୍ରୀ। କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମ୍‌ଖିଆଲ୍‌ ନୀତି ଓ ପୂର୍ବତନ ପ୍ରେମିକ(ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ) ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଅଧିକ ପଢ଼ନ୍ତୁ: ମତେ ଜ୍ବର ହୋଇଥିଲା ରୁମ୍‌ରୁ ତଢିଦେଲ, ଏବେ ଡାକୁଛ କାହିଁକି?

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି କିଟ୍‌ କର୍ତ୍ତୃପକ୍ଷ କମିସନ୍‌ରେଟ୍‌ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ରାତି ତମାମ ଚାଲିଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ସୋମବାର ସକାଳେ ସକାଳେ କିଟ୍‌ କର୍ତ୍ତୃପକ୍ଷ କଲେଜରେ ସାଇନ୍‌-ଏ-ଡାଏ ଘୋଷଣା କରିଥିଲେ। ହଷ୍ଟେଲ୍‌ ଖାଲି କରିବା ପାଇଁ ନେପାଳୀ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଅତି କଦର୍ଯ୍ୟ ଭାଷାରେ ଛାତ୍ରଛାତ୍ରୀଙ୍କୁ ଗାଳି ଦେଇଥିଲେ। କିଟ୍‌ କର୍ତ୍ତୃପକ୍ଷ ଏତେ ପରିମାଣରେ ତଳକୁ ଖସି ଯାଇଥିଲେ ଯେ, ଛାତ୍ରଛାତ୍ରୀଙ୍କ ଦେଶର ଆର୍ଥିକ ସ୍ଥିତିକୁ ନେଇ ପରିହାସ କରିଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏପରିକି ନେପାଳୀ ଛାତ୍ରଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡ଼ ଲଗାଇ ମାଡ଼ ମାରିଥିଲେ। ପିଲାମାନଙ୍କୁ ବସ୍‌ରେ ନେଇ କଟକରେ ଛାଡ଼ି ଆସିଥିଲେ କିଟ୍‌ କର୍ତ୍ତୃପକ୍ଷ। ଏହାକୁ ନେଇ ଓଡ଼ିଶା ତଥା ଭାରତ ବିଦେଶରେ ନିନ୍ଦିତ ହୋଇଥିଲା।

Advertisment
Congress Tara Bahinipati KIIT Student Death KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ