Advertisment

'ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ?'

ସିବିଆଇ ତଦନ୍ତ ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇଯିବ।

ଅଦ୍ୟତନ ହୋଇଛି
Santosh Singh Saluja On Mamita Meher Murder Case

congress mla Santosh Singh Saluja

Advertisment

ଗୋବିନ୍ଦଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ବୋଲି ପ୍ରଶ୍ନ କଲେ କଣ୍ଟାବାଂଜି ବିଧାୟକ ତଥା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ସେ କହିଛନ୍ତି ଯେ ମମିତା ମେହେର ମୃତ୍ୟୁ ମାମଲା ରେ ଗୋବିନ୍ଦ ସହ ପୂର୍ବତନ ମନ୍ତ୍ରୀ ସଂପୃକ୍ତ ଥିଲେ। ଗୋବିନ୍ଦଙ୍କୁ ପୂର୍ବତନ ମନ୍ତ୍ରୀ ମୁକ୍ତି ପାଇଁ କଥା ଦେଇଥିଲେ, ହାତ ଛାଡ଼ିଦେଲେ। ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁକ୍ତି ପାଇଁ ସହଯୋଗ କରିବେ କହିଥିଲେ। ତେବେ କୋର୍ଟରେ ମମିତାଙ୍କ ବାପା, ମା ସାକ୍ଷୀ ଦେଇଥିଲେ। ମୁକ୍ତିର ବାଟ ବନ୍ଦ ଦେଖି ଗୋବିନ୍ଦ ପ୍ରବଳ ମାନସିକ ଚାପରେ ଥିଲେ। ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଗୋବିନ୍ଦଙ୍କୁ ଜେଲରେ ଜ୍ୱାଇଁପୁଅ ଚର୍ଚ୍ଚା ମିଳୁଥିଲା ବୋଲି ସେ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: 'ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା, ଆତ୍ମହତ୍ୟା ପାଇଁ ବାଧ୍ୟକଲେ'

ସେ ଦଉଡ଼ି କେଉଁଠୁ ପାଇଲେ, ଜେଲ ଷ୍ଟାଫ୍ କେମିତି ଦେଖିପାରିଲେନି ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି। ଗୋବିନ୍ଦଙ୍କ ମୃତ୍ୟୁ ଘଟିବାରୁ ମମିତା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ଗୋବିନ୍ଦ ମୃତ୍ୟୁ ପଛରେ ନିଶ୍ଚିତ ଭାବେ ଗୋଟିଏ ବଡ଼ ଷଡ଼ଯନ୍ତ୍ର ଅଛି। ଆମେ ସନ୍ଦେହ କରୁଛୁ, ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ହୋଇପାରେ। ସିବିଆଇ ତଦନ୍ତ ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇଯିବ। ୨୦୨୧ ମସିହାର ଶେଷ ତିନି ମାସ ସାରା ରାଜ୍ୟକୁ ହଲଚଲ କରିଥିଲା ମମିତା ମେହେର ହତ୍ୟା ମାମଲା।

 ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। ହତ୍ୟା ମାମଲାରେ ସଜା କାଟୁଥିବା ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍ ଭିତରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଆଜି କୋର୍ଟରେ ହାଜର ହୋଇ ଥାଆନ୍ତେ ଗୋବିନ୍ଦ, ହେଲେ ତା’ ପୂର୍ବରୁ ସେ ନିଜର ଜୀବନ ନେଇ ଯାଇଛନ୍ତି । ତେବେ କିଭଳି ଜେଲ୍‌ ଭିତରେ ସେ ଏପରି କରିଛନ୍ତି, ତାହା ଅସ୍ପଷ୍ଟ ରହିଛି । 

Advertisment
Congress Santosh Singh Saluja Govinda Sahu Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: