• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଂଗ୍ରେସରେ ବାପା-ପୁଅ ଡ୍ରାମା । ଦଳରୁ ନିଲମ୍ବିତ ହେଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । ମହଙ୍ଗା ପଡ଼ିଲା 'କଂଗ୍ରେସରୁ ଲଢିବି ନାହିଁ' ବୟାନ । ୨ ଦିନ ତଳେ କଂଗ୍ରେସରୁ ଲଢିବେନି ବୋଲି ମନ୍ମଥଙ୍କ ପ୍ରତିକ୍ରିୟା ଉପରେ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଶୃଙ୍ଖଳା କମିଟି । କଂଗ୍ରେସରେ ଥାଇବି ଦଳରେ ନଥିବା କଥା କହିବା ସଂପର୍କରେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ନଦେବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ।

ପିସିସି ସଭାପତି ମଧ୍ୟ କହିଛନ୍ତି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଅନ୍ୟପଟେ ମନ୍ମଥଙ୍କ ଯୁକ୍ତି ମୁଁ କେବେ ଦଳରେ ନଥିଲି । କିନ୍ତୁ ପ୍ରଶ୍ନ ଉଠୁଛି ସତରେ କଣ ମନ୍ମଥଙ୍କ ଅଜଣାତରେ ତାଙ୍କୁ ପିସିସି ସଦସ୍ୟ କରାଯାଇଛି ? ବଡ଼ କଥା ହେଉଛି ବାପା ସୁରେଶ ରାଉତରାୟ ଖୋର୍ଦ୍ଦା ଜିଲ୍ଲାର ସଭାପତି ଥିବା ବେଳେ ତାଙ୍କ ନାଁକୁ ସୁପାରିଶ କରିଥିଲେ । ଏମିତି କି କିଛି ଦିନ ଧରି କଂଗ୍ରେସ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଥିଲେ ମନ୍ମଥ ।

ଏପଟେ ନିଲମ୍ବନ ପରେ କଂଗ୍ରେସରେ ଘନଉଛି ସୁର ରାଉତରାୟଙ୍କ ଫ୍ୟାମିଲି ପଲିଟିକ୍ସ । ଗୋଟେପଟେ ବାପାଙ୍କ ଉପଦେଶକୁ ବୁଝିବାକୁ ନାରାଜ ପୁଅ ମନ୍ମଥ । ଅନ୍ୟପଟେ ପୁଅର ମତାମତକୁ ଗ୍ରହଣ କରୁନାହାନ୍ତି ବାପା ସୁରେଶ ରାଉତରାୟ । କଂଗ୍ରେସରୁ ଛିଡା ହେବିନି ବୋଲି ମନ୍ମଥଙ୍କ ବୟାନ ପରଦିନ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ବାପା ସୁରେଶ ରାଉତରାୟ କହିଥିଲେ ପୁଅକୁ ବୁଝାଇଦେଇଛି ସେ କଂଗ୍ରେସରୁ ହିଁ ଛିଡା ହେବ ।

ହେଲେ ପୁଣି ବାପାଙ୍କ ବୟାନକୁ କାଉଣ୍ଟର କରି ମନ୍ମଥ କହିଥିଲେ ବାପାଙ୍କ ସହ କଥା ହୋଇନି । ଯଦି ବାପା ମନା କରିବେ ତାହେଲେ ମୁଁ ନିର୍ବାଚନରୁ ଓହରିଯିବି । ଆଉ ଏବେ ବି ନିଲମ୍ବନ ପରେ ବାପା ସୁର ସେହି ଜିଦରେ ଅଟଳ । କହିଛନ୍ତି କାର୍ଯ୍ୟାନୁଷ୍ଠାନ ହେଲେ ବି ସେ ପୁଣି ଦଳକୁ ଫେରି କଂଗ୍ରେସ ଟିକେଟରୁ ଛିଡା ହେବ । ହେଲେ ମନ୍ମଥ କିନ୍ତୁ ମାନିବାକୁ ନାରାଜ । ଦିନକୁ ଦିନ ଗୋଳିଆ ହେଉଥିବା ସୁରଙ୍କ ଫ୍ୟାମିଲି ପଲିଟିକ୍ସ ଏବେ କଂଗ୍ରେସରେ କଣ୍ଟା ହୋଇଥିବା ଚର୍ଚ୍ଚା ହେଲାଣି । ଏପରିକି ଏଭଳି ହାଇଡ୍ରାମାକୁ ନେଇ କର୍ମୀ ବି ଦ୍ୱନ୍ଦ୍ୱରେ ।

 

  • Reported by:
  • JAGDISH DAS , SOUMYA RANJAN SAHOO