ଶଶିଙ୍କୁ ନେଇ କଂଗ୍ରେସରେ କେଁ
ଶଶି ଥରୁରଙ୍କୁ ନେଇ କଂଗ୍ରେସ ଦୁଇ ଫାଳ । କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ ହୋଇଥିବା ସର୍ବଦଳୀୟ ଟିମ୍ରେ କଂଗ୍ରେସର ବରିଷ୍ଠ ସାଂସଦ ଶଶି ଥରୁର ସାମିଲ ହେବା ପରେ ଏହାକୁ ନେଇ ନୂଆ ବିବାଦ କଂଗ୍ରେସ ଭିତରେ ହିଁ ସୃଷ୍ଟି ହୋଇଛି । କଂଗ୍ରେସ ଶଶିଙ୍କ ନାଁ କେନ୍ଦ୍ରକୁ ପଠାଇନଥିଲା, କିନ୍ତୁ ଟିମ୍ ଗଠନ ବେଳେ ଉପରେ ଶଶିଙ୍କ ନାଁ ରହିଛି ଓ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବ ବୋଲି ଚର୍ଚ୍ଚା ବି ହେଉଛି। ଆଉ ଏହାକୁ ନେଇ କଂଗ୍ରେସ ଭିତରେ କେଁ ।
ଅଧିକ ପଢ଼ନ୍ତୁ: ରାଜନୈତିକ ବ୍ୟାପାର କମିଟିରେ ପ୍ୟାରୀ, ନବୀନ ଓ ପାଣ୍ଡିଆନଙ୍କ ଅନୁଗତ, ବରିଷ୍ଠ ଉଭାନ୍
ଦଳର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ୍ ମିଡିଆ ସାଇଟ୍ X ରେ ଲେଖିଛନ୍ତି କି, ଗତକାଲି କେନ୍ଦ୍ର ସରକାରଙ୍କୁ ୪ କଂଗ୍ରେସ ସାଂସଦଙ୍କ ନାଁ ପଠାଯାଇଥିଲା। ଯେଉଁମାନେ ହେଲେ ଆନନ୍ଦ ଶର୍ମା, ଗୌରବ ଗୋଗୋଇ, ସୟଦ୍ ନାସିର୍ ହୁସେନ୍ ଏବଂ ରାଜା ବ୍ରାର୍ । ହେଲେ ଏବେ ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି । ବିଜେପି ଆଡ଼େ ଢଳୁଛନ୍ତି କି ଶଶି ଥରୁର । କାରଣ ଗଲା କିଛି ମାସ ଧରି କଂଗ୍ରେସଠୁ ଦୂରତା ରଖୁଥିବା ଶଶି ଏବେ ବିଜେପି କ୍ୟାମ୍ପରେ କି ? ଅପରପକ୍ଷରେ ଦେଶ ହିତ ପାଇଁ ଦଳ ଦେଖାଯାଏନି ବୋଲି କହି କଂଗ୍ରେସକୁ କଡ଼ା ସମାଲୋଚନା କରିଛି ବିଜେପି।
ସୂଚନା ଅନୁସାରେ, ବିଶ୍ବ ସମୁଦାୟରେ ଖୋଲିବ ପାକିସ୍ତାନର ଅସଲ ମୁଖା। ଆତଙ୍କୀ ପ୍ରେମର ଏକ୍ସପୋଜ୍ କରିବ ଭାରତ। ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତିର ବାର୍ତ୍ତା ନେଇ ସହଯୋଗୀ ରାଷ୍ଟ୍ର ଗସ୍ତ କରିବେ ଭାରତର ସର୍ବଦଳୀୟ ଟିମ୍। ଏନେଇ ୭ଟି ପ୍ରତିନିଧି ଦଳ ଗଠନ କରାଯାଇଛି । ୭ଟି ଟିମର ନେତୃତ୍ବ ନେବେ ୭ ଜଣ ବରିଷ୍ଠ ସାଂସଦ। ଏମାନେ ହେଲେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଂଗ୍ରେସ ସାଂସଦ ଶଶି ଥରୁର, ବିଜେପିର ରବି ଶଙ୍କର ପ୍ରସାଦ। ସେହିପରି ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା, ଡିଏମେକେରୁ କାନିମୋଇ, ଏନସିପିର ସୁପ୍ରିୟା ସୁଲେ ଓ ଶିବସେନାର ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ବରେ ଟିମ୍ ଭାରତର ସହଯୋଗୀ ରାଷ୍ଟ୍ର ଓ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଦେଶକୁ ଗସ୍ତ କରିବେ।
ଚଳିତ ମାସ ୨୩ ତାରିଖ ପରେ ଏହି ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବେ । ଏମାନେ ଅପରେସନ ସିନ୍ଦୂର ଓ ସୀମାପାର ଆତଙ୍କବାଦ ନେଇ ବାର୍ତ୍ତା ପହଞ୍ଚାଇବେ । ଏଥିସହ ଆତଙ୍କବାଦ ବିରୋଧରେ ଭାରତର ଜିରୋ ଟଲେରାନ୍ସ ନୀତି ନେଇ ବିଭିନ୍ନ ରାଷ୍ଟ୍ରକୁ ଅବଗତ କରାଇବେ ସର୍ବଦଳୀୟ ପ୍ରତିନିଧି ଦଳ । ଏହି ପ୍ରତିନିଧି ଦଳରେ ବିଭିନ୍ନ ପାର୍ଟିର ସାଂସଦ, ପ୍ରମୁଖ ରାଜନେତା ତଥା ବିଶିଷ୍ଟ କୂଟନୀତିଜ୍ଞ ସଦସ୍ୟ ରହିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747478141.jpg)