Advertisment

ଆଉ ୪୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଦ୍ୱିତୀୟ ତାଲିକାରେ ବି ନାହିଁ ଓଡ଼ିଶା

ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ଆସାମରୁ ସର୍ବାଧିକ ୧୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।

author-image
Santosh Kumar Sahoo
Congress

Congress

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ଆସାମରୁ ସର୍ବାଧିକ ୧୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେହିପରି ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ୧୦ଟି ଲେଖାଏଁ ଆସନ, ଗୁଜରାଟରୁ ୭, ଉତ୍ତରାଖଣ୍ଡରୁ ୩ ଓ ଡାମନ ଡିୟୁରୁ ୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

Advertisment

ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ଆସମର ଜୋରହାଟରୁ ପ୍ରାର୍ଥୀ ହୋଇଛନ୍ତି ଗୌରବ ଗୋଗାଇ। ସେହିପରି ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ପୁଅ ନକୁଲନାଥ, ରାଜସ୍ଥାନର ଜାଲୋରରୁ ବୈଭବ ଗେହଲୋଟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ତେବେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। କଂଗ୍ରେସ ପ୍ରଥମ ତାଲିକାରେ ବି ଓଡ଼ିଶାର କୌଣସି ଆସନ ନ ଥିଲା।

Advertisment
Congress AICC General Elections 2024
Advertisment
Advertisment