• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ପଦ୍ମପୁର ଗସ୍ତରେ ଯେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁର ଉପ ନିର୍ବାଚନ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପଦ୍ମପୁର ଗସ୍ତ । ତେବେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ନେଇ ଲୋକମାନେ ଆଶାବାନ୍ଧି ବସିଥିବା ବେଳେ ଆଜିର ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆଜି ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁରର ତିନୋଟି ସ୍ଥାନରେ ହେବାକୁ ଥିବା ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉପ ନିର୍ବାଚନ ସମୟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ନେଇ ଯେଉଁ ଦାବି ଉଠିଥିଲା ସେ ନେଇ ମୁଖ୍ୟମନ୍ତ୍ରୀ କ’ଣ କହୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ପଦ୍ମପୁର ଉପ ନିର୍ବାଚନ ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପ୍ରସଙ୍ଗକୁ ନେଇ ପଦ୍ମପୁରବାସୀ ଅଡ଼ି ବସିଥିଲେ । ବିଜେଡିର କିଛି ନେତା ଓ କର୍ମୀ ଏ ସମ୍ପର୍କରେ ପଦ୍ମପୁରବାସୀଙ୍କ ସହ ଆଲୋଚନା କରିଥିଲେ ।

ପରେ ପରେ ପଦ୍ମପୁରକୁ ଜିଲ୍ଲା କରିବା ନେଇ ବିଚାର କରାଯିବା ନେଇ କୁହାଯାଇଥିଲା । ତେଣୁ ପଦ୍ମପୁର ଉପ ନିର୍ବାଚନ ପରେ ପଦ୍ମପୁରକୁ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷକରି ପଦ୍ମପୁରବାସୀ ବେଶ୍‌ ଆଶାବାନ୍ଧି ରହିଛନ୍ତି ।