• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା । କ୍ୟାପିଟାଲ୍ ଫାଉଣ୍ଡେସନ୍ ସଂସ୍ଥା ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ମିଳିଛି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର। ଏହି ପୁରସ୍କାର ପାଇବା ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ଫେରିଥିବାରୁ ତାଙ୍କୁ ବିଜେଡି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିପାଇଁ ବିଜେଡି ତରଫରୁ ବ୍ୟାପକ ଆୟୋଜନ ହୋଇଥିଲା ।

ବିମାନ ବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ହଜାର ହଜାର କର୍ମୀ ଓ ନେତା ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଦଳ ପକ୍ଷରୁ ଏକ ବିଶାଳ ରାଲି କରାଯାଇଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସମର୍ଥକ ଆସିଥିଲେ । ପାରମ୍ପରିକ ନାଚ ଗୀତ ସହିତ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରାଯାଇଛି । ଦିଲ୍ଲୀରେ ପୁରସ୍କାର ପାଇବା ପରେ ଏହାକୁ ଭୁବନେଶ୍ୱରରେ ବିଜେଡିର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି

ସେପଟେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ଓ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଭୁବନେଶ୍ୱରରେ ସ୍ୱାଗତ ସମ୍ବର୍ଦ୍ଧନାକୁ ଏକ ପ୍ରହସନ ବୋଲି କଡ଼ା ସମାଲୋଚନା କରିଛି ବିଜେପି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଯେଉଁ ସଂସ୍ଥାକୁ ଭାରତରେ କେହି ଜାଣି ନାହାନ୍ତି, ସିଏ ଆଓ୍ୱାର୍ଡ ଦେଉଛନ୍ତି । ଯେଉଁ ସଂସ୍ଥା ବି ଏହି ଆଓ୍ୱାର୍ଡ ଦେଇଛନ୍ତି ତାର କ୍ରେଡିବିଲିଟି କଣ ତା ବିଷୟରେ ମଧ୍ୟ ଜଣା ନାହିଁ ।

ଅନ୍ୟପଟେ ପଟେ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ କଡ଼ା ସମାଲୋଚନା କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୋଟେ ଅଲାଜୁକ ପ୍ରାଇଜ୍ ପାଇଛନ୍ତି । ପଇସା ଖର୍ଚ୍ଚ କରି ଗାଁ ଗାଁରୁ ଲୋକଙ୍କୁ ଆଣି ରାଜଧାନୀରେ ଭର୍ତ୍ତି କରିଛନ୍ତି । ଲୋକପ୍ରିୟତା କମିଥିବାରୁ ଏହି ସମ୍ବର୍ଦ୍ଧନା ସଭା । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଛି । ଏହା ଦ୍ୱାରା ଲୋକେ ହନ୍ତସନ୍ତ ହେଉଛନ୍ତି , ଟ୍ରାଫିକ୍ ଜାମ ହେଉଛି । ୨୦୨୪ରେ ଏହାର ଜବାବ ଦେବେ ଓଡ଼ିଶା ବାସୀ ।