Advertisment

Odisha Politics: ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଚାଷୀଙ୍କ ସହ ଖେଳିଲେ ସିଧା ଝାରପଡ଼ା ଜେଲ୍ !

ବର୍ଷ ବର୍ଷ ଧରି ଦୁର୍ନୀତିର ଗନ୍ତାଘର ପାଲଟିଥିଲା ସମବାୟ ସଂସ୍ଥା ! ଅଡିଟ୍ ହେଉନଥିବାରୁ କେଳେଙ୍କାରୀ ବଢ଼ିଥିବା ଅଭିଯୋଗ ।

ଅଦ୍ୟତନ ହୋଇଛି
undefined

ସମବାୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ

Advertisment

ସମବାୟ ସପ୍ତାହରେ ପୂର୍ବ ସରକାରକୁ ଟାର୍ଗେଟ୍ ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ। କହିଛନ୍ତି- ଚାଷୀଙ୍କ ସ୍ୱାର୍ଥରେ ଯିଏ ବାଧା ଦେବ ତାକୁ ଝାରପଡା ଜେଲରେ ପୂରାଯିବ। ବିଜେଡି କହିଛି ଡାଇଲଗ୍ ନମାରି ତଦନ୍ତ କରି ଜେଲରେ ପୂରାଅ। ଆଉ ଏସବୁ ଭିତରେ ସମବାୟ ଦୁର୍ନୀତି ପଛରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ପ୍ରତିବର୍ଷ ଅଡିଟ ହେବାର ନିୟମ ଥିବା ବେଳେ ବିଜେଡି ସରକାରରେ କିନ୍ତୁ ବର୍ଷ ବର୍ଷ ଧରି ଅଡିଟ୍ ହେଉନଥିଲା, ସମବାୟ ସମିତି କି ବ୍ୟାଙ୍କର କାରବାର।

Advertisment

କୋ-ଅପରେସନ ବିଭାଗକୁ କରପ୍ସନରେ ପରିଣତ କରିଥିଲା ବିଜେଡି । ଏଣିକି ବିଭାଗକୁ ସ୍ୱଚ୍ଛ କରିବାକୁ ବିଜେପି ସରକାରର ଦାବି । ଚାଷୀଙ୍କ ସହ ଖେଳିଲେ ସିଧା ଝାରପଡ଼ା ଜେଲ୍ । ସମବାୟ ସପ୍ତାହରେ ସମବାୟ ବିଭାଗରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ମିଡିଲମ୍ୟାନଙ୍କୁ ଏମିତିଚରମ ବାଣୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି-ପୂର୍ବ ସରକାର ସମୟରେ ସମବାୟରେ ହେଉଥିବା ଅସ୍ୱଚ୍ଛ କାରବାର ଓ ଅବ୍ୟବସ୍ଥା ଏ ସରକାରରେ ହେବନି।

ଏହା ସହ ପଢ଼ନ୍ତୁ: Odisha Paddy Procurement: ଧାନ ସଂଗ୍ରହକୁ ନେଇ କଥା କଟାକଟି, କେନ୍ଦ୍ର ଅନୁମତିରେ ମିଳୁନି ବୋନସ୍ !

Advertisment

ଗତ ସରକାରରେ ଚାଷୀ ଙ୍କୁ ଅନ୍ୟାୟ ଓ ଶୋଷଣ କରାଯାଇଛି। ଢୋଲ ଭିତରେ ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି । ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କୁ ସରକାର ଚିହ୍ନଟ କରିବେ । ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ କ୍ଷମା ନୁହେଁ, ଜେଲ ପଠାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ବିଜେଡି କହିଛି, ଡାଇଲଗ୍ ନମାରି ଦୁର୍ନୀତି ହୋଇଥିଲେ ଜେଲରେ ପୂରାଅ।

ସମବାୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ପୁଣି ତେଜିଛି ସମବାୟ ଦୁର୍ନୀତି ତାତି। ନିକଟରେ ବିଧାନସଭାରେ ଆସିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଛି ୧୪୭ କୋଟି ଟଙ୍କାର ଦୁର୍ନୀତି। କିନ୍ତୁ ଆଶ୍ଚର୍ଯ୍ୟର କଥା ମାତ୍ର ୧୪ କୋଟି ଟଙ୍କା ରିକଭରି କରିବାରେ ସକ୍ଷମ ହୋଇଥିଲେ ପୂର୍ବ ସରକାର।

Advertisment

ସେହିପରି ରାଜ୍ୟରେ ଥିବା ୧୩ଟି ଅର୍ବାନ କୋପରେଟିଭ ବ୍ୟାଙ୍କରେ ୭୭ କୋଟି ୪୫ ଲକ୍ଷ ଟଙ୍କାର ହେରଫେର ହୋଇଥିବା ଜଣାପଡିଥିଲା। ଏଠି ପ୍ରଶ୍ନ ଉଠୁଛି କାହିଁକି ଦୁର୍ନୀତିର ଗନ୍ତାଘର ସାଜିଥିଲା ସମବାୟ ବିଭାଗ ? କେମିତି ହେଉଥିଲା  ଦୁର୍ନୀତି ? କେମିତି ନଜରକୁ ଆସୁନଥିଲା ଏତେ ବଡ କେଳେଙ୍କାରୀ ? ଏଥିପାଇଁ ଦାୟୀ କିଏ? କୁହାଯାଉଛି ଏସବୁ ପଛର କାରଣ ଅଡିଟ୍। ବର୍ଷ ବର୍ଷ ଧରି ସମବାୟ ସମିତି ଏବଂ ବ୍ୟାଙ୍କଗୁଡିକରେ ଅଡିଟ୍ ହେଉନଥିବାରୁ ବଢିଥିଲା କେଳେଙ୍କାରୀ।

ଆଠଗଡ ଗୁରୁଡିଝାଟିଆ ସମବାୟ ସମିତି। କଟକ କେନ୍ଦ୍ରୀୟ ସମବାୟ ସମିତି ଅଧିନରେ ଆସୁଥିବା ଏ ସମିତିରେ ହୋଇଥିଲା ଋଣ ଜାଲିଆତି। ପୁଣି ଅଭିଯୋଗ ଆସିଥିଲା ଏହାର ସଭାପତି ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ବୀରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାଁରେ। ଏଠି ବି ଶେଷ ଥର ପାଇଁ ଅଡିଟ ହୋଇଥିଲା ୨୦୨୦ରେ। ସେହିପରି ବାରିପଦା ଗୃହ ନିର୍ମାଣ ସମବାୟ ସମିତିରେ ତ ଶେଷ ଥର ପାଇଁ ୨୦୧୨-୧୩ରେ ଅଡିଟ୍ ହୋଇଥିଲା।

ପ୍ରତିବର୍ଷ ଅଡିଟ୍ ପାଇଁ ସରକାରୀ ନିୟମ ଥିଲେ ବି ପ୍ରାୟ ସମସ୍ତ ସମବାୟ ବ୍ୟାଙ୍କରେ ୧୨-୧୩ ପରଠୁ ଆଉ ଅଡିଟ ହୋଇନାହିଁ। ତେଣୁ ସମବାୟବିତ୍ ସ୍ପେଶାଲ୍ ଅଡିଟ୍ ଦାବି କରିଥିବାବେଳେ ମନ୍ତ୍ରୀ କହିଛନ୍ତି ତଦନ୍ତ ହେବ। ଏବେ ଦେଖିବାର କଥା, ନୂଆ ସରକାର ସମବାୟ ସମିତିକୁ ସଜାଡିବାରେ କେତେ ସକ୍ଷମ ହେଉଛନ୍ତି।

ଏହା ସହ ପଢ଼ନ୍ତୁ: Naveen Patnaik: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : Atanu Sabyasachi Nayak

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ