Advertisment

୨୨ ଦିନ ପରେ ତୃତୀୟ ମହଲାରେ ଏଣ୍ଟ୍ରି କଲେ ମୋହନ

ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ।

ଅଦ୍ୟତନ ହୋଇଛି
Mohan Majhi In Loka Seva Bhawan

CM Mohan Majhi

Advertisment

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଣ୍ଡିଆ ମାରି ଭିତରେ ପ୍ରବେଶ କଲେ। ଲୋକସେବା ଭବନର ତୃତୀୟ ମହଲାରେ ସେ ଆଜି ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେଇଥିଲେ କ୍ୟାବିନେଟ୍ ମନ୍ତ୍ରୀ। ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆଇଏଏସ୍ ଏବଂ ଓଏଏସ୍ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭଗ୍ୟ ସ୍ୱାଗତ କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ସଜେଇ ହୋଇଛି ଲୋକସେବା ଭବନ ପରିସର। ବିଭିନ୍ନ ରଙ୍ଗ ବେରଙ୍ଗ ଫୁଲ ଓ ରଙ୍ଗୋଲିରେ ସଜା ଯାଇଛି। ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ।

ଅଧିକ ପଢ଼ନ୍ତୁ: ନିଆଁରେ ଘିଅ ଢାଳିଲେ କି ପ୍ରଭାତ, ବିଜେଡିରେ ବିଭୀଷଣ କିଏ ?

ତେବେ ଅନ୍ୟପଟେ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଅର୍ଥାତ୍ ରାଜ୍ୟରେ ୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ଶିବର ଖୋଲିଥିଲା । ଲୋକେ ସିଧା ସଳଖ  ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ଅଭିଯୋଗ କରିପାରିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ‘ଜନତା-ସରକାର ମଧ୍ୟରେ ଥିଲା ଲୌହ ପାଚେରୀ। ଏବେ ସେଇ ଲୁହା ପାଚେରୀ ହଟି ଯାଇଛି।’

Advertisment

୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ସିଧାସଳଖ ଲୋକଙ୍କ ପାଖରେ, ଲୋକଙ୍କ ସହ ଛିଡ଼ା ହୋଇ ସେମାନଙ୍କ କଥା ଶୁଣିଛନ୍ତି। ଲୋକେ ନିଜ ଅଭିଯୋଗ ପୂରଣ ହେବା ନେଇ ଆଶା କରିବେ ଓ ସମାଧାନ ବି ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ ହେଲେ ଏବେ ନ୍ୟାୟ ପାଇବେ। ଆଗାମୀ ଦିନରେ ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ସବୁ ଜିଲ୍ଲାରେ ଲୋକଙ୍କ ଅଭିଯୋଗ ଶୁଣାଯିବ ବୋଲି ଦୋହରାଇଥିଲେ ମୁଖ୍ୟମନ୍ତ୍ରୀ।

Advertisment

ଅଧିକ ପଢ଼ନ୍ତୁ: ଦାଣ୍ତରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି ଗୋଷ୍ଠୀ କନ୍ଦଳ, ଟିକେଟ୍ ବଣ୍ଟା ପରଠାରୁ ଚାଲିଛି ଟଣାଓଟରା

Odisha CM BJD General Election 2024 Congress BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ