Advertisment

Souvic Biswal: ସୌଭିକଙ୍କ ତେରଛା ବାଣରେ ବେହାଲ ବିଜେଡି

ପୁରୀରେ ବିଜେଡି ଜନଜାଗରଣ ବିଜୁ ଯୁବ ଛାତ୍ର ସମ୍ମିଳନୀରେ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ନାଁ ନନେଇ ଖୋଲାଖୋଲି ବିଷୋଦଗାର କରିଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Soubhic

Soubhic

ବିଜେଡିର ୨୦୨୪ ନିର୍ବାଚନ ପରାଜୟ ପରେ ଗୋଷ୍ଠୀ କନ୍ଦଳ ଅନେକ ଥର ଦେଖିବାକୁ ମିଳିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେ ଚେଷ୍ଟା କଲେ ମଧ୍ୟ ଦଳକୁ ସଜାଡି ପାରୁନାହାନ୍ତି । ଦଳର ଆଭ୍ୟନ୍ତରୀଣ କଳି ନିଇତି ପଦାରେ ପଡୁଛି । ପୂର୍ବରୁ ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି ବିରୋଧାଭାସ ଜାହିର କରିଥିବା ବେଳେ ଏହି ଧାରାରେ ସାମିଲ ହୋଇଛନ୍ତି ଜଣେ ଯୁବ ବିଧାୟକ ।

Advertisment

ବିଜୁ ଜନତା ଦଳର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଆଉ ପ୍ରତିଦିନ ତାହା ଜଳ ଜଳ କରି ଦିଶୁଛି। ଆଗରୁ ବରିଷ୍ଠ ମାନେ କହୁଥିଲେ ଏବେ ଯୁବ ନେତୃତ୍ବ ବି ଏହାକୁ ନେଇ ଖୋଲାଖୋଲି ବିରୋଧ କଲେଣି। ପୁରୀରେ ବିଜେଡି ଜନଜାଗରଣ ବିଜୁ ଯୁବ ଛାତ୍ର ସମ୍ମିଳନୀରେ ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ: ନବୀନ ଖାଲି କା’... ପାଣ୍ଡିଆନଙ୍କ ପାଖରେ ବିଜେଡି ପାଣ୍ଠି...

କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ନାଁ ନନେଇ ଖୋଲାଖୋଲି ବିରୋଧ କରିଛନ୍ତି । ସୌଭିକଙ୍କ କଡ଼ା ଚେତାବନୀ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଖୋଲା ମଞ୍ଚରେ ସୌଭିକ କହିଛନ୍ତି, ‘‘ବିଜେଡିର ଶୋଚନୀୟ ପରାଜୟ ପରେ ନବୀନଙ୍କ ଆଶୀର୍ବାଦରେ ଯଥେଷ୍ଟ ଆର୍ଥିକ ମଜବୁତ ହୋଇଥିବା ନେତା ପ୍ରଚ୍ଛଦପଟରେ ରୁହନ୍ତୁ। ଯେଉଁମାନେ ଦଳ ପାଇଁ ରକ୍ତ ବୁହାଇଛନ୍ତି, ଝାଳ ବୁହାଇଛନ୍ତି ଏବଂ ସମୟ ଦେଇଛନ୍ତି ସେମାନଙ୍କୁ ଆଗକୁ ଛଡ଼ାଯାଉ। ଖାଲି ସେତିକି ନୁହେଁ ଯେଉଁମାନେ ସତ୍ୟ, ଧର୍ମ, ନ୍ୟାୟରେ ରହି ବିଜେଡି ପାଇଁ କାମ କରିଛନ୍ତି ତାଙ୍କୁ ଆଗକୁ ଛଡ଼ାଯାଉ’’ ବୋଲି ସୌଭିକ କହିଛନ୍ତି।

Advertisment

ହେଲେ ସୌଭିକଙ୍କ ବୟାନ ଏବେ ବିଜେଡି ଭିତରେ ଭୂକମ୍ପ ସୃଷ୍ଟି କରିଛି। ବିଜେଡିର କୌଣସି ବି ନେତା ଏନେଇ ପ୍ରତିକ୍ରିୟା ଦେଇନଥିବା ବେଳେ କିନ୍ତୁ ପ୍ରଶ୍ନ ଅନେକ ଉଠିଛି। ମଞ୍ଚରେ ଏଭଳି କହି କାହାକୁ ନିଶାନା କଲେ ବିଜେଡି ବିଧାୟକ ସୌଭିକ ବିଶ୍ବାଳ? ନବୀନଙ୍କ ଆଶୀର୍ବାଦରେ ଯଥେଷ୍ଟ ଆର୍ଥିକ ମଜବୁତ କେଉଁ ମାନେ ହୋଇଛନ୍ତି? ସତ୍ୟ, ଧର୍ମ, ନ୍ୟାୟରେ ରହି ବିଜେଡି ପାଇଁ କାମ କରିଥିବା କଥା ସୌଭିକ କହୁଛନ୍ତି, କିନ୍ତୁ ସତ୍ୟ, ଧର୍ମ, ନ୍ୟାୟରେ ନରହି କ’ଣ ବିଜେଡିରେ ଏତେ ବର୍ଷ ଧରି କାମ ହେଉଥିଲା ? ତେବେ ସୌଭିକଙ୍କ ମନ୍ତବ୍ୟକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ ।

ସୂଚନାଯୋଗ୍ୟ, ଗଲା କିଛି ମାସ ତଳେ ସଂସଦରେ ପାରିତ ହୋଇଥିବା ୱାକଫ ବିଲକୁ ନେଇ ବିଜେଡି ଦୁଇ ଫାଳ ହୋଇ ଯାଇଥିଲା । ବିଜେଡିର ଦଳୀୟ ନେତା ପରସ୍ପର ବିରୋଧି ବୟାନ ଦେବାରେ ବ୍ୟସ୍ତ ରହିଥିବା ବେଳେ ମତାନ୍ତର ଦାଣ୍ଡରେ ପଡି ହାଟରେ ଗଡିଥିଲା ।

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ; କହିଲେ...

Biju Janata Dal Souvik Biswal
Advertisment
Advertisment