• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର ।

  • ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର ।

  • ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ । 

ଭୁବନେଶ୍ୱର: ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର । ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ । କଟକ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପିଟିସନ୍ ଦାଖଲ । ପୁରୀ ପାଇଁ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଦ୍ୱାରା ପିଟିସନ୍ ଦାଖଲ । ୩ଟି ଯାକ ମାମଲାର ଆଡଭୋକେଟ ଅଛନ୍ତି ପୀତାମ୍ବର ଆଚାର୍ଯ୍ୟ ।

ସୂଚନାଯୋଗ୍ୟ, ୨୦୧୮ରୁ ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନ ଏଯାଏଁ ହୋଇପାରିନି । ସୀମା ପୁନଃ ନିର୍ଦ୍ଧାରଣ, ଆସନ ସଂରକ୍ଷଣ ଓ କୋର୍ଟରେ ମାମଲା ଆଦି କାରଣ ପାଇଁ ଘୁଞ୍ଚି ଘୁଞ୍ଚି ଯାଉଛି ନିର୍ବାଚନ ପ୍ରକ୍ରିୟା । ତେଣେ ଅଫିସରଙ୍କ ମାଧ୍ୟମରେ ସରକାର ଶାସନ ଚଳାଇଛନ୍ତି ବୋଲି ବାରମ୍ବାର ଅଭିଯୋଗ ଆଣି ପୌର ନିର୍ବାଚନ ତୁରନ୍ତ କରାଇବାକୁ ଦାବି କରୁଛନ୍ତି ବିରୋଧୀ ।

ଏପରି ସ୍ଥଳେ ନିର୍ବାଚନ ଯେକୌଣସି ମୂହୂର୍ତ୍ତରେ ଅବଶ୍ୟମ୍ଭାବୀ ଥିବାରୁ କେବଳ ସରକାରୀ ଦଳ ନୁହେଁ, ବିରୋଧୀ ଦଳ ବି ମାନସିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି ରାଜନୈତିକ ବିଶେଷଜ୍ଞ । ଯାହାର ପ୍ରମାଣ ଦେଉଛି ଘନ ଘନ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ । ଏଣେ ଶାସକ ଦଳର ବଡ଼ ବଡ଼ ଘୋଷଣା ବି ଏ ଚର୍ଚ୍ଚାକୁ ଆହୁରି ଫର୍ଚ୍ଚା କରିଥିବା କୁହାଯାଉଛି । ତେଣେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ ଓ ଏଥିପାଇଁ ନିର୍ବାଚନ କମିଶନଙ୍କୁ ଖୁବ୍ ଶୀଘ୍ର ରାଜ୍ୟ ସରକାର ଅବଗତ କରିବେ ବୋଲି ମତ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ପୌର ନିର୍ବାଚନ ବାକିଆ ଥିବା ବେଳେ ମୁଣ୍ଡ ଉପରକୁ ଆସିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଆଗକୁ ରାଜନୀତି ଆହୁରି ଜୋରଦାର ହେବା ଅନୁମାନ କରାଯାଉଛି ।