/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663591343.jpg)
Amarinder Singh
ବିଜେପିରେ ଯୋଗଦେଲେ କ୍ୟାପ୍ଟେନ୍ ଅମରିନ୍ଦର ସିଂହ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି କ୍ୟାପ୍ଟେନ୍ ଅମରିନ୍ଦର ସିଂହ । ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସାମିଲ ହେଲେ କ୍ୟାପ୍ଟେନ୍ । କିଛି ଦିନ ପୂର୍ବରୁ ସେ ନିଜେ ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସ ଦଳକୁ ବିଜେପି ସହ ମିଶାଇ ଦେଇଛନ୍ତି ।
Advertisment
ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କିରନ ରିଜ୍ଜୁ, ବରିଷ୍ଠ ବିଜେପି ନେତା ସୁନୀଲ ଝାକର ଏବଂ ପଞ୍ଜାବ ବିଜେପି ମୁଖ୍ୟ ଅଶ୍ୱାନୀ ଶର୍ମାଙ୍କ ଉପସ୍ଥିତିରେ ଅମରିନ୍ଦର ବିଜେପି ରେ ସାମିଲ ହୋଇଛନ୍ତି । ଶ୍ରୀ ତୋମାର ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଅମରିନ୍ଦର ଯୋଦେବା ପରେ ପଞ୍ଜାବରେ ବିଜେପି ଆହୁରି ସୁଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି ।
Former Punjab CM Capt Amarinder Singh joins BJP; merges his party Punjab Lok Congress (PLC) with BJP pic.twitter.com/nXCINNzNLI
— ANI (@ANI) September 19, 2022
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)